ଦିଲ୍ଲୀ କ୍ୟାପିଟାଲ୍ସ ରୁ ଇସ୍ତଫା ଦେଲେ ଅଗରକର
ନୂଆଦିଲ୍ଲୀ: ବିସିସିଆଇର ମୁଖ୍ୟ ଚୟନକର୍ତ୍ତା ପଦବି ଦୌଡ଼ରେ ଆଗରେ ଥିବା ପୂର୍ବତନ ଦ୍ରୁତ ବୋଲର ଅଜିତ ଅଗରକର ଆଇପିଏଲ୍ ଦଳ ଦିଲ୍ଲୀ କ୍ୟାପିଟାଲ୍ସର ସହକାରୀ ପ୍ରଶିକ୍ଷକ ପଦରୁ ଇସ୍ତଫା ଦେଇଛନ୍ତି। ଅଗରକରଙ୍କ ନାମ ଚର୍ଚ୍ଚାକୁ ଆସିବାରୁ ପୂର୍ବରୁ ମୁଖ୍ୟ ଚୟନକର୍ତ୍ତା ଓ ଅନ୍ୟ ସଦସ୍ୟଙ୍କୁ ଦିଆଯାଉଥିବା ଅନୁଦାନରେ ବୃଦ୍ଧି ହେବା ନେଇ ଆଶା କରାଯାଉଛି। ପୂର୍ବରୁ ମୁଖ୍ୟ ଚୟନକର୍ତ୍ତାଙ୍କୁ ବାର୍ଷିକ ୧ କୋଟି ଓ ଅନ୍ୟ ସଦସ୍ୟଙ୍କୁ ୯୦ ଲକ୍ଷ ଟଙ୍କା ପ୍ରଦାନ କରାଯାଉଛି। ଅଗରକର ଦିଲ୍ଲୀ […]
ନୂଆଦିଲ୍ଲୀ: ବିସିସିଆଇର ମୁଖ୍ୟ ଚୟନକର୍ତ୍ତା ପଦବି ଦୌଡ଼ରେ ଆଗରେ ଥିବା ପୂର୍ବତନ ଦ୍ରୁତ ବୋଲର ଅଜିତ ଅଗରକର ଆଇପିଏଲ୍ ଦଳ ଦିଲ୍ଲୀ କ୍ୟାପିଟାଲ୍ସର ସହକାରୀ ପ୍ରଶିକ୍ଷକ ପଦରୁ ଇସ୍ତଫା ଦେଇଛନ୍ତି। ଅଗରକରଙ୍କ ନାମ ଚର୍ଚ୍ଚାକୁ ଆସିବାରୁ ପୂର୍ବରୁ ମୁଖ୍ୟ ଚୟନକର୍ତ୍ତା ଓ ଅନ୍ୟ ସଦସ୍ୟଙ୍କୁ ଦିଆଯାଉଥିବା ଅନୁଦାନରେ ବୃଦ୍ଧି ହେବା ନେଇ ଆଶା କରାଯାଉଛି। ପୂର୍ବରୁ ମୁଖ୍ୟ ଚୟନକର୍ତ୍ତାଙ୍କୁ ବାର୍ଷିକ ୧ କୋଟି ଓ ଅନ୍ୟ ସଦସ୍ୟଙ୍କୁ ୯୦ ଲକ୍ଷ ଟଙ୍କା ପ୍ରଦାନ କରାଯାଉଛି। ଅଗରକର ଦିଲ୍ଲୀ କ୍ୟାପିଟାଲ୍ସର ସହକାରୀ ପ୍ରଶିକ୍ଷକ ଏବଂ ଜଣେ ଭାଷ୍ୟକାର ଭାବେ ବିସିସିଆଇ ବାର୍ଷିକ ଅନୁଦାନଠୁ ଅଧିକ ରୋଜଗାର କରୁଛନ୍ତି। ଏଥିସହ ଅଗରକରଙ୍କ ସହିତ ଅଷ୍ଟ୍ରେଲୀୟ ଅଲରାଉଣ୍ଡର ସେନ୍ ୱାଟସନ୍ ମଧ୍ୟ ଦିଲ୍ଲୀ କ୍ୟାପିଟାଲ୍ସ ସହିତ ଆଉ କାମ କରିବେ ନାହିଁ ବୋଲି ଦଳ ପକ୍ଷରୁ ସ୍ପଷ୍ଟ କରାଯାଇଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ବିସିସିଆଇ ତାହାର ଦରମା ପ୍ରଦାନ କରିବା ପଦ୍ଧତିରେ ପରିବର୍ତ୍ତନ କରିବା ନେଇ ଆଶା କରାଯାଉଛି।




