ଦଲିପ ଟ୍ରଫିର ପ୍ରଥମ ଦିନରେ ୨୨ ୱିକେଟର ପତନ; କାଭିରପ୍ପାଙ୍କୁ ୫ ୱିକେଟ୍

ବେଙ୍ଗାଲୁରୁ: ଦଲିପ ଟ୍ରଫିର ସେମିଫାଇନାଲ୍ରେ ବୋଲରଙ୍କ ଆଧିପତ୍ୟ ଦେଖିବାକୁ ମିଳିଛି। ପ୍ରଥମ ସେମିଫାଇନାଲ୍ରେ କେନ୍ଦ୍ରାଞ୍ଚଳ ବିପକ୍ଷରେ ପଶ୍ଚମାଞ୍ଚଳ ପ୍ରଥମ ଦିନ ଷ୍ଟମ୍ପ୍ସ ଅପସାରଣ ବେଳକୁ ୮ ୱିକେଟ୍ ବିନିମୟରେ ୨୧୬ ରନ୍ ସଂଗ୍ରହ କରିଛି। ବେଙ୍ଗାଲୁରୁରେ ଖେଳାଯାଉଥିବା ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରିଥିବା ଉତ୍ତରାଞ୍ଚଳ ୧୯୮ ରନ୍ରେ ଅଲଆଉଟ୍ ହେବା ପରେ ଷ୍ଟମ୍ପ୍ସ ଅପସାରଣ ବେଳକୁ ଦକ୍ଷିଣାଞ୍ଚଳ ୪ ୱିକେଟ୍ ବିନିମୟରେ ୬୩ ରନ୍ ସଂଗ୍ରହ କରିଛି। ମୟଙ୍କ ଅଗ୍ରୱାଲ୍ ୩୭* ଓ ତିଳକ ବର୍ମା ୧୨* […]

