ଦେଓଧର ଟ୍ରଫିରେ ପୂର୍ବାଞ୍ଚଳକୁ ପରାସ୍ତ କରି ଦକ୍ଷିଣାଞ୍ଚଳ ଚାମ୍ପିଅନ୍

ପୁଡୁଚେରି: ପୂର୍ବାଞ୍ଚଳକୁ ୪୫ ରନ୍ରେ ପରାସ୍ତ କରି ଦକ୍ଷିଣାଞ୍ଚଳ ଦେଓଧର ଟ୍ରଫିର ଚାମ୍ପିଅନ୍ ହୋଇଛି। ଏଠାରେ ଖେଳାଯାଇଥିବା ଫାଇନାଲ୍ରେ ଦକ୍ଷିଣାଞ୍ଚଳ ଟସ୍ ଜିତି ବ୍ୟାଟିଂ କରିଥିଲା। ରୋହନ କୁନୁମାଲ (୧୦୭)ଙ୍କ ଶତକ ସହ ଅଧିନାୟକ ମୟଙ୍କ ଅଗ୍ରୱାଲ୍ (୬୩) ଓ ନରାୟଣ ଜଗଦୀଶନ (୫୪)ଙ୍କ ଅର୍ଦ୍ଧଶତକୀୟ ପାଳି ବଳରେ ଦକ୍ଷିଣାଞ୍ଚଳ ୮ ୱିକେଟ୍ ବିନିମୟରେ ୩୨୮ ରନ୍ ସଂଗ୍ରହ କରିଥିଲା। ଶାହବାଜ ଅହମଦ, ରିୟାନ ପରାଗ ଓ ଉତ୍କର୍ଷ ସିଂହ ୨ ୱିକେଟ୍ ଲେଖାଏଁ ଅକ୍ତିଆର କରିଥିଲେ। […]

Samaya Live Picture
Published On

ପୁଡୁଚେରି: ପୂର୍ବାଞ୍ଚଳକୁ ୪୫ ରନ୍ରେ ପରାସ୍ତ କରି ଦକ୍ଷିଣାଞ୍ଚଳ ଦେଓଧର ଟ୍ରଫିର ଚାମ୍ପିଅନ୍ ହୋଇଛି। ଏଠାରେ ଖେଳାଯାଇଥିବା ଫାଇନାଲ୍ରେ ଦକ୍ଷିଣାଞ୍ଚଳ ଟସ୍ ଜିତି ବ୍ୟାଟିଂ କରିଥିଲା। ରୋହନ କୁନୁମାଲ (୧୦୭)ଙ୍କ ଶତକ ସହ ଅଧିନାୟକ ମୟଙ୍କ ଅଗ୍ରୱାଲ୍ (୬୩) ଓ ନରାୟଣ ଜଗଦୀଶନ (୫୪)ଙ୍କ ଅର୍ଦ୍ଧଶତକୀୟ ପାଳି ବଳରେ ଦକ୍ଷିଣାଞ୍ଚଳ ୮ ୱିକେଟ୍ ବିନିମୟରେ ୩୨୮ ରନ୍ ସଂଗ୍ରହ କରିଥିଲା। ଶାହବାଜ ଅହମଦ, ରିୟାନ ପରାଗ ଓ ଉତ୍କର୍ଷ ସିଂହ ୨ ୱିକେଟ୍ ଲେଖାଏଁ ଅକ୍ତିଆର କରିଥିଲେ। ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ପୂର୍ବାଞ୍ଚଳ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ୧୪ ରନ୍ ମଧ୍ୟରେ ୩ ୱିକେଟ୍ ହରାଇଥିବା ପୂର୍ବାଞ୍ଚଳକୁ ସୁଦୀପ ଘରାମି (୪୧), ରିୟାନ ପରାଗ (୯୫) ଓ କୁମାର କୁଶାଗ୍ର (୬୮) ଉଦ୍ଧାର କରିଥିଲେ ହେଁ, ଏମାନଙ୍କ ୱିକେଟ୍ ଯିବା ପରେ ବ୍ୟାଟିଂ କ୍ରମ ପୁଣି ଭୂଶୁଡି ପଡ଼ିଥିଲା। ଯାହାଫଳରେ ଦଳ ୪୬.୧ ଓଭର ସୁଦ୍ଧା ୨୮୩ ରନ୍ରେ ଅଲଆଉଟ୍ ହୋଇଥିଲା। ୱାସିଂଟନ୍ ସୁନ୍ଦର ୩, ବିଜୟ କୁମାର ବୈଶାକ, ବାସୁକି କୌଶିକ ଓ ବିଦ୍ବତ କାଭିରପ୍ପା ୨ ୱିକେଟ୍ ଲେଖାଏଁ ନେଇ ଦଳକୁ ଜିତାଇଥିଲେ।

Tags: