ଦିନିକିଆ ମାନ୍ୟତାରେ ଭାରତ ଦ୍ବିତୀୟକୁ ଉଠିଲା
ନୂଆଦିଲ୍ଲୀ: ଏସିଆ କପ୍ ଫାଇନାଲ୍ରେ ପ୍ରବେଶ କରିବା ସହ ଆଇସିସି ଦିନିକିଆ ମାନ୍ୟତାରେ ଭାରତ ଦ୍ବିତୀୟ ସ୍ଥାନକୁ ଉଠିଛି। ଏସିଆ କପ୍କୁ ୧ ନମ୍ବର ଦଳ ଭାବେ ଆସିଥିବା ପାକିସ୍ତାନ ଫାଇନାଲ୍ ଦୌଡ଼ରେ ପଛରେ ପଡ଼ିଯିବାରୁ ଏହାର ମାନ୍ୟତାରେ ମଧ୍ୟ ହ୍ରାସ ପରିଲକ୍ଷିତ ହୋଇଛି। ଭାରତ ପଛକୁ ପାକିସ୍ତାନ (୧୧୫) ତୃତୀୟ ସ୍ଥାନରେ ରହିଛି। ଅଷ୍ଟ୍ରେଲିଆ ପୁଣି ଥରେ ଶୀର୍ଷ ସ୍ଥାନ ଫେରିପାଇଛି। କିନ୍ତୁ ରେଟିଂରେ ଦେଖିବାକୁ ଗଲେ ଭାରତ (୧୧୫)ଠୁ ଅଷ୍ଟ୍ରେଲିଆ (୧୧୬) ଗୋଟିଏ ପଏଣ୍ଟ […]
ନୂଆଦିଲ୍ଲୀ: ଏସିଆ କପ୍ ଫାଇନାଲ୍ରେ ପ୍ରବେଶ କରିବା ସହ ଆଇସିସି ଦିନିକିଆ ମାନ୍ୟତାରେ ଭାରତ ଦ୍ବିତୀୟ ସ୍ଥାନକୁ ଉଠିଛି। ଏସିଆ କପ୍କୁ ୧ ନମ୍ବର ଦଳ ଭାବେ ଆସିଥିବା ପାକିସ୍ତାନ ଫାଇନାଲ୍ ଦୌଡ଼ରେ ପଛରେ ପଡ଼ିଯିବାରୁ ଏହାର ମାନ୍ୟତାରେ ମଧ୍ୟ ହ୍ରାସ ପରିଲକ୍ଷିତ ହୋଇଛି। ଭାରତ ପଛକୁ ପାକିସ୍ତାନ (୧୧୫) ତୃତୀୟ ସ୍ଥାନରେ ରହିଛି। ଅଷ୍ଟ୍ରେଲିଆ ପୁଣି ଥରେ ଶୀର୍ଷ ସ୍ଥାନ ଫେରିପାଇଛି। କିନ୍ତୁ ରେଟିଂରେ ଦେଖିବାକୁ ଗଲେ ଭାରତ (୧୧୫)ଠୁ ଅଷ୍ଟ୍ରେଲିଆ (୧୧୬) ଗୋଟିଏ ପଏଣ୍ଟ ଆଗରେ ଅଛି। ତେଣୁ ଆସନ୍ତା ମାସରେ ହେବାକୁ ଥିବା ବିଶ୍ବକପ୍ରେ ଶୀର୍ଷ ସ୍ଥାନକୁ ଆସିବା ପାଇଁ ଦଳମାନେ ପ୍ରତିଦ୍ବନ୍ଦ୍ବିତା କରିବେ। ବିଶ୍ବକପ୍ରେ ଭାରତ ତାହାର ପ୍ରଥମ ମ୍ୟାଚ୍ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବାକୁ ଯାଉଥିବା ବେଳେ ଏଥିପୂର୍ବରୁ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାରେ ପରସ୍ପରର ସାମର୍ଥ୍ୟକୁ ପରଖିବେ।




