ଦଲୀପ ଟ୍ରଫି ଫାଇନାଲ୍ ପ୍ରଥମ ଦିନରେ ଦକ୍ଷିଣାଞ୍ଚଳ ୧୮୨/୭

ବେଙ୍ଗାଲୁରୁ: ଅନ୍ତଃଜୋନ୍ ଦଲୀପ ଟ୍ରଫି ଫାଇନାଲ୍ ମ୍ୟାଚ୍ ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଆରମ୍ଭ ହୋଇଛି। ପଶ୍ଚିମାଞ୍ଚଳ ବିପକ୍ଷ ଫାଇନାଲ୍ରେ ଟସ୍ ହାରି ବ୍ୟାଟିଂ କରିଥିବା ଦକ୍ଷିଣାଞ୍ଚଳ ପ୍ରଥମ ଦିନ ଶେଷ ସୁଦ୍ଧା ୬୫ ଓଭର ଖେଳି ୭ ୱିକେଟ୍ ବିନିମୟରେ ୧୮୨ ରନ୍ କରିଛି। ଅଧିନାୟକ ହନୁମା ବିହାରୀ ୬୩ ରନ୍ କରି ଅର୍ଦ୍ଧଶତକ ଅର୍ଜନ କରିଥିଲା ବେଳେ ତିଲକ ବର୍ମା ୪୦ ଓ ମୟଙ୍କ ଅଗ୍ରୱାଲ ୨୮ ରନ୍ ସଂଗ୍ରହ କରିଥିଲେ। ଏମାନଙ୍କ ବାଦ୍ କୌଣସି […]

Samaya Live Picture
Published On

ବେଙ୍ଗାଲୁରୁ: ଅନ୍ତଃଜୋନ୍ ଦଲୀପ ଟ୍ରଫି ଫାଇନାଲ୍ ମ୍ୟାଚ୍ ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଆରମ୍ଭ ହୋଇଛି। ପଶ୍ଚିମାଞ୍ଚଳ ବିପକ୍ଷ ଫାଇନାଲ୍ରେ ଟସ୍ ହାରି ବ୍ୟାଟିଂ କରିଥିବା ଦକ୍ଷିଣାଞ୍ଚଳ ପ୍ରଥମ ଦିନ ଶେଷ ସୁଦ୍ଧା ୬୫ ଓଭର ଖେଳି ୭ ୱିକେଟ୍ ବିନିମୟରେ ୧୮୨ ରନ୍ କରିଛି। ଅଧିନାୟକ ହନୁମା ବିହାରୀ ୬୩ ରନ୍ କରି ଅର୍ଦ୍ଧଶତକ ଅର୍ଜନ କରିଥିଲା ବେଳେ ତିଲକ ବର୍ମା ୪୦ ଓ ମୟଙ୍କ ଅଗ୍ରୱାଲ ୨୮ ରନ୍ ସଂଗ୍ରହ କରିଥିଲେ। ଏମାନଙ୍କ ବାଦ୍ କୌଣସି ବ୍ୟାଟର୍ କ୍ରିଜ୍ରେ ବେଶି ସମୟ ତିଷ୍ଟି ପାରିନଥିଲେ। ପଶ୍ଚିମାଞ୍ଚଳ ପକ୍ଷରୁ ଅର୍ଜାନ ନାଜୱାସୱାଲା, ଚିନ୍ତନ ଗାଜା ଓ ସାମ୍ସ ମୁଲାନି ୨ ଲେଖାଏଁ ଏବଂ ଅତିତ ସେଠ ଗୋଟିଏ ୱିକେଟ୍ ନେଇଛନ୍ତି। ୨୮ ରନ୍ର ପାଳି ଖେଳି ମୟଙ୍କ ପ୍ରଥମ ଶ୍ରେଣୀ କ୍ରିକେଟ୍ରେ ୭୦୦୦ ରନ୍ ପୂର୍ଣ୍ଣ କରିଥିଲେ। ସେ ୧୫୯ ପାଳି ଖେଳି ୪୬.୩୮ ହାରାହାରି ଏବଂ ୧୫ ଶତକ ଓ ୩୯ ଅର୍ଦ୍ଧଶତକ ସହାୟତାରେ ଏହି ମାଇଲଖୁଣ୍ଟ ଛୁଇଁଥିଲେ।

Tags: