ଦିନିକିଆ ଛକାରେ ୩୦୦ ଟପିଲେ ରୋହିତ

ଅହମଦାବାଦ: ଦିନିକିଆ କ୍ରିକେଟ୍ ଇତିହାସରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ତୃତୀୟ ବ୍ୟାଟର୍ ଭାବେ ୩୦୦ ଛକା ଅତିକ୍ରମ କରିଛନ୍ତି। ପାକିସ୍ତାନ ବିପକ୍ଷ ମ୍ୟାଚ୍ରେ ସେ ୬ ଛକା ମାରି ୩୦୩ ରେ ପହଞ୍ଚିଛନ୍ତି। ତାଙ୍କ ପୂର୍ବରୁ ପାକିସ୍ତାନର ସାହିଦ ଆଫ୍ରିଦି (୩୫୧) ଓ ୱେଷ୍ଟଇଣ୍ଡିଜ୍ର କ୍ରିସ ଗେଲ୍ (୩୩୧) ତାଲିକାର ପ୍ରଥମ ଦୁଇ ସ୍ଥାନରେ ରହିଛନ୍ତି। ରୋହିତଙ୍କ ପଛରୁ ଶ୍ରୀଲଙ୍କାର ସନଥ ଜୟସୁରିୟା (୨୭୦) ଓ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି (୨୨୯) […]

Samaya Live Picture
Published On

ଅହମଦାବାଦ: ଦିନିକିଆ କ୍ରିକେଟ୍ ଇତିହାସରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ତୃତୀୟ ବ୍ୟାଟର୍ ଭାବେ ୩୦୦ ଛକା ଅତିକ୍ରମ କରିଛନ୍ତି। ପାକିସ୍ତାନ ବିପକ୍ଷ ମ୍ୟାଚ୍ରେ ସେ ୬ ଛକା ମାରି ୩୦୩ ରେ ପହଞ୍ଚିଛନ୍ତି। ତାଙ୍କ ପୂର୍ବରୁ ପାକିସ୍ତାନର ସାହିଦ ଆଫ୍ରିଦି (୩୫୧) ଓ ୱେଷ୍ଟଇଣ୍ଡିଜ୍ର କ୍ରିସ ଗେଲ୍ (୩୩୧) ତାଲିକାର ପ୍ରଥମ ଦୁଇ ସ୍ଥାନରେ ରହିଛନ୍ତି। ରୋହିତଙ୍କ ପଛରୁ ଶ୍ରୀଲଙ୍କାର ସନଥ ଜୟସୁରିୟା (୨୭୦) ଓ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି (୨୨୯) ଶୀର୍ଷ ୫ ଜଣଙ୍କ ମଧ୍ୟରେ ଅଛନ୍ତି। ଆଫଗାନିସ୍ତାନ ବିପକ୍ଷ ଗତ ମ୍ୟାଚ୍ରେ ରୋହିତ ୯ ଛକା ମାରିଥିଲେ। ଯାହାଫଳରେ ସେ ୫୫୬ ଛକା ସହ ଆନ୍ତର୍ଜାତିକ କ୍ରିକେଟ୍ରେ ସର୍ବାଧିକ ଛକାରେ କ୍ରିସ୍ ଗେଲ୍ (୫୫୩) ଙ୍କୁ ପଛରେ ପକାଇଦେଇଥିଲେ।

Tags: