ଦେଓଧର ଟ୍ରଫିରେ କେନ୍ଦ୍ରାଞ୍ଚଳ, ଦକ୍ଷିଣାଞ୍ଚଳ, ପଶ୍ଚିମାଞ୍ଚଳ ବିଜୟୀ
ପୁଡ଼ୁଚେରୀ: ଦେଓଧର ଟ୍ରଫିରେ କେନ୍ଦ୍ରାଞ୍ଚଳ, ଦକ୍ଷିଣାଞ୍ଚଳ ଓ ପଶ୍ଚିମାଞ୍ଚଳ ବିଜୟୀ ହୋଇଛନ୍ତି। କେନ୍ଦ୍ରାଞ୍ଚଳ ୮ ୱିକେଟ୍ରେ ଉତ୍ତର ପୂର୍ବାଞ୍ଚଳକୁ ଏବଂ ଦକ୍ଷିଣାଞ୍ଚଳ ୫ ୱିକେଟ୍ରେ ପୂର୍ବାଞ୍ଚଳକୁ ଓ ପଶ୍ଚମାଞ୍ଚଳ ୬ ୱିକେଟ୍ରେ ଉତ୍ତରାଞ୍ଚଳକୁ ପରାସ୍ତ କରିଥିଲା। ଚତୁର୍ଥ ମ୍ୟାଚ୍ରୁ କେନ୍ଦ୍ରାଞ୍ଚଳ ପ୍ରଥମ ବିଜୟ ପାଇଥିଲା ବେଳେ ଦକ୍ଷିଣାଞ୍ଚଳ ୪ରୁ ୪ ଜିତି ଟେବୁଲର ଶୀର୍ଷ ସ୍ଥାନ ବଜାୟ ରଖିଛି। କେନ୍ଦ୍ରାଞ୍ଚଳ ଟସ୍ ଜିତି ଉତ୍ତର ପୂର୍ବାଞ୍ଚଳକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। କେନ୍ଦ୍ରାଞ୍ଚଳର ମାପଚୂପ ବୋଲିଂକୁ ସାମ୍ନା […]
ପୁଡ଼ୁଚେରୀ: ଦେଓଧର ଟ୍ରଫିରେ କେନ୍ଦ୍ରାଞ୍ଚଳ, ଦକ୍ଷିଣାଞ୍ଚଳ ଓ ପଶ୍ଚିମାଞ୍ଚଳ ବିଜୟୀ ହୋଇଛନ୍ତି। କେନ୍ଦ୍ରାଞ୍ଚଳ ୮ ୱିକେଟ୍ରେ ଉତ୍ତର ପୂର୍ବାଞ୍ଚଳକୁ ଏବଂ ଦକ୍ଷିଣାଞ୍ଚଳ ୫ ୱିକେଟ୍ରେ ପୂର୍ବାଞ୍ଚଳକୁ ଓ ପଶ୍ଚମାଞ୍ଚଳ ୬ ୱିକେଟ୍ରେ ଉତ୍ତରାଞ୍ଚଳକୁ ପରାସ୍ତ କରିଥିଲା। ଚତୁର୍ଥ ମ୍ୟାଚ୍ରୁ କେନ୍ଦ୍ରାଞ୍ଚଳ ପ୍ରଥମ ବିଜୟ ପାଇଥିଲା ବେଳେ ଦକ୍ଷିଣାଞ୍ଚଳ ୪ରୁ ୪ ଜିତି ଟେବୁଲର ଶୀର୍ଷ ସ୍ଥାନ ବଜାୟ ରଖିଛି।
କେନ୍ଦ୍ରାଞ୍ଚଳ ଟସ୍ ଜିତି ଉତ୍ତର ପୂର୍ବାଞ୍ଚଳକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। କେନ୍ଦ୍ରାଞ୍ଚଳର ମାପଚୂପ ବୋଲିଂକୁ ସାମ୍ନା କରିନପାରି ଉତ୍ତର ପୂର୍ବାଞ୍ଚଳ ୪୯ ଓଭରରେ ସମସ୍ତ ୱିକେଟ୍ ହରାଇ ୧୬୪ ରନ୍ କରିଥିଲା। କାମ୍ଶା ୟଙ୍ଗଫୋ ୩୫ ଓ ଆଶିଷ ଥାପ୍ପା ୩୧ ରନ୍ କରିଥିଲା ବେଳେ ଆଦିତ୍ୟ ସରୱାତ ୩ ଓ ୟାସ କୋଠାରୀ ୨ ୱିକେଟ୍ ନେଇଥିଲେ। ଜବାବରେ କେନ୍ଦ୍ରାଞ୍ଚଳ ୨ ୱିକେଟ୍ ହରାଇ ୩୩ ଓଭରରେ ବିଜୟ ଲକ୍ଷ୍ୟରେ ପହଞ୍ଚିଯାଇଥିଲା। ଶିବମ ଚୌଧୁରୀ (୮୫*) ଓ ୟାସ ଦୁବେ (୭୨) ଅର୍ଦ୍ଧଶତକ ଅର୍ଜନ କରି ଦଳକୁ ବିଜୟ ଦେଇଥିଲେ। ଅନ୍ୟଏକ ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ପୂର୍ବାଞ୍ଚଳ ୪୬ ଓଭରରେ ୨୨୯ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା। ବିରାଟ ସିଂହ ୪୯, ଓଡ଼ିଆ ପୁଅ ଶୁଭ୍ରାଂଶୁ ସେନାପତି ୪୪ ଓ ଆକାଶ ଦୀପ ୪୪ ରନ୍ କରିଥିଲେ। ଦକ୍ଷିଣାାଞ୍ଚଳ ପକ୍ଷରୁ ବାସୁକି କୌଶିକ ଓ ସାଇ କିଶୋର ୩ ଲେଖାଏଁ ଏବଂ ବିଦ୍ବତ କାଭେରାପ୍ପା ୨ ୱିକେଟ୍ ନେଇଥିଲେ। ଜବାବରେ ଅଧିନାୟକ ମୟଙ୍କ ଅଗ୍ରୱାଲ (୮୪) ଏବଂ ସାଇ ସୁଦର୍ଶନ (୫୩)ଙ୍କ ଅର୍ଦ୍ଧଶତକ ବଳରେ ଦକ୍ଷିଣାଞ୍ଚଳ ୪୪.୨ ଓଭରରେ ୫ ଓ୍ବିକେଟ୍ ହରାଇ ମ୍ୟାଚ୍ ଜିତି ନେଇଥିଲା। ଅନ୍ୟଏକ ମ୍ୟାଚ୍ରେ ପଶ୍ଚିମାଞ୍ଚଳ ୬ ୱିକେଟ୍ରେ ଉତ୍ତରାଞ୍ଚଳକୁ ପରାସ୍ତ କରିଛି। ଉତ୍ତରାଞ୍ଚଳ ୨୫୯/୬ କରିଥିଲା ବେଳେ ପଶ୍ଚିମାଞ୍ଚଳ ୪ ୱିକେଟ୍ ହରାଇ ୭ ବଲ୍ ପୂର୍ବରୁ ବିଜୟ ଲକ୍ଷ୍ୟରେ ପହଞ୍ଚିଥିଲା। ଶିବମ ଦୁବେି (୮୩*) ଓ କାଥନ ପଟେଲ (୬୩*) ଅପରାଜିତ ରହି ପଶ୍ଚିମାଞ୍ଚଳକୁ ବିଜୟ ଭେଟି ଦେଇଥିଲେ।




