ଦିନିକିଆ ବିଶ୍ବକପ୍ ପୂର୍ବରୁ ଆଇସିସି ମାନ୍ୟତାର ଶୀର୍ଷକୁ ଫେରିଲା ଅଷ୍ଟ୍ରେଲିଆ
ଚେନ୍ନାଇ, ୨୩/୩: ଭାରତ ବିପକ୍ଷରେ ୨-୧ର ଦିନିକିଆ ଶୃଙ୍ଖଳା ବିଜୟ ପରେ ଅଷ୍ଟ୍ରେଲିଆ ଆଇସିସି ମାନ୍ୟତାରେ ଶୀର୍ଷ ସ୍ଥାନକୁ ଫେରିଛି। ଷ୍ଟିଭ୍ ସ୍ମିଥ୍ଙ୍କ ଅଧିନରେ ଅଷ୍ଟ୍ରେଲିଆ ୦-୧ରେ ପଛୁଆ ଥିଲେ ବି ପରବର୍ତ୍ତୀ ଦୁଇ ମ୍ୟାଚ୍କୁ ଜିତି ଶୃଙ୍ଖଳା କବ୍ଜା କରିଥିଲା। ବାମହାତୀ ଦ୍ରୁତ ବୋଲର ମିଚେଲ୍ ଷ୍ଟାର୍କ ଦ୍ବିତୀୟ ମ୍ୟାଚ୍ରେ ୫ ୱିକେଟ୍ ସଫଳତା ପାଇଥିଲା ବେଳେ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି। ସେହିପରି ଟ୍ରାଭିସ୍ ହେଡ୍ଙ୍କ ସହ ଓପନିଂ କରିଥିବା ମିଚେଲ୍ ମାର୍ଶ […]
ଚେନ୍ନାଇ, ୨୩/୩: ଭାରତ ବିପକ୍ଷରେ ୨-୧ର ଦିନିକିଆ ଶୃଙ୍ଖଳା ବିଜୟ ପରେ ଅଷ୍ଟ୍ରେଲିଆ ଆଇସିସି ମାନ୍ୟତାରେ ଶୀର୍ଷ ସ୍ଥାନକୁ ଫେରିଛି। ଷ୍ଟିଭ୍ ସ୍ମିଥ୍ଙ୍କ ଅଧିନରେ ଅଷ୍ଟ୍ରେଲିଆ ୦-୧ରେ ପଛୁଆ ଥିଲେ ବି ପରବର୍ତ୍ତୀ ଦୁଇ ମ୍ୟାଚ୍କୁ ଜିତି ଶୃଙ୍ଖଳା କବ୍ଜା କରିଥିଲା। ବାମହାତୀ ଦ୍ରୁତ ବୋଲର ମିଚେଲ୍ ଷ୍ଟାର୍କ ଦ୍ବିତୀୟ ମ୍ୟାଚ୍ରେ ୫ ୱିକେଟ୍ ସଫଳତା ପାଇଥିଲା ବେଳେ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି। ସେହିପରି ଟ୍ରାଭିସ୍ ହେଡ୍ଙ୍କ ସହ ଓପନିଂ କରିଥିବା ମିଚେଲ୍ ମାର୍ଶ ୯୭.୦୦ ହାରରେ ୧୯୪ ରନ୍ କରି ସର୍ବାଧିକ ରନ୍ ସଂଗ୍ରହକାରୀ ହୋଇଥିଲେ। ନିର୍ଣ୍ଣାୟକ ମ୍ୟାଚ୍ରେ ୪ ୱିକେଟ୍ ନେଇ ଆଡାମ ଜାମ୍ପା ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଏହି ଶୃଙ୍ଖଳା ବିଜୟ ଫଳରେ ଭାରତ ୪ବର୍ଷ ପରେ ପ୍ରଥମ ଥର ନିଜ ଘରେ ଦ୍ବିପାକ୍ଷୀକ ଶୃଙ୍ଖଳାରେ ପରାଜିତ ହୋଇଛି। ଏଥିଯୋଗୁଁ ଆସନ୍ତା ଅକ୍ଟୋବରରେ ଭାରତରେ ହେବାକୁ ଥିବା ବିଶ୍ବକପ୍ ବେଳକୁ ଅଷ୍ଟ୍ରେଲିଆ ଅଧିକ ଆତ୍ମବିଶ୍ବାସର ସହ ଖେଳିବ।




