ଦୁଲୀପ ଟ୍ରଫିରୁ ବିସିସିଆଇ ଘରୋଇ ସିଜନ୍: ଜାନୁଆରି ୫ରୁ ଆରମ୍ଭ ହେବ ରଣଜୀ ଟ୍ରଫି
ମୁମ୍ବାଇ: ବିସିସିଆଇର ଆସନ୍ତା ୨୦୨୩-୨୪ ଘରୋଇ ସିଜନ୍ ଦଲୀପ ଟ୍ରଫିରୁ ଆରମ୍ଭ ହେବ। ଏହାପରେ ତିନି ବର୍ଷ ଧରି ବନ୍ଦ ପଡ଼ିଥିବା ଦେଓଧର ଟ୍ରଫି ଆୟୋଜନ କରିବାକୁ ବୋର୍ଡ ଯୋଜନା କରିଛି। ବୋର୍ଡ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ପ୍ରାଥମିକ ଖେଳସୂଚୀରେ ଜୁନ୍ ୨୮ ରୁ ଜୁଲାଇ ୧୬ ମଧ୍ୟରେ ଦଲୀପ ଟ୍ରଫି ଆୟୋଜନ କରାଯିବ। ସେହିପରି ଦେଓଧର ଟ୍ରଫିକୁ ଜୁଲାଇ ୨୪ ରୁ ଅଗଷ୍ଟ ୩ ତାରିଖ ମଧ୍ୟରେ ଆୟୋଜନ ପାଇଁ ସ୍ଲଟ୍ ରଖାଯାଇଛି। ଏହି ପ୍ରତିଯୋଗିତାକୁ […]
ମୁମ୍ବାଇ: ବିସିସିଆଇର ଆସନ୍ତା ୨୦୨୩-୨୪ ଘରୋଇ ସିଜନ୍ ଦଲୀପ ଟ୍ରଫିରୁ ଆରମ୍ଭ ହେବ। ଏହାପରେ ତିନି ବର୍ଷ ଧରି ବନ୍ଦ ପଡ଼ିଥିବା ଦେଓଧର ଟ୍ରଫି ଆୟୋଜନ କରିବାକୁ ବୋର୍ଡ ଯୋଜନା କରିଛି। ବୋର୍ଡ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ପ୍ରାଥମିକ ଖେଳସୂଚୀରେ ଜୁନ୍ ୨୮ ରୁ ଜୁଲାଇ ୧୬ ମଧ୍ୟରେ ଦଲୀପ ଟ୍ରଫି ଆୟୋଜନ କରାଯିବ। ସେହିପରି ଦେଓଧର ଟ୍ରଫିକୁ ଜୁଲାଇ ୨୪ ରୁ ଅଗଷ୍ଟ ୩ ତାରିଖ ମଧ୍ୟରେ ଆୟୋଜନ ପାଇଁ ସ୍ଲଟ୍ ରଖାଯାଇଛି। ଏହି ପ୍ରତିଯୋଗିତାକୁ ଏଥର ଜୋନାଲ୍ ଫର୍ମାଟ୍ରେ ଆୟୋଜନ କରାଯିବ। କିନ୍ତୁ କେଉଁ ସ୍ଥାନଗୁଡ଼ିକରେ ଖେଳାଯିବ ତାହା ଚୂଡ଼ାନ୍ତ ହୋଇନାହିଁ। ଅକ୍ଟୋବର ୧ରୁ ୫ ତାରିଖ ମଧ୍ୟରେ ଈରାନୀ କପ୍ ଖେଳାଯିବ। ଏଥିରେ ରଣଜୀ ଟ୍ରଫି ବିଜେତା ସୌରାଷ୍ଟ୍ର ସହିତ ଅବଶିଷ୍ଟ ଭାରତ ମୁହାଁମୁହିଁ ହେବେ। ଏହାପରେ ଅକ୍ଟୋବର ୧୬ରୁ ନଭେମ୍ବର ୬ ମଧ୍ୟରେ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ଏବଂ ନଭେମ୍ବର ୨୩ରୁ ବିଜୟ ହଜାରେ ଟ୍ରଫି ଆୟୋଜନ ହୋଇପାରେ। ବରିଷ୍ଠ ମହିଳାମାନଙ୍କ ଟ୍ବେଣ୍ଟି-୨୦ ପ୍ରତିଯୋଗିତା ଅକ୍ଟୋବର ୧୯ ରୁ ନଭେମ୍ବର ୯ ମଧ୍ୟରେ ଖେଳାଯିବା ପରେ ନଭେମ୍ବର ୨୪ରୁ ଡିସେମ୍ବର ୪ ତାରିଖ ମଧ୍ୟରେ ଅନ୍ତଃଜୋନ୍ ଟ୍ବେଣ୍ଟି-୨୦ ଖେଳାଯିବ। ଏହାପରେ ଜାନୁଆରି ୪ରୁ ୨୬ ତାରିଖ ପର୍ଯ୍ୟନ୍ତ ବରିଷ୍ଠ ମହିଳାଙ୍କ ଦିନିକିଆ ପ୍ରତିଯୋଗିତା ଆୟୋଜିତ ହେବ। ବିସିସିଆଇର ସବୁଠୁ ବଡ଼ ଘରୋଇ ପ୍ରତିଯୋଗିତା ରଣଜୀ ଟ୍ରଫି ଜାନୁଆରି ୫ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୧୪ ମଧ୍ୟରେ ଶେଷ କରିବାକୁ ଯୋଜନା ରହିଛି। ରଣଜୀ ଟ୍ରଫିର ଅବଧିକୁ ମୋଟ୍ ୭୦ ଦିନରେ ସୀମିତ ରଖାଯାଇଛି। ଫେବ୍ରୁଆରି ୧୯ ମଧ୍ୟରେ ଏଲିଟ୍ ଗ୍ରୁପ୍ ଲିଗ୍ ମ୍ୟାଚ୍ଗୁଡ଼ିକ ଶେଷ ହେବା ପରେ ଫେବ୍ରୁଆରି ୨୩ ତାରିଖରୁ ନକ୍ଆଉଟ୍ ପର୍ଯ୍ୟାୟଗୁଡ଼ିକ ଖେଳାଯିବ। ସେହିପରି ପ୍ଲେଟ୍ ଗ୍ରୁପ୍ର ମ୍ୟାଚ୍ଗୁଡ଼ିକ ଫେବ୍ରୁଆରି ୫ ଭିତରେ ଶେଷ ହେବା ପରେ ଫେବ୍ରୁଆରି ୯ରୁ ୨୨ ତାରିଖ ମଧ୍ୟରେ ନକ୍ଆଉଟ୍ ମ୍ୟାଚ୍ ଶେଷ କରାଯିବ ବୋଲି ବିସିସିଆଇ ସୂଚନା ଦେଇଛି।