Samaya Live Picture
Published On

ବେଙ୍ଗାଲୁରୁ: ଦଲିପ ଟ୍ରଫିର ସେମିଫାଇନାଲ୍ରେ ବୋଲରଙ୍କ ଆଧିପତ୍ୟ ଦେଖିବାକୁ ମିଳିଛି। ପ୍ରଥମ ସେମିଫାଇନାଲ୍ରେ କେନ୍ଦ୍ରାଞ୍ଚଳ ବିପକ୍ଷରେ ପଶ୍ଚମାଞ୍ଚଳ ପ୍ରଥମ ଦିନ ଷ୍ଟମ୍ପ୍ସ ଅପସାରଣ ବେଳକୁ ୮ ୱିକେଟ୍ ବିନିମୟରେ ୨୧୬ ରନ୍ ସଂଗ୍ରହ କରିଛି। ବେଙ୍ଗାଲୁରୁରେ ଖେଳାଯାଉଥିବା ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରିଥିବା ଉତ୍ତରାଞ୍ଚଳ ୧୯୮ ରନ୍ରେ ଅଲଆଉଟ୍ ହେବା ପରେ ଷ୍ଟମ୍ପ୍ସ ଅପସାରଣ ବେଳକୁ ଦକ୍ଷିଣାଞ୍ଚଳ ୪ ୱିକେଟ୍ ବିନିମୟରେ ୬୩ ରନ୍ ସଂଗ୍ରହ କରିଛି। ମୟଙ୍କ ଅଗ୍ରୱାଲ୍ ୩୭* ଓ ତିଳକ ବର୍ମା ୧୨* ରନ୍ କରି ଅପରାଜିତ ଅଛନ୍ତି। ଏଥିପୂର୍ବରୁ ଉତ୍ତରାଞ୍ଚଳ ପାଳି ବିପର୍ଯ୍ୟୟ ଭିତରେ ଆରମ୍ଭ ହୋଇଥିଲା। ୧୮ ରନ୍ ଭିତରେ ୩ ୱିକେଟ୍ ହରାଇସାରିଥିବା ଉତ୍ତରାଞ୍ଚଳ ପାଳିକୁ ପ୍ରଭସିମ୍ରନ ସିଂହ (୪୯) ଓ ଅଙ୍କିତ କୁମାର (୩୩) ସମ୍ଭାଳିଥିଲେ। ହେଲେ ଉଭୟ ଆଉଟ୍ ହେବା ପରେ ପୁଣି ଥରେ ୱିକେଟ୍ ଝଡ଼ିବା ଧାରା ଆରମ୍ଭ ହୋଇଥିଲା। ନିମ୍ନକ୍ରମରେ ହର୍ଷିତ ରାଣା (୩୧) ଓ ବୈଭବ ଆରୋରା (୨୩*) ଉପଯୋଗୀ ପାଳି ଖେଳିଥିଲେ। କର୍ଣ୍ଣାଟକ ଦ୍ରୁତ ବୋଲର ବିଦ୍ବାଥ କାଭିରପ୍ପା (୫/୨୮) ଉତ୍ତରାଞ୍ଚଳ ଅଧା ଖେଳାଳିଙ୍କୁ ପାଭିଲିଅନ୍ ପଠାଇଥିବା ବେଳେ କେଭି ଶଶିକାନ୍ତ ୨, ବିଜୟ କୁମାର ବ୍ୟାସକ, ସାଇ କିଶୋର ଓ ୱାସିଂଟନ୍ ସୁନ୍ଦର ୧ ୱିକେଟ୍ ଲେଖାଏଁ ନେଇଥିଲେ।
ଅଲୁରରେ ପଶ୍ଚିମାଞ୍ଚଳ ଟସ୍ ଜିତି ବ୍ୟାଟିଂ କରିଥିଲା। ହେଲେ କେନ୍ଦ୍ରାଞ୍ଚଳର ଦ୍ରୁତ ବୋଲରଙ୍କ ବଲ୍ରେ ତାରକା ବ୍ୟାଟରମାନେ ବାନ୍ଧି ହୋଇଯାଇଥିଲେ। ୬୫ ରନ୍ ମଧ୍ୟରେ ପୃଥ୍ବୀ ସ’ (୨୬), ପ୍ରିୟଙ୍କ ପାଞ୍ଚାଲ (୧୩), ସୂର୍ଯ୍ୟକୁମାର ଯାଦବ (୭), ସରଫରାଜ ଖାନ୍ (୦) ଓ ହେତ୍ ପଟେଲ୍ (୫) ପାଭିଲିଅନ୍ ଫେରିସାରିଥିଲେ। ତେବେ ୱେଷ୍ଟଇଣ୍ଡିଜ୍ ଗସ୍ତରୁ ବାଦ୍ ପଡ଼ିଥିବା ଚେତେଶ୍ବର ପୂଜାରା ଓ ଅତିତ୍ ସେଠ୍ ଷଷ୍ଠ ୱିକେଟ୍ରେ ୪୫ ରନ୍ ଯୋଡ଼ି ଦଳକୁ ସମ୍ଭାଳିଥିଲେ। ପୂଜାରା (୨୮) ଆଉଟ୍ ହେବା ପରେ ଧର୍ମେନ୍ଦ୍ର ସିଂହ ଜାଦେଜା (୩୯) ଙ୍କ ସହ ମିଶି ଅତିତ୍ (୭୪) ୭୩ ରନ୍ ଯୋଡ଼ି ଦଳକୁ ସମ୍ମାନଜନକ ସ୍ଥିତିରେ ପହଞ୍ଚାଇଥିଲେ। ଷ୍ଟମ୍ପ୍ସ ଅପସାରଣ ବେଳକୁ ଚିନ୍ତନ ଗଜ ୧୩* ଓ ଅର୍ଜନ ନାଗୱସୱାଲା ୫* ରନ୍ କରି ଅପରାଜିତ ଅଛନ୍ତି। ଶିବମ ମାଭି (୪/୪୩) ସଫଳ ବୋଲର ହୋଇଥିଲା ବେଳେ ଆୱେସ ଖାନ୍, ୟଶ ଠାକୁର, ସୌରଭ କୁମାର ଓ ସାରାଂଶ ଜୈନ ୧ ୱିକେଟ୍ ଲେଖାଏଁ ନେଇଥିଲେ।

Tags: