ଦିନିକିଆ ବୋଲିଂ ମାନ୍ୟତାରେ ତୃତୀୟକୁ ଖସିଲେ ସିରାଜ୍‌

ଦୁବାଇ, ୨୩/୩ : ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସିରାଜ୍‌ ଆଇସିସି ଦିନିକିଆ ବୋଲର ମାନ୍ୟତାରେ ତୃତୀୟ ସ୍ଥାନକୁ ଖସିଆସିଛନ୍ତି। ଆଇସିସି ପକ୍ଷରୁ ସଦ୍ୟ ପ୍ରକାଶିତ ବୋଲିଂ ମାନ୍ୟତାରେ ଅଷ୍ଟ୍ରେଲିଆର ଜୋସ୍‌ ହାଜେଲଉଡ୍‌ ୭୧୩ ପଏଣ୍ଟ ସହ ଶୀର୍ଷ ସ୍ଥାନକୁ ଉନ୍ନୀତ ହୋଇଥିବାବେଳେ ନ୍ୟୁଜିଲାଣ୍ଡର ଟ୍ରେଣ୍ଟ ବୋଲ୍ଟ ୭୦୮ ପଏଣ୍ଟ ସହ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ସିରାଜ୍‌ ଓ ଅଷ୍ଟ୍ରେଲିଆର ମିଚେଲ ଷ୍ଟାର୍କ ମିଳିତ ଭାବେ ୭୦୨ ପଏଣ୍ଟ ପାଇ ତୃତୀୟ ସ୍ଥାନରେ ରହିଛନ୍ତି। ସିରାଜ ଗତ […]

Samaya Live Picture
Published On

ଦୁବାଇ, ୨୩/୩ : ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସିରାଜ୍‌ ଆଇସିସି ଦିନିକିଆ ବୋଲର ମାନ୍ୟତାରେ ତୃତୀୟ ସ୍ଥାନକୁ ଖସିଆସିଛନ୍ତି। ଆଇସିସି ପକ୍ଷରୁ ସଦ୍ୟ ପ୍ରକାଶିତ ବୋଲିଂ ମାନ୍ୟତାରେ ଅଷ୍ଟ୍ରେଲିଆର ଜୋସ୍‌ ହାଜେଲଉଡ୍‌ ୭୧୩ ପଏଣ୍ଟ ସହ ଶୀର୍ଷ ସ୍ଥାନକୁ ଉନ୍ନୀତ ହୋଇଥିବାବେଳେ ନ୍ୟୁଜିଲାଣ୍ଡର ଟ୍ରେଣ୍ଟ ବୋଲ୍ଟ ୭୦୮ ପଏଣ୍ଟ ସହ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ସିରାଜ୍‌ ଓ ଅଷ୍ଟ୍ରେଲିଆର ମିଚେଲ ଷ୍ଟାର୍କ ମିଳିତ ଭାବେ ୭୦୨ ପଏଣ୍ଟ ପାଇ ତୃତୀୟ ସ୍ଥାନରେ ରହିଛନ୍ତି। ସିରାଜ ଗତ ଜାନୁଆରିରୁ ଦିନିକିଆରେ ଏକ ନମ୍ବର ବୋଲର ହୋଇ ରହିଥିଲେ। ଷ୍ଟାର୍କ ଭାରତ ବିପକ୍ଷ ପ୍ରଥମ ଦିନିକିଆରେ ୩ଟି ଓ ବିଶାଖାପାଟଣାରେ ୫ଟି ୱିକେଟ ନେଇଥିଲେ। ଫଳରେ ସେ ବୋଲିଂ ମାନ୍ୟତାରେ ଉପରକୁ ଉଠିବାରେ ସଫଳ ହୋଇଛନ୍ତି। ଭାରତ ବିପକ୍ଷ ଟେଷ୍ଟ ଓ ଦିନିକିଆ ଶୃଙ୍ଖଳାରୁ ହାଜେଲଉଡ୍‌ ସମ୍ପୂର୍ଣ୍ଣ ବାଦ୍‌ ପଡିଥିଲେ ମଧ୍ୟ ବୋଲିଂ ମାନ୍ୟତାରେ ଶୀର୍ଷ ସ୍ଥାନ ହାସଲ କରିବାରେ ସଫଳ ହୋଇଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆରେ ମ୍ୟାଚ ବିଜୟୀ ପ୍ରଦର୍ଶନ କରିଥିବା ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମି ୨୮ତମ ସ୍ଥାନରେ ରହିଛନ୍ତି। ବ୍ୟାଟିଂରେ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆରେ ଅପରାଜିତ ୭୫ରନ କରିଥିବା କେଏଲ୍‌ ରାହୁଲ ୩୯ତମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଭାରତୀୟ ଓପନର ଶୁବମନ ଗିଲ୍‌ ପଞ୍ଚମ ଓ ବିରାଟ କୋହଲି ଷଷ୍ଠ ସ୍ଥାନରେ ସ୍ଥିର ରହିଛନ୍ତି। ଅଧିନାୟକ ରୋହିତ ଶର୍ମା ଗୋଟିଏ ସ୍ଥାନ ଉପରକୁ ଉନ୍ନୀତ ହୋଇ ସପ୍ତମ ସ୍ଥାନରେ ପହଞ୍ଚିଛନ୍ତି।

Tags: