ଦଲୀପ ଟ୍ରଫିରେ କେନ୍ଦ୍ରାଞ୍ଚଳ ୧୮୨ରେ ଅଲ୍ଆଉଟ୍, ପୂର୍ବାଞ୍ଚଳ ୩୨/୨
ଆଲୁର: ଅନ୍ତଃ ଜୋନ୍ ଦଲୀପ ଟ୍ରଫି କ୍ରିକେଟ୍ ପ୍ରତିଯୋଗିତା ବେଙ୍ଗାଲୁରୁରେ ଆରମ୍ଭ ହୋଇଛି। କେନ୍ଦ୍ରାଞ୍ଚଳ ଓ ପୂର୍ବାଞ୍ଚଳ ମଧ୍ୟରେ ଖେଳାଯାଉଥିବା ମ୍ୟାଚ୍ର ପ୍ରଥମ ଦିନରେ ୧୨ ୱିକେଟ୍ର ପତନ ହୋଇଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା କେନ୍ଦ୍ରାଞ୍ଚଳ ୧୮୨ ରନରେ ଅଲ୍ଆଉଟ୍ ହୋଇଛି। ଦଳ ପକ୍ଷରୁ ରିଙ୍କୁ ସିଂହ ସର୍ବାଧିକ ୩୮ ରନ୍ କରିଥିଲେ। ପୂର୍ବାଞ୍ଚଳର ମଣିଶଙ୍କର ମୁରାସିଂହ (୫/୪୨) ୫ ୱିକେଟ୍ ସଫଳତା ପାଇଥିଲା ବେଳେ ଶାହବାଜ ଅହମଦ ୨ ୱିକେଟ୍ ନେଇଥିଲେ। ଜବାବରେ […]
ଆଲୁର: ଅନ୍ତଃ ଜୋନ୍ ଦଲୀପ ଟ୍ରଫି କ୍ରିକେଟ୍ ପ୍ରତିଯୋଗିତା ବେଙ୍ଗାଲୁରୁରେ ଆରମ୍ଭ ହୋଇଛି। କେନ୍ଦ୍ରାଞ୍ଚଳ ଓ ପୂର୍ବାଞ୍ଚଳ ମଧ୍ୟରେ ଖେଳାଯାଉଥିବା ମ୍ୟାଚ୍ର ପ୍ରଥମ ଦିନରେ ୧୨ ୱିକେଟ୍ର ପତନ ହୋଇଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା କେନ୍ଦ୍ରାଞ୍ଚଳ ୧୮୨ ରନରେ ଅଲ୍ଆଉଟ୍ ହୋଇଛି। ଦଳ ପକ୍ଷରୁ ରିଙ୍କୁ ସିଂହ ସର୍ବାଧିକ ୩୮ ରନ୍ କରିଥିଲେ। ପୂର୍ବାଞ୍ଚଳର ମଣିଶଙ୍କର ମୁରାସିଂହ (୫/୪୨) ୫ ୱିକେଟ୍ ସଫଳତା ପାଇଥିଲା ବେଳେ ଶାହବାଜ ଅହମଦ ୨ ୱିକେଟ୍ ନେଇଥିଲେ। ଜବାବରେ ପୂର୍ବାଞ୍ଚଳ ପ୍ରଥମ ଦିନର ଷ୍ଟମ୍ପ୍ସ ଅପସାରଣ ବେଳକୁ ୨ ୱିକେଟ ହରାଇ ୩୨ ରନ୍ କରିଛି। ଦୁଇ ପ୍ରାରମ୍ଭିକ ବ୍ୟାଟର ଶାନ୍ତନୁ ମିଶ୍ର ୬ ଏବଂ ଅଧିନାୟକ ଅଭିମନ୍ୟୁ ଈଶ୍ବରନ ଖାତା ଖୋଲିନପାରି ଆଉଟ୍ ହୋଇଛନ୍ତି। ଉଭୟଙ୍କୁ ଆୱେସ ଖାନ୍ ଏଲ୍ବିଡବ୍ଲୁ କରି ପାଭିଲିୟନ ପଠାଇଛନ୍ତି। ପ୍ରଥମ ଦିନ ଶେଷ ହେବା ବେଳକୁ ସୁଦୀପ କୁମାର ଘାରାମି (୧୯*) ଓ ଶାହବାଜ ନଦୀମ (୬*) ଅପରାଜିତ ରହିଥିଲେ।
ଏଠାରେ ଖେଳାଯାଉଥିବା ଅନ୍ୟ ଏକ ମ୍ୟାଚ୍ରେ ଉତ୍ତର ପୂର୍ବାଞ୍ଚଳ ବିପକ୍ଷରେ ଧ୍ରୁବ ସୋରେ (୧୩୫)ଙ୍କ ଶତକ ବଳରେ ପ୍ରଥମ ଦିନର ଷ୍ଟମ୍ପ୍ସ ଅପସାରଣ ବେଳକୁ ଉତ୍ତରାଞ୍ଚଳ ୬ ୱିକେଟ୍ ହରାଇ ୩୦୬ ରନ୍ କରିଛି। ପ୍ରଶାନ୍ତ ଚୋପ୍ରା (୩୨) ଏବଂ ପ୍ରଭସିମ୍ରନ ସିଂହ (୩୧) ମଧ୍ୟ ଉପଯୋଗୀ ପାଳି ଖେଳିଥିଲେ। ନିଶାନ୍ତ ସିନ୍ଧୁ (୭୬*) ଏବଂ ପୁଲକିତ ନାରଙ୍ଗ (୨୩*) ଅପରାଜିତ ଅଛନ୍ତି। ଫେଇରୋଇଜାମ ଜୋତିନ ଓ ଏଲ୍ କିଶନ ସିଂହ ୨ ଲେଖାଏଁ ୱିକେଟ୍ ନେଇଛନ୍ତି।




