ଦିଲ୍ଲୀ କ୍ୟାପିଟାଲ୍ସଠୁ ହାରିଲା ପଞ୍ଜାବ କିଙ୍ଗ୍ସ

ଧର୍ମଶାଳା: ଦିଲ୍ଲୀ କ୍ୟାପିଟାଲ୍ସ ଚଳିତ ଆଇପିଏଲ୍ରେ ପଞ୍ଚମ ବିଜୟ ସହ ପଞ୍ଜାବ କିଙ୍ଗ୍ସର ପ୍ଲେ ଅଫ୍ ଆଶାକୁ ଝୁଲାଇ ରଖିଛି। ଧର୍ମଶାଳାରେ ଖେଳାଯାଇଥିବା ମ୍ୟାଚ୍ରେ ଦିଲ୍ଲୀ ୧୫ ରନ୍ରେ ପଞ୍ଜାବକୁ ପରାସ୍ତ କରିଥିଲା। ଦିଲ୍ଲୀ ଧାର୍ଯ୍ୟ କରିଥିବା ୨୧୪ ରନ୍ର ଲକ୍ଷ୍ୟକୁ ପିଛା କରି ପଞ୍ଜାବ ୧୯୮/୮ରେ ଅଟକି ଯାଇଥିଲା। ଶିଖର ଧାୱନ ଖାତା ଖୋଲି ପାରିନଥିଲା ବେଳେ ପ୍ରଭସିମ୍ରନ ସିଂହ ଅଧିକ ସମୟ ତିଷ୍ଠି ପାରିନଥିଲେ। ଅଥର୍ବ ତାଇଦେ ଓ ଲିଆମ୍ ଲିଭିଂଷ୍ଟୋନ୍ ତୃତୀୟ ୱିକେଟ୍ରେ […]

