ଦିନିକିଆ ବିଶ୍ବକପ୍ ସୂଚୀରେ ପୁଣି ସଂଶୋଧନ ଆଶଙ୍କା

ନୂଆଦିଲ୍ଲୀ: ସୁରକ୍ଷା କାରଣରୁ ପୁଣି ଥରେ ଭାରତରେ ହେବାକୁଥିବା ଆଇସିସି ଦିନିକିଆ ବିଶ୍ବକପ୍ର ସୂଚୀ ସଂଶୋଧିତ ହୋଇପାରେ। ନବରାତ୍ର ଓ କାଳୀପୂଜା ପାଇଁ ନିକଟରେ ବିଶ୍ବକପ୍ ସୂଚୀରେ ପରିବର୍ତ୍ତନ କରାଯାଇଥିଲା। ୯ଟି ମ୍ୟାଚ୍ରେ ତାରିଖ ଓ ସମୟ ବଦଳିଥିଲା। ଏବେ ପୁଣି ଥରେ ଏହି ଆଶଙ୍କା ଦେଖାଯାଇଛି। ହାଇଦ୍ରାବାଦରେ ଅକ୍ଟୋବର ୯ ଓ ୧୦ ତାରିଖ ଦୁଇ ଦିନ ଲଗାତାର ମ୍ୟାଚ୍ ରହିଛି। ଲଗାତାର ଦୁଇ ଦିନ ମ୍ୟାଚ୍ ଆୟୋଜନ କରିବା ସୁରକ୍ଷା କାରଣରୁ ଠିକ୍ ନୁହେଁ। […]

Samaya Live Picture
Published On

ନୂଆଦିଲ୍ଲୀ: ସୁରକ୍ଷା କାରଣରୁ ପୁଣି ଥରେ ଭାରତରେ ହେବାକୁଥିବା ଆଇସିସି ଦିନିକିଆ ବିଶ୍ବକପ୍ର ସୂଚୀ ସଂଶୋଧିତ ହୋଇପାରେ। ନବରାତ୍ର ଓ କାଳୀପୂଜା ପାଇଁ ନିକଟରେ ବିଶ୍ବକପ୍ ସୂଚୀରେ ପରିବର୍ତ୍ତନ କରାଯାଇଥିଲା। ୯ଟି ମ୍ୟାଚ୍ରେ ତାରିଖ ଓ ସମୟ ବଦଳିଥିଲା। ଏବେ ପୁଣି ଥରେ ଏହି ଆଶଙ୍କା ଦେଖାଯାଇଛି। ହାଇଦ୍ରାବାଦରେ ଅକ୍ଟୋବର ୯ ଓ ୧୦ ତାରିଖ ଦୁଇ ଦିନ ଲଗାତାର ମ୍ୟାଚ୍ ରହିଛି। ଲଗାତାର ଦୁଇ ଦିନ ମ୍ୟାଚ୍ ଆୟୋଜନ କରିବା ସୁରକ୍ଷା କାରଣରୁ ଠିକ୍ ନୁହେଁ। ଏଥିପାଇଁ ଦୁଇ ମ୍ୟାଚ୍ ମଧ୍ୟରେ ଗୋଟିଏ ଦିନ ବ୍ୟବଧାନ ଆବଶ୍ୟକ ବୋଲି ହାଇଦ୍ରାବାଦ କ୍ରିକେଟ୍ ସଂଘ (ଏଚ୍ସିଏ)ର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ବହୁ ବିଳମ୍ବରେ ଗତ ଜୁନ୍ରେ ବିସିସିଆଇ ଓ ଆଇସିସି ବିଶ୍ବକପ୍ ସୂଚୀ ଘୋଷଣା କରିଥିଲେ। ଚଳିତ ମାସରେ ଭାରତ-ପାକିସ୍ତାନ ସହ ୯ ମ୍ୟାଚ୍ର ସୂଚୀରେ ପରିବର୍ତ୍ତନ କରିଥିଲେ। ଏଚ୍ସିଏ ଅକ୍ଟୋବର ୯ରେ ନ୍ୟୁଜିଲାଣ୍ଡ-ନେଦରଲାଣ୍ଡ୍ସ ମ୍ୟାଚ୍ ଆୟୋଜନ କରୁଛି। ଗୋଟିଏ ମ୍ୟାଚ୍ ଲାଗି ହାଇଦ୍ରାବାଦ ପୁଲିସ ୨୦୦୦ରୁ ୨୫୦୦ କର୍ମଚାରୀ ନିୟୋଜିତ କରିବ। ଏହା ମଧ୍ୟରେ ଗୋଟିଏ ମ୍ୟାଚ୍ରେ ପାକିସ୍ତାନ ଥିବାରୁ ଅଧିକ ସୁରକ୍ଷା ଆବଶ୍ୟକ। ତେଣୁ ଏହି ଦୁଇ ମ୍ୟାଚ୍ ଲଗାତାର ହେଉଥିବାରୁ ସୁରକ୍ଷା ଦୃଷ୍ଟିରୁ ସୂଚୀରେ ସଂଶୋଧନ ଲାଗି ବିସିସିଆଇକୁ ଏଚ୍ସିଏ ଅନୁରୋଧ କରିଛି।

Tags: