ଦଲୀପ ଟ୍ରଫିରେ ଅର୍ଦ୍ଧଶତକ ମାରିଲେ ପୂଜାରା, ସୂର୍ଯ୍ୟକୁମାର

ବେଙ୍ଗାଲୁରୁ: ଅନ୍ତଃଜୋନ୍ ଦଲୀପ ଟ୍ରଫିରେ ପଶ୍ଚିମାଞ୍ଚଳ ଓ ଉତ୍ତରାଞ୍ଚଳକୁ ପ୍ରଥମ ପାଳି ଅଗ୍ରଣୀ ମିଳିଛି। ପ୍ରଥମ ପାଳିରେ ନିରାଶ କରିଥିବା ତାରକା ବ୍ୟାଟର ଚେତେଶ୍ବର ପୂଜାରା ଓ ସୂର୍ଯ୍ୟକୁମାର ଯାଦବ ଦ୍ବିତୀୟ ପାଳିରେ ଅର୍ଦ୍ଧଶତକ ଅର୍ଜନ କରିଥିଲା ବେଳେ ଶିବମ ମାଭି ୬ ଓ ଅର୍ଜନ ନାଗସୱାଲା ୫ ୱିକେଟ୍ ସଫଳତା ପାଇଛନ୍ତି। ୨୧୬/୮ରୁ ଦ୍ବିତୀୟ ଦିନ ଖେଳିବା ଆରମ୍ଭ କରିଥିବା ପଶ୍ଚିମାଞ୍ଚଳ ଆଉ ୪ ରନ୍ ଯୋଡ଼ିବା ପରେ ଅଲଆଉଟ୍ ହୋଇଥିଲା। ଶେଷ ଦୁଇ ୱିକେଟ୍କୁ […]

Samaya Live Picture
Published On

ବେଙ୍ଗାଲୁରୁ: ଅନ୍ତଃଜୋନ୍ ଦଲୀପ ଟ୍ରଫିରେ ପଶ୍ଚିମାଞ୍ଚଳ ଓ ଉତ୍ତରାଞ୍ଚଳକୁ ପ୍ରଥମ ପାଳି ଅଗ୍ରଣୀ ମିଳିଛି। ପ୍ରଥମ ପାଳିରେ ନିରାଶ କରିଥିବା ତାରକା ବ୍ୟାଟର ଚେତେଶ୍ବର ପୂଜାରା ଓ ସୂର୍ଯ୍ୟକୁମାର ଯାଦବ ଦ୍ବିତୀୟ ପାଳିରେ ଅର୍ଦ୍ଧଶତକ ଅର୍ଜନ କରିଥିଲା ବେଳେ ଶିବମ ମାଭି ୬ ଓ ଅର୍ଜନ ନାଗସୱାଲା ୫ ୱିକେଟ୍ ସଫଳତା ପାଇଛନ୍ତି। ୨୧୬/୮ରୁ ଦ୍ବିତୀୟ ଦିନ ଖେଳିବା ଆରମ୍ଭ କରିଥିବା ପଶ୍ଚିମାଞ୍ଚଳ ଆଉ ୪ ରନ୍ ଯୋଡ଼ିବା ପରେ ଅଲଆଉଟ୍ ହୋଇଥିଲା। ଶେଷ ଦୁଇ ୱିକେଟ୍କୁ ଶିବମ ମାଭି ନେବା ସହ ୪୪ ରନ୍ ବିନିମୟରେ ମୋଟ ୬ ୱିକେଟ୍ ଅକ୍ତିଆର କରିଥିଲେ। କେନ୍ଦ୍ରାଞ୍ଚଳ ପାଳି ଆରମ୍ଭ କରିଥିଲେ ହେଁ ନିୟମିତ ଅନ୍ତରାଳରେ ୱିକେଟ୍ ହରାଇଥିଲା। କେବଳ ଧ୍ରୁବ ଜୁରେଲ୍ (୪୬) ଓ ରିଙ୍କୁ ସିଂହ (୪୮) ଚତୁର୍ଥ ୱିକେଟ୍ରେ ୪୩ ରନ୍ ଯୋଡ଼ି କିଛି ସମୟ ପାଇଁ ଆଶା ସଞ୍ଚାର କରିଥିଲେ। କେନ୍ଦ୍ରାଞ୍ଚଳ ୧୨୮ ରନ୍ରେ ସୀମିତ ରହିଥିଲା। ଦଳର ୮ ଜଣ ଦୁଇ ଅଙ୍କରେ ପହଞ୍ଚିପାରିନଥିଲେ। କେନ୍ଦ୍ରାଞ୍ଚଳର ବ୍ୟାଟିଂ କ୍ରମକୁ ନାଗସୱାଲା (୧୪.୩-୦-୭୪-୫) ଭାଙ୍ଗିବାରେ ବଡ଼ ଭୂମିକା ନେଇଥିଲେ। ଦ୍ବିତୀୟ ଦିନର ଷ୍ଟମ୍ପ୍ସ ଅପସାରଣ ବେଳକୁ ପଶ୍ଚିମାଞ୍ଚଳ ୩ ୱିକେଟ୍ ବିନିମୟରେ ୧୪୯ ରନ୍ ସଂଗ୍ରହ କରିଛି। ପୃଥ୍ବୀ ସ’ (୨୫), ପ୍ରିୟଙ୍କ ପାଞ୍ଚାଲ (୧୫) ଓ ସୂର୍ଯ୍ୟକୁମାର ଯାଦବ (୫୨) ଆଉଟ୍ ହୋଇଥିଲା ବେଳେ ପୂଜାରା (୫୦*) ଓ ସର୍ଫରାଜ ଖାନ୍ (୬*) ରନ୍ କରି ଅପରାଜିତ ଅଛନ୍ତି।

Tags: