ଦୀପାଙ୍କୁ ଅଲିମ୍ପିକ୍ସ ଯୋଗ୍ୟତା ପାଇଁ ଏସିଆନ୍ ଚାମ୍ପିଅନ୍ସିପ୍ ଶେଷ ସୁଯୋଗ
ଦୋହା: ଏଠାରେ ଆୟୋଜିତ ଏଫ୍ଆଇଜି ବିଶ୍ବକପ୍ର ଭଲ୍ଟ ଇଭେଣ୍ଟର ଚତୁର୍ଥ ସ୍ଥାନରେ ରହି ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବାରେ ଭାରତର ତାରକା ଜିମ୍ନାଷ୍ଟ ଦୀପା କର୍ମକାର ପୁଣି ଥରେ ବିଫଳ ହୋଇଛନ୍ତି। ୩୦ ବର୍ଷୀୟା ଦୀପା ଏହା ପୂର୍ବରୁ ଆଜେରବାଇଜାନର ବକୁଠାରେରେ ଖେଳାଯାଇଥିବା ବିଶ୍ବକପ୍ର ପୂର୍ବ ସଂସ୍କରଣରେ ମଧ୍ୟ ଚତୁର୍ଥ ସ୍ଥାନରେ ରହି ଅଳ୍ପକେ ପଦକ ଜିତିବା ଓ ଅଲିମ୍ପିକ୍ସ ଟିକଟ ହାସଲ କରିବାରୁ ବଞ୍ଚିତ ହୋଇଥିଲେ। ଅନ୍ୟତମ ଭାରତୀୟ ପ୍ରଣତି ନାୟକ ଷଷ୍ଠ […]
ଦୋହା: ଏଠାରେ ଆୟୋଜିତ ଏଫ୍ଆଇଜି ବିଶ୍ବକପ୍ର ଭଲ୍ଟ ଇଭେଣ୍ଟର ଚତୁର୍ଥ ସ୍ଥାନରେ ରହି ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବାରେ ଭାରତର ତାରକା ଜିମ୍ନାଷ୍ଟ ଦୀପା କର୍ମକାର ପୁଣି ଥରେ ବିଫଳ ହୋଇଛନ୍ତି। ୩୦ ବର୍ଷୀୟା ଦୀପା ଏହା ପୂର୍ବରୁ ଆଜେରବାଇଜାନର ବକୁଠାରେରେ ଖେଳାଯାଇଥିବା ବିଶ୍ବକପ୍ର ପୂର୍ବ ସଂସ୍କରଣରେ ମଧ୍ୟ ଚତୁର୍ଥ ସ୍ଥାନରେ ରହି ଅଳ୍ପକେ ପଦକ ଜିତିବା ଓ ଅଲିମ୍ପିକ୍ସ ଟିକଟ ହାସଲ କରିବାରୁ ବଞ୍ଚିତ ହୋଇଥିଲେ। ଅନ୍ୟତମ ଭାରତୀୟ ପ୍ରଣତି ନାୟକ ଷଷ୍ଠ ସ୍ଥାନରେ ରହି ନିରାଶ ହୋଇଥିଲେ। ଏହା ପରେ ଉଜ୍ବେକିସ୍ତାନରେ ମେ ୧୬ରୁ ୧୯ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଏସିଆନ୍ ଚାମ୍ପିଅନସିପ୍ ପ୍ୟାରିସ୍ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିବା ଲାଗି ଦୀପାଙ୍କ ପାଇଁ ଶେଷ ସୁଯୋଗ ହେବ।