Samaya Live Picture
Published On

ଧର୍ମଶାଳା: ଦିଲ୍ଲୀ କ୍ୟାପିଟାଲ୍ସ ଚଳିତ ଆଇପିଏଲ୍ରେ ପଞ୍ଚମ ବିଜୟ ସହ ପଞ୍ଜାବ କିଙ୍ଗ୍ସର ପ୍ଲେ ଅଫ୍ ଆଶାକୁ ଝୁଲାଇ ରଖିଛି। ଧର୍ମଶାଳାରେ ଖେଳାଯାଇଥିବା ମ୍ୟାଚ୍ରେ ଦିଲ୍ଲୀ ୧୫ ରନ୍ରେ ପଞ୍ଜାବକୁ ପରାସ୍ତ କରିଥିଲା। ଦିଲ୍ଲୀ ଧାର୍ଯ୍ୟ କରିଥିବା ୨୧୪ ରନ୍ର ଲକ୍ଷ୍ୟକୁ ପିଛା କରି ପଞ୍ଜାବ ୧୯୮/୮ରେ ଅଟକି ଯାଇଥିଲା। ଶିଖର ଧାୱନ ଖାତା ଖୋଲି ପାରିନଥିଲା ବେଳେ ପ୍ରଭସିମ୍ରନ ସିଂହ ଅଧିକ ସମୟ ତିଷ୍ଠି ପାରିନଥିଲେ। ଅଥର୍ବ ତାଇଦେ ଓ ଲିଆମ୍ ଲିଭିଂଷ୍ଟୋନ୍ ତୃତୀୟ ୱିକେଟ୍ରେ ୭୮ ରନ୍ ଯୋଡ଼ିଥିଲେ ମଧ୍ୟ ରନ୍ ଗତି ଧିମେଇଯାଇଥିଲା। ଅର୍ଦ୍ଧଶତକ ହାସଲ ପରେ ତାଇଦେ ପାଭିଲିଅନ୍ ଫେରିଯାଇଥିଲେ। ହେଲେ ଲିଭିଂଷ୍ଟୋନ୍ଙ୍କୁ କେହି ବଡ଼ ସହଯୋଗ ଦେଇନଥିଲେ ସୁଦ୍ଧା ସେ ଏକାକି ବିସ୍ଫୋରକ ବ୍ୟାଟିଂ କରି ମ୍ୟାଚ୍କୁ ଶେଷ ପର୍ଯ୍ୟନ୍ତ ନେଇଥିଲେ। ମ୍ୟାଚ୍ର ଅନ୍ତିମ ବଲ୍ରେ ଆଉଟ୍ ହୋଇଥିବା ଲିଭିଂଷ୍ଟୋନ୍ ୯ ଛକା ଓ ୫ ଚୌକା ସହାୟତାରେ ୪୮ ବଲ୍ରୁ ୯୪ ରନ୍ ସଂଗ୍ରହ କରିଥିଲେ। ଏଥିପୂର୍ବରୁ ୬ ମ୍ୟାଚ୍ ପରେ ପ୍ରଥମ ଥର ପାଇଁ ଭଲ ଖେଳିଥିବା ପୃଥ୍ବୀ ସ’ଙ୍କ ଅର୍ଦ୍ଧଶତକ ସହିତ ରିଲି ରୁସୋ ଓ ଡେଭିଡ୍ ୱାର୍ଣ୍ଣରଙ୍କ ଚମତ୍କାର ବ୍ୟାଟିଂ ଯୋଗୁଁ ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସ ୨୧୩/୨ ସ୍କୋର କରିଥିଲା। ଏଥିସହ ଦିଲ୍ଲୀ ଚଳିତ ଆଇପିଏଲ୍ରେ ପ୍ରଥମ ଥର ୨୦୦ ରନ୍ ଅତିକ୍ରମ କରିଥିଲା। ପ୍ରଥମ ୧୦ ଓଭରରେ ଦିଲ୍ଲୀ ୯୩ ରନ୍ ସଂଗ୍ରହ କରିଥିଲା ବେଳେ ପରବର୍ତ୍ତୀ ୧୦ ଓଭରରେ ୧୨୦ ରନ୍ ସ୍କୋର ହୋଇଥିଲା। ପଞ୍ଜାବ ଟସ୍ ଜିତିଥିଲେ ବି ଦିଲ୍ଲୀକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ୱାର୍ଣ୍ଣର-ପୃଥ୍ବୀଙ୍କ ଯୋଡ଼ି ପ୍ରଥମ ଥର ସଫଳ ହୋଇଥିଲେ। ୬୨ ବଲ୍ ପର୍ଯ୍ୟନ୍ତ ଦୁହେଁ ଏକାଠି ଖେଳିଥିଲେ। ପ୍ରଥମ ୱିକେଟ୍ରେ ୯୪ ରନ୍ର ଭାଗୀଦାରି ଗଢ଼ିବା ପରେ ଅର୍ଦ୍ଧଶତକ ଆଡ଼କୁ ଅଗ୍ରସର ହେଉଥିବା ୱାର୍ଣ୍ଣରଙ୍କୁ ସାମ୍ କରନ୍ ଆଉଟ୍ କରିଥିଲେ। ପରେ ପୃଥ୍ବୀଙ୍କ ସହ ମିଶି ରିଲି ରୁସୋ ୫୪ ରନ୍ର ଭାଗୀଦାରି କରିଥିଲେ। ଏହି ଭାଗୀଦାରି ମଧ୍ୟରେ ପୃଥ୍ବୀ ଚଳିତ ଆଇପିଏଲ୍ରେ ପ୍ରଥମ ଅର୍ଦ୍ଧଶତକ ଅର୍ଜନ କରିଥିଲେ। ରୁସୋ (୮୨*) ଙ୍କ ସହିତ ଫିଲ୍ ସଲ୍ଟ (୨୬) ଶେଷ ପର୍ଯ୍ୟନ୍ତ ଖେଳିବା ସହ ଦ୍ରୁତ ଭାବେ ରନ୍ ବାହାର କରି ଦଳକୁ ୨୦୦ ପାର୍କରାଇଥିଲେ।

Tags: