ଦିନିକିଆ ବିଶ୍ବକପ୍ ସୂଚୀ ଘୋଷଣା କଲା ଆଇସିସି

ନୂଆଦିଲ୍ଲୀ: ଭାରତରେ ଖେଳାଯିବାକୁ ଥିବା ଆଇସିସି ଦିନିକିଆ ବିଶ୍ବକପ୍ର ଖେଳସୂଚୀକୁ ମଙ୍ଗଳବାର ଆଇସିସି ପକ୍ଷରୁ ଘୋଷଣା କରାଯାଇଛି। ଘୋଷଣା ଅନୁଯାୟୀ, ୧୦ ଦଳ ବିଶିଷ୍ଟ ବିଶ୍ବକପ୍ ଅକ୍ଟୋବର ୫ ତାରିଖରୁ ନଭେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଗତ ସଂସ୍କରଣର ବିଜେତା ଇଂଲଣ୍ଡ ଓ ଉପବିଜେତା ନ୍ୟୁଜିଲାଣ୍ଡ ମଧ୍ୟରେ ଉଦ୍ଘାଟନୀ ମୁକାବିଲା ଅହମଦାବାଦ୍ରେ ଅକ୍ଟୋବର ୫ ତାରିଖରେ ଖେଳାଯିବ। ଚିର ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ସହିତ ଭାରତର ମୁକାବିଲା ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ରେ ଅକ୍ଟୋବର ୧୫ ତାରିଖରେ […]

Samaya Live Picture
Published On

ନୂଆଦିଲ୍ଲୀ: ଭାରତରେ ଖେଳାଯିବାକୁ ଥିବା ଆଇସିସି ଦିନିକିଆ ବିଶ୍ବକପ୍ର ଖେଳସୂଚୀକୁ ମଙ୍ଗଳବାର ଆଇସିସି ପକ୍ଷରୁ ଘୋଷଣା କରାଯାଇଛି। ଘୋଷଣା ଅନୁଯାୟୀ, ୧୦ ଦଳ ବିଶିଷ୍ଟ ବିଶ୍ବକପ୍ ଅକ୍ଟୋବର ୫ ତାରିଖରୁ ନଭେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଗତ ସଂସ୍କରଣର ବିଜେତା ଇଂଲଣ୍ଡ ଓ ଉପବିଜେତା ନ୍ୟୁଜିଲାଣ୍ଡ ମଧ୍ୟରେ ଉଦ୍ଘାଟନୀ ମୁକାବିଲା ଅହମଦାବାଦ୍ରେ ଅକ୍ଟୋବର ୫ ତାରିଖରେ ଖେଳାଯିବ। ଚିର ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ସହିତ ଭାରତର ମୁକାବିଲା ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ରେ ଅକ୍ଟୋବର ୧୫ ତାରିଖରେ ହେବ। ନଭେମ୍ବର ୧୫ ତାରିଖରେ ମୁମ୍ବାଇ ଓ ୧୬ ତାରିଖରେ କୋଲକାତାରେ ଦୁଇଟି ସେମିଫାଇନାଲ୍ ହେବା ପରେ ନଭେମ୍ବର ୧୯ ତାରିଖରେ ଅହମଦାବାଦରେ ମେଗା ଫାଇନାଲ୍ ଅନୁଷ୍ଠିତ ହେବ। ରାଉଣ୍ଡ ରବିନ୍ ଭିତ୍ତିରେ ଖେଳାଯିବାକୁ ଥିବା ଏହି ପ୍ରତିଯୋଗିତାରେ ପ୍ରତି ଦଳ ଅନ୍ୟୁନ ୯ ମ୍ୟାଚ୍ ଖେଳିବେ। ଆୟୋଜକ ଭାରତ ଅକ୍ଟୋବର ୮ ତାରିକରେ ଚେନ୍ନାଇରେ ଅଷ୍ଟ୍ରେଲିଆ ବିପକ୍ଷରୁ ଅଭିଯାନ ଆରମ୍ଭ କରିବ। ଭାରତ ନିଜର ପରବର୍ତୀ ମ୍ୟାଚ୍ଗୁଡିକ ଅକ୍ଟୋବର ୧୧ (ଆଫଗାନିସ୍ତାନ, ଦିଲ୍ଲୀ), ଅକ୍ଟୋବର ୧୫ (ପାକିସ୍ତାନ, ଅହମଦାବାଦ), ଅକ୍ଟୋବର ୧୯ (ବାଂଲାଦେଶ, ପୁଣେ), ଅକ୍ଟୋବର ୨୨ (ନ୍ୟୁଜିଲାଣ୍ଡ୍, ଧର୍ମଶାଳା), ଅକ୍ଟୋବର ୨୯ (ଇଂଲଣ୍ଡ, ଲକ୍ଷ୍ନୌ), ନଭେମ୍ବର ୨ (କ୍ବାଲିଫାୟର-୨, ମୁମ୍ବାଇ), ନଭେମ୍ବର ୫ (ଦକ୍ଷିଣ ଆଫ୍ରିକା, କୋଲକାତା), ନଭେମ୍ବର ୧୧ (କ୍ବାଲିଫାୟାର-୧, ବେଙ୍ଗାଲୁରୁ) ତାରିଖରେ ଖେଳିବ। ଏହି ବିଶ୍ବକପ୍ରେ ଯଦି ପାକିସ୍ତାନ ସେମିଫାଇନାଲ୍ରେ ପ୍ରବେଶ କରେ, ତାହେଲେ ଏହାର ମ୍ୟାଚ୍ କୋଲକାତାରେ ଖେଳାଯିବ ଏବଂ ଯଦି ଭାରତ ସେମିଫାଇନାଲ୍କୁ ଯାଏ, ତାହେଲେ ଏହାର ମ୍ୟାଚ୍ ମୁମ୍ବାଇରେ ଅନୁଷ୍ଠିତ ହେବ। ଯଦି ସେମିଫାଇନାଲ୍ରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ପଡ଼େ ତାହେଲେ ଏହି ମ୍ୟାଚ୍ କୋଲକାତାରେ ଆୟୋଜିତ ହେବ ବୋଲି ଜଣାପଡ଼ିଛି।

Tags: