ଦିଲ୍ଲୀ କ୍ୟାପିଟାଲ୍ସକୁ ୧୦୬ ରନରେ ହରାଇଲା କେକେଆର୍

ବିଶାଖାପାଟଣା: କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଚଳିତ ଆଇପିଏଲ୍ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୧୦୬ ରନ୍ରେ ହରାଇ ବଡ଼ ବିଜୟ ପାଇଛି। ୨୭୩ ରନ୍ର ବିଶାଳ ଲକ୍ଷ୍ୟକୁ ପିଛା କରି ଦିଲ୍ଲୀ ପ୍ରାରମ୍ଭିକ ବିପର୍ଯ୍ୟୟର ସାମ୍ନା କରିଥିଲା। ଆକ୍ରମଣାତ୍ମକ ଆରମ୍ଭ କରିଥିଲେ ମଧ୍ୟ ଦ୍ବିତୀୟ ଓଭର ଶେଷ ବେଳକୁ ଡେଭିଡ୍ ୱାର୍ଣ୍ଣର (୧୮) ଓ ପୃଥ୍ବୀ ସ’ (୧୦)ଙ୍କ ଯୋଡ଼ି ଭାଙ୍ଗିଥିଲା। ୩୩ ରନ୍ ଭିତରେ ଦଳ ୪ ୱିକେଟ୍ ହରାଇ ସାରିଥିବାରୁ ଋଷଭ ପନ୍ତ (୫୫) ଓ […]

Samaya Live Picture
Published On

ବିଶାଖାପାଟଣା: କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଚଳିତ ଆଇପିଏଲ୍ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୧୦୬ ରନ୍ରେ ହରାଇ ବଡ଼ ବିଜୟ ପାଇଛି। ୨୭୩ ରନ୍ର ବିଶାଳ ଲକ୍ଷ୍ୟକୁ ପିଛା କରି ଦିଲ୍ଲୀ ପ୍ରାରମ୍ଭିକ ବିପର୍ଯ୍ୟୟର ସାମ୍ନା କରିଥିଲା। ଆକ୍ରମଣାତ୍ମକ ଆରମ୍ଭ କରିଥିଲେ ମଧ୍ୟ ଦ୍ବିତୀୟ ଓଭର ଶେଷ ବେଳକୁ ଡେଭିଡ୍ ୱାର୍ଣ୍ଣର (୧୮) ଓ ପୃଥ୍ବୀ ସ’ (୧୦)ଙ୍କ ଯୋଡ଼ି ଭାଙ୍ଗିଥିଲା। ୩୩ ରନ୍ ଭିତରେ ଦଳ ୪ ୱିକେଟ୍ ହରାଇ ସାରିଥିବାରୁ ଋଷଭ ପନ୍ତ (୫୫) ଓ ତ୍ରିଷ୍ଟାନ୍ ଷ୍ଟବ୍ସ (୫୪) ପଞ୍ଚମ ୱିକେଟ୍ରେ ୯୩ ରନ୍ ଯୋଡ଼ି ଦଳର ସମ୍ମାନ ରକ୍ଷା କରିଥିଲେ। କିନ୍ତୁ ଆଉ କାହାର ଯୋଗଦାନ ନରହିବାରୁ ଦଳ ୧୭.୨ ଓଭରରେ ୧୬୬ ରନ୍ କରି ଅଲଆଉଟ୍ ହୋଇଥିଲା। ଏଥିପୂର୍ବରୁ କେକେଆର୍ ଚଳିତ ଆଇପିଏଲ୍‌ରେ ଦ୍ବିତୀୟ ‌ସର୍ବୋଚ୍ଚ ସ୍କୋର କରିଥିଲା। ସୁନୀଲ ନାରାୟଣ (୮୫ ରନ୍‌, ୩୯ ବଲ୍‌), ଅଙ୍ଗକ୍ରିସ ରଘୁବଂଶୀ (୫୪ ରନ୍‌, ୨୭ ବଲ୍‌), ଆନ୍ଦ୍ରେ ରସେଲ୍‌ (୪୧ ରନ୍‌, ୧୯ ବଲ୍‌), ରିଙ୍କୁ ସିଂହ (୨୬ ରନ୍‌, ୮ ବଲ୍‌)ଙ୍କ ଆତସବାଜି ବ୍ୟାଟିଂ ବଳରେ ଦଳ ୨୭୨/୭ ସ୍କୋର କରିଥିଲା। ଶେଷ ଦୁଇ ଓଭରରେ ‌ଦିଲ୍ଲୀକୁ ପେନାଲ୍ଟି ପାୱାରପ୍ଲେ ମିଳିବାରୁ କେକେଆର୍‌ ବ୍ୟାଟର୍‌ମାନେ ୩୩ ରନ୍‌ ସଂଗ୍ରହ କିରଥିଲେ। ପାୱାରପ୍ଲେରୁ ୮୮ ରନ୍‌ ଓ ଶେଷ ୫ ଓଭରରୁ ୭୭ ରନ୍‌ ଆସିଥିଲା। ଏହି ପାଳିରେ ୧୮ ଛକା ଓ ୨୨ ଚୌକା ମରାଯାଇଥିଲା।

Tags: