ଦୁବାଇରେ ଡିସେମ୍ବର ୧୯ରେ ହେବ ଆଇପିଏଲ୍ ନିଲାମ

ନୂଆଦିଲ୍ଲୀ: ଆଇପିଏଲ୍-୨୦୨୪ ପାଇଁ ଡିସେମ୍ବର ୧୯ ତାରିଖରେ ଦୁବାଇରେ ଖେଳାଳି ନିଲାମ କରାଯିବ। ଏଥିପୂର୍ବରୁ ନଭେମ୍ବର ୨୬ ତାରିଖ ସୁଦ୍ଧା ବିଭିନ୍ନ ଦଳମାନେ କେର୍ଉ ଖେଳାଳିଙ୍କୁ ସେମାନଙ୍କ ପାଖରେ ରଖିବେ ତାହା ଆୟୋଜକଙ୍କୁ ଜଣାଇବେ। ଯେଉଁମାନଙ୍କୁ ଛାଡ଼ିଦିଆଯିବ ସେମାନଙ୍କୁ ନିଲାମ ତାଲିକାରେ ସ୍ଥାନ ମିଳିବ। ଡିସେମ୍ବର ମାସରେ ବିବାହ ଋତୁ ଚାଲିବାକୁ ଥିବାରୁ ଏହି ସମୟରେ ନିଲାମ କାର୍ଯ୍ୟକ୍ରମ ପାଇଁ ଭାରତରେ ହୋଟେଲ ମିଳିବନି। ଏହାକୁ ଦୃଷ୍ଟିରେ ରଖି ଆୟୋଜକଙ୍କ ପକ୍ଷରୁ ନିଲାମ ପ୍ରକ୍ରିୟାକୁ ଦୁବାଇରେ କରାଯିବାକୁ […]

Samaya Live Picture
Published On

ନୂଆଦିଲ୍ଲୀ: ଆଇପିଏଲ୍-୨୦୨୪ ପାଇଁ ଡିସେମ୍ବର ୧୯ ତାରିଖରେ ଦୁବାଇରେ ଖେଳାଳି ନିଲାମ କରାଯିବ। ଏଥିପୂର୍ବରୁ ନଭେମ୍ବର ୨୬ ତାରିଖ ସୁଦ୍ଧା ବିଭିନ୍ନ ଦଳମାନେ କେର୍ଉ ଖେଳାଳିଙ୍କୁ ସେମାନଙ୍କ ପାଖରେ ରଖିବେ ତାହା ଆୟୋଜକଙ୍କୁ ଜଣାଇବେ। ଯେଉଁମାନଙ୍କୁ ଛାଡ଼ିଦିଆଯିବ ସେମାନଙ୍କୁ ନିଲାମ ତାଲିକାରେ ସ୍ଥାନ ମିଳିବ। ଡିସେମ୍ବର ମାସରେ ବିବାହ ଋତୁ ଚାଲିବାକୁ ଥିବାରୁ ଏହି ସମୟରେ ନିଲାମ କାର୍ଯ୍ୟକ୍ରମ ପାଇଁ ଭାରତରେ ହୋଟେଲ ମିଳିବନି। ଏହାକୁ ଦୃଷ୍ଟିରେ ରଖି ଆୟୋଜକଙ୍କ ପକ୍ଷରୁ ନିଲାମ ପ୍ରକ୍ରିୟାକୁ ଦୁବାଇରେ କରାଯିବାକୁ ସ୍ଥିର ହୋଇଛି। ସେହିପରି ସମସ୍ତ ଦଳମାନଙ୍କର ମୋଟ୍ ନିଲାମ ଖର୍ଚ୍ଚ ୯୫ କୋଟିରୁ ୧୦୦ କୋଟିକୁ ବୃଦ୍ଧି କରାଯାଇଛି।

Tags: