ଦଲୀପ ଟ୍ରଫିରେ ଉତ୍ତରାଞ୍ଚଳ ୫୪୦/୮, କେନ୍ଦ୍ରାଞ୍ଚଳକୁ ଅଗ୍ରଣୀ

ବେଙ୍ଗାଲୁରୁ: ଉତ୍ତର ପୂର୍ବାଞ୍ଚଳ ଦଳ ବିପକ୍ଷ ଦଲୀପ ଟ୍ରଫି କ୍ବାର୍ଟର ଫାଇନାଲ୍ରେ ୩ ଶତକ ସହାୟତାଲରେ ଉତ୍ତରାଞ୍ଚଳ ୫୪୦/୮ରେ ପାଳି ଘୋଷଣା କରିଛି। ଜବାବରେ ଉତ୍ତର ପୂର୍ବାଞ୍ଚଳ ୬୫ ରନ୍ରେ ୩ ୱିକେଟ୍ ହରାଇ ସଙ୍କଟରେ ପଡ଼ିଛି। ଦ୍ବିତୀୟ ଦିନର ଷ୍ଟମ୍ପ୍ସ ଅପସାରଣ ବେଳକୁ ନିଲେଶ ଲାଭିଚାନେ ୩୫* ଓ ଲାଙ୍ଗଲୋନ୍ୟାମ୍ବାର ମେଇତାନ କିଶଙ୍ଗବାମ ୧* ରନ୍ ବ୍ୟାଟିଂ କରୁଛନ୍ତି। ବାଲତେଜ ସିଂହ, ସିଦ୍ଧାର୍ଥ କୌଲ ଓ ହର୍ଷିତ ରଣା ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି। ପ୍ରଥମ […]

Samaya Live Picture
Published On

ବେଙ୍ଗାଲୁରୁ: ଉତ୍ତର ପୂର୍ବାଞ୍ଚଳ ଦଳ ବିପକ୍ଷ ଦଲୀପ ଟ୍ରଫି କ୍ବାର୍ଟର ଫାଇନାଲ୍ରେ ୩ ଶତକ ସହାୟତାଲରେ ଉତ୍ତରାଞ୍ଚଳ ୫୪୦/୮ରେ ପାଳି ଘୋଷଣା କରିଛି। ଜବାବରେ ଉତ୍ତର ପୂର୍ବାଞ୍ଚଳ ୬୫ ରନ୍ରେ ୩ ୱିକେଟ୍ ହରାଇ ସଙ୍କଟରେ ପଡ଼ିଛି। ଦ୍ବିତୀୟ ଦିନର ଷ୍ଟମ୍ପ୍ସ ଅପସାରଣ ବେଳକୁ ନିଲେଶ ଲାଭିଚାନେ ୩୫* ଓ ଲାଙ୍ଗଲୋନ୍ୟାମ୍ବାର ମେଇତାନ କିଶଙ୍ଗବାମ ୧* ରନ୍ ବ୍ୟାଟିଂ କରୁଛନ୍ତି। ବାଲତେଜ ସିଂହ, ସିଦ୍ଧାର୍ଥ କୌଲ ଓ ହର୍ଷିତ ରଣା ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି। ପ୍ରଥମ ଦିନରେ ଧ୍ରୁବ ସୋରେ (୧୩୫)ଙ୍କ ଶତକ ବଳରେ ୩୦୬/୬ ରନ୍ କରିଥିଲା ଉତ୍ତରାଞ୍ଚଳ। ଦ୍ବିତୀୟ ଦିନରେ ଏଥିରେ ଆଉ ୨୩୪ ରନ୍ ଯୋଡ଼ି ପାଳି ଘୋଷଣା କରିଥିଲା। ୭୬ ରନ୍ରେ ଅପରାଜିତ ଥିବା ନିଶାନ୍ତ ସିନ୍ଧୁ ନିଜ ଶତକ ପୂରଣ କରିବା ସହ ୧୫୦ ରନ୍ରେ ଆଉଟ୍ ହୋଇଥିଲେ। ତାଙ୍କ ସହ ହର୍ଷିତ ରଣା (୧୨୨, ୮୬ ବଲ୍, ୧୨ ଚୌକା, ୯ ଛକା) ବିସ୍ଫୋରକ ପାଳି ଖେଳିବାରୁ ଦଳ ୫୦୦ ରନ୍ ପାରି କରିଥିଲା। ହର୍ଷିତ ପ୍ରଥମ ଥର ପ୍ରଥମ ଶ୍ରେଣୀ ଶତକ ହାସଲ କରିଥିଲେ। ଏହା ପୂର୍ବରୁ ଦିଲ୍ଲୀର ହର୍ଷିତ ୪ ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳିଥିଲା ବେଳେ ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର୍ ଥିଲା ୫୮ (ବନାମ ହାଇଦ୍ରାବାଦ)।
ଦଲୀପ ଟ୍ରଫିର ଅନ୍ୟ ଏକ ମ୍ୟାଚ୍ରେ କେନ୍ଦ୍ରାଞ୍ଚଳର ପ୍ରଥମ ପାଳି ୧୮୨ରେ ଶେଷ ହୋଇଛି। ଏହାସତ୍ତ୍ବେ ପୂର୍ବାଞ୍ଚଳ ପାଳିକୁ କେନ୍ଦ୍ରାଞ୍ଚଳ ବୋଲରମାନେ ୧୨୨ ରନ୍ରେ ଅଟକାଇ ୬୦ ରନ୍ର ଅଗ୍ରଣୀ ନେଇଯାଇଛନ୍ତି। ଦ୍ବିତୀୟ ପାଳିରେ କେନ୍ଦ୍ରାଞ୍ଚଳ କୌଣସି ୱିକେଟ୍ ନ ହରାଇ ୬୫ ରନ୍ କରିଛି। ଫଳରେ ଏହି ଦଳ ୧୨୪ ରନ୍ରେ ଆଗୁଆ ରହିଛି। ହିମାଂଶୁ ମନ୍ତ୍ରୀ ୨୫* ଓ ବିବେକ ସିଂହ ୩୫* ରନ୍ରେ ବ୍ୟାଟିଂ କରୁଛନ୍ତି। ପ୍ରଥମ ଦିନ ୩୨/୨ କରିଥିବା ପୂର୍ବାଞ୍ଚଳ ଏଥିରେ ଆଉ ୯୦ ରନ୍ ଯୋଡ଼ି ସମସ୍ତ ୱିକେଟ୍ ହରାଇଥିଲା। ରିୟାନ ପରାଗ (୩୩), ମଣିଶଙ୍କର ମୁରାସିଂହ (୩୦*), ସୁଦୀପ କୁମାର ଘାରାମି (୨୭) ଓ ଶାହବାଜ ନଦୀମ (୧୭) କେବଳ ଦୁଇ ଅଙ୍କ ଛୁଇଁଥିଲେ। କେନ୍ଦ୍ରାଞ୍ଚଳର ଆୱେସ ଖାନ ଓ ସୌରଭ କୁମାର ୩ ଲେଖାଏଁ ଏବଂ ଶିବମ ମାଭି ୨ ୱିକେଟ୍ ନେଇଥିଲେ।

Tags: