ଦିନିକିଆ କ୍ରିକେଟ୍ ଇତିହାସରେ ୩ହଜାର ଛକା ମାରିଲା ଭାରତ
ଇନ୍ଦୋର: ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ରବିବାର କେବଳ ସର୍ବୋଚ୍ଚ ଦିନିକିଆ ସ୍କୋର୍ (୩୯୯/୫) କରିନାହିଁ, ବିଶ୍ବର ପ୍ରଥମ ଦେଶ ଭାବେ ଦିନିକିଆ କ୍ରିକେଟ୍ ଇତିହାସରେ ୩,୦୦୦ ଛକା ମାଇଲଖୁଣ୍ଟ ଅତିକ୍ରମ କରିଛି। ଭାରତ ଏହି ପାଳରେ ମାରିଥିବା ମୋଟ ୧୮ ଛକା କିନ୍ତୁ ଦେଶ ପାଇଁ ଦ୍ବିତୀୟ ସର୍ବାଧିକ। ୨୦୧୩ରେ ଅଷ୍ଟ୍ରେଲିଆ ବିପକ୍ଷରେ ଏବଂ ଚଳିତ ବର୍ଷ ନ୍ୟୁଜିଲାଣ୍ଡ୍ ବିପକ୍ଷରେ ଭାରତ ମାରିଥିବା ୧୯ ଲେଖାଏଁ ଛକା ଶୀର୍ଷରେ ରହିଛି। ସେହିଭଳି ଭାରତ ୧୦ ବର୍ଷ ତଳେ […]
ଇନ୍ଦୋର: ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ରବିବାର କେବଳ ସର୍ବୋଚ୍ଚ ଦିନିକିଆ ସ୍କୋର୍ (୩୯୯/୫) କରିନାହିଁ, ବିଶ୍ବର ପ୍ରଥମ ଦେଶ ଭାବେ ଦିନିକିଆ କ୍ରିକେଟ୍ ଇତିହାସରେ ୩,୦୦୦ ଛକା ମାଇଲଖୁଣ୍ଟ ଅତିକ୍ରମ କରିଛି। ଭାରତ ଏହି ପାଳରେ ମାରିଥିବା ମୋଟ ୧୮ ଛକା କିନ୍ତୁ ଦେଶ ପାଇଁ ଦ୍ବିତୀୟ ସର୍ବାଧିକ। ୨୦୧୩ରେ ଅଷ୍ଟ୍ରେଲିଆ ବିପକ୍ଷରେ ଏବଂ ଚଳିତ ବର୍ଷ ନ୍ୟୁଜିଲାଣ୍ଡ୍ ବିପକ୍ଷରେ ଭାରତ ମାରିଥିବା ୧୯ ଲେଖାଏଁ ଛକା ଶୀର୍ଷରେ ରହିଛି। ସେହିଭଳି ଭାରତ ୧୦ ବର୍ଷ ତଳେ ଅଷ୍ଟ୍ରେଲିଆ ବିପକ୍ଷରେ ସ୍କୋର୍ କରିଥିବା ୩୮୩/୬ (ବେଙ୍ଗାଲୁରୁ, ୨୦୧୩) ଏବେ ପଛରେ ପଡ଼ିଯାଇଛି। ସୂର୍ଯ୍ୟକୁମାର ଯାଦବ ୨୪ ବଲରୁ ଅର୍ଦ୍ଧଶତକ ହାସଲ କରି ଅଷ୍ଟ୍ରେଲିଆ ବିପକ୍ଷରେ ଦ୍ରୁତତମ ହୋଇଛନ୍ତି। ୨୦୧୩ରେ ଜୟପୁରଠାରେ କଙ୍ଗାରୁ ଦଳ ବିପକ୍ଷରେ ବିରାଟ କୋହଲି ୨୭ ବଲ୍ରୁ ଅର୍ଦ୍ଧଶତକ ପୂର୍ଣ୍ଣ କରିଥିଲେ। ଶୁବମନ ଗିଲ୍ ରବିବାର ନିଜ ଷଷ୍ଠ ଦିନିକିଆ ଶତକ ହାସଲ କରିଛନ୍ତି। ଏ କ୍ଷେତ୍ରରେ ସେ ଦ୍ରୁତତମ (୩୫ ପାଳି) ହୋଇଛନ୍ତି। ସେ ଶିଖର ଧାୱନ (୪୬ ପାଳି)ଙ୍କ ରେକର୍ଡକୁ ଅତିକ୍ରମ କରିଛନ୍ତି। ୨୫ ବର୍ଷ ବୟସ ପୂର୍ବରୁ ଗୋଟିଏ କ୍ୟାଲେଣ୍ଡର୍ ବର୍ଷରେ ୫ ଶତକ ହାସଲ କରିବାରେ ଗିଲ୍ ବିଶ୍ବର ପଞ୍ଚମ ବ୍ୟାଟର୍ ହୋଇଛନ୍ତି। ପୂର୍ବରୁ ସଚିନ ତେନ୍ଦୁଲକର, ଗ୍ରେମ୍ ସ୍ମିଥ୍, ଉପୁଲ ଥରଙ୍ଗା, ବିରାଟ କୋହଲି ଏହି କ୍ଲବ୍ରେ ଥିଲେ। ନିଜ ୧୦ ଓଭରରେ ୧୦୩ ରନ୍ ବ୍ୟୟ କରି କାମେରନ୍ ଗ୍ରିନ୍ ଅଷ୍ଟ୍ରେଲିଆର ମହଙ୍ଗା ବୋଲର ଭାବେ ୧୦୦ରୁ ଅଧିକ ରନ୍ ଦେଇଛନ୍ତି।




