ଦୁର୍ନୀତି ନିବାରଣ ନିୟମ ଉଲ୍ଲଙ୍ଘନ ପାଇଁ ଭାରତୀୟ ଅମ୍ପାୟାରଙ୍କୁ ଆଇସିସିର ନୋଟିସ୍

ଦୁବାଇ: ଭାରତୀୟ ଅମ୍ପାୟାର ଯତୀନ କାଶ୍ୟପଙ୍କ ବିରୋଧରେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଦୁର୍ନୀତି ନିବାରଣ ନିୟମ ଉଲ୍ଲଙ୍ଘନ କରିଥିବା ନେଇ ଅଭିଯୋଗ ଆଣିଛି। ୨୦୨୨ ଅନ୍ତର୍ଜାତୀୟ ମ୍ୟାଚ୍ର ଯାଞ୍ଚ ପରେ ଏହି ଅଭିଯୋଗ ଆଣିଛି ଆଇସିସି। ତେବେ ଅଭିଯୋଗର କାରଣ ସ୍ପଷ୍ଟ କରାଯାଇନାହିଁ। କାଶ୍ୟପ ପଞ୍ଜାବରେ ଜିଲ୍ଲା ସ୍ତରର ମ୍ୟାଚ୍ ପରିଚାଳନା କରୁଛନ୍ତି। ସେ ବିସିସିଆଇ ପ୍ୟାନେଲରେ ବି ନାହାନ୍ତି। ଏପରିକି ଯତୀନ ଗତ ୪ ବର୍ଷ ହେବ ଜିଲ୍ଲାସ୍ତରୀୟ ମ୍ୟାଚ୍ ପରିଚାଳନା କରିନାହାନ୍ତି। ହେଲେ […]

Samaya Live Picture
Published On

ଦୁବାଇ: ଭାରତୀୟ ଅମ୍ପାୟାର ଯତୀନ କାଶ୍ୟପଙ୍କ ବିରୋଧରେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଦୁର୍ନୀତି ନିବାରଣ ନିୟମ ଉଲ୍ଲଙ୍ଘନ କରିଥିବା ନେଇ ଅଭିଯୋଗ ଆଣିଛି। ୨୦୨୨ ଅନ୍ତର୍ଜାତୀୟ ମ୍ୟାଚ୍ର ଯାଞ୍ଚ ପରେ ଏହି ଅଭିଯୋଗ ଆଣିଛି ଆଇସିସି। ତେବେ ଅଭିଯୋଗର କାରଣ ସ୍ପଷ୍ଟ କରାଯାଇନାହିଁ। କାଶ୍ୟପ ପଞ୍ଜାବରେ ଜିଲ୍ଲା ସ୍ତରର ମ୍ୟାଚ୍ ପରିଚାଳନା କରୁଛନ୍ତି। ସେ ବିସିସିଆଇ ପ୍ୟାନେଲରେ ବି ନାହାନ୍ତି। ଏପରିକି ଯତୀନ ଗତ ୪ ବର୍ଷ ହେବ ଜିଲ୍ଲାସ୍ତରୀୟ ମ୍ୟାଚ୍ ପରିଚାଳନା କରିନାହାନ୍ତି। ହେଲେ ଆଇସିସିର ଦୁର୍ନୀତି ନିବାରଣ ସଂସ୍ଥାକୁ କାଶ୍ୟପ ସହଯୋଗ କରିନଥିବା ନେଇ ଏହି ଅଭିଯୋଗ ହୋଇଛି। ଏଥିପାଇଁ ତାଙ୍କୁ ନୋଟିସ ମଧ୍ୟ ଜାରି କରାଯାଇଛି। ଏହାର ଜବାବ ୧୪ ଦିନ ମଧ୍ୟରେ ଦେବାକୁ କାଶ୍ୟପଙ୍କୁ କୁହାଯାଇଛି।

Tags: