ଦିଲ୍ଲୀ କ୍ୟାପିଟାଲ୍ସ ଖେଳାଳିଙ୍କ ଖେଳ ଉପକରଣ ଗାଏବ
ନୂଆଦିଲ୍ଲୀ: ଆଇପିଏଲ୍ ଅବସରରେ ଦିଲ୍ଲୀ କ୍ୟାପିଟାଲ୍ସର ଖେଳାଳିମାନେ ସେମାନଙ୍କ ଖେଳ ଉପକରଣ ହରାଇଛନ୍ତି। ଗତ ଶନିବାର ଏହି ଦଳ ବେଙ୍ଗାଲୁରୁରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସହ ମ୍ୟାଚ୍ ଖେଳି ରବିବାର ଦିଲ୍ଲୀ ଫେରିଥିଲା। ଗୋଟିଏ ଭେନ୍ୟୁରୁ ଅନ୍ୟ ଭେନ୍ୟୁକୁ ସେମାନଙ୍କ କିଟ୍ସବୁ ସୁରକ୍ଷିତ ନେବାଆଣିବା ପାଇଁ ଫ୍ରାଞ୍ଜାଇଜ୍ ପକ୍ଷରୁ ଲଜିଷ୍ଟିକ୍ କଂପାନିକୁ ଦାୟିତ୍ବ ଦେଇଥିଲା। ହେଲେ ରବିବାର ହୋଟେଲରେ ସେମାନଙ୍କୁ ଯେତେବେଳେ କିଟ୍ ସବୁ ହସ୍ତାନ୍ତର କରାଯାଇଥିଲା ସେତେବେଳେ ଏକାଧିକ ଖେଳାଳିଙ୍କ ବ୍ୟାଟ୍ ଓ ଅନ୍ୟାନ୍ୟ ସରଞ୍ଜାମ […]
ନୂଆଦିଲ୍ଲୀ: ଆଇପିଏଲ୍ ଅବସରରେ ଦିଲ୍ଲୀ କ୍ୟାପିଟାଲ୍ସର ଖେଳାଳିମାନେ ସେମାନଙ୍କ ଖେଳ ଉପକରଣ ହରାଇଛନ୍ତି। ଗତ ଶନିବାର ଏହି ଦଳ ବେଙ୍ଗାଲୁରୁରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସହ ମ୍ୟାଚ୍ ଖେଳି ରବିବାର ଦିଲ୍ଲୀ ଫେରିଥିଲା। ଗୋଟିଏ ଭେନ୍ୟୁରୁ ଅନ୍ୟ ଭେନ୍ୟୁକୁ ସେମାନଙ୍କ କିଟ୍ସବୁ ସୁରକ୍ଷିତ ନେବାଆଣିବା ପାଇଁ ଫ୍ରାଞ୍ଜାଇଜ୍ ପକ୍ଷରୁ ଲଜିଷ୍ଟିକ୍ କଂପାନିକୁ ଦାୟିତ୍ବ ଦେଇଥିଲା। ହେଲେ ରବିବାର ହୋଟେଲରେ ସେମାନଙ୍କୁ ଯେତେବେଳେ କିଟ୍ ସବୁ ହସ୍ତାନ୍ତର କରାଯାଇଥିଲା ସେତେବେଳେ ଏକାଧିକ ଖେଳାଳିଙ୍କ ବ୍ୟାଟ୍ ଓ ଅନ୍ୟାନ୍ୟ ସରଞ୍ଜାମ ଗାଏବ ହୋଇଯାଇଥିବା ଜାଣିବାକୁ ପାଇଥିଲେ। ବିଶେଷକରି ମୋଟ ୧୬ ବ୍ୟାଟ୍ ସହିତ ଜୋତା, ପ୍ୟାଡ୍, ଥାଇ ପ୍ୟାଡ୍, ଗ୍ଲୋଭ୍ସ ଆଦି ନଥିବା ଦେଖିଥିଲେ। ଗାଏବ ହୋଇଯାଇଥିବା ବ୍ୟାଟ୍ଗୁଡ଼ିକ ମଧ୍ୟରେ କେବଳ ୟାଶ୍ ଧୂଲ୍ଙ୍କର ୫, ଅଧିନାୟକ ଡେଭିଡ୍ ୱାର୍ଣ୍ଣର ଏବଂ ଫିଲ୍ ସଲ୍ଟଙ୍କର ୩ ଲେଖାଏଁ ଏବଂ ମିଚେଲ ମାର୍ଶଙ୍କର ୨ଟି ରହିଥିଲା। ନିଜ ନିଜର ଖେଳ ଉପକରଣ ହରାଇଥିବା ଘଟଣା ଶୁଣିବା ପରେ ସବୁ ଖେଳାଳି ଭାଙ୍ଗି ପଡ଼ିଥିଲେ ବୋଲି ଦିଲ୍ଲୀ କ୍ୟାପିଟାଲ୍ସର ଜନୈକ ଅଧିକାରୀ କହିଛନ୍ତି। ଅବଶ୍ୟ ଏଭଳି ଘଟଣା ପ୍ରଥମ ଥର ଘଟିଥିଲା ବେଳେ ଏନେଇ ତୁରନ୍ତ ଲଜିଷ୍ଟିକ୍ ବିଭାଗ, ପୁଲିସ ଏବଂ ବିମାନବନ୍ଦର କର୍ତ୍ତୃପକ୍ଷକୁ ଅବଗତ କରାଯାଇଛି।




