ଦକ୍ଷିଣ ଆଫ୍ରିକା ବିଶ୍ବକପ୍ ଦଳରେ ପୂର୍ବ ସଂସ୍କରଣର ୭ ଖେଳାଳି
କେପଟାଉନ୍: ତେମ୍ବା ବଭୁମାଙ୍କ ନେତୃତ୍ବରେ ଆଇସିସି ଦିନିକିଆ ବିଶ୍ବକପ୍ ପାଇଁ ଦକ୍ଷିଣ ଆଫ୍ରିକା ଦଳ ଘୋଷିତ ହୋଇଛି। ଆହତ ସମସ୍ୟାରୁ ମୁକୁଳିଥିବା ସ୍ପିନର କେଶବ ମହାରାଜ ଓ ସିମର ସିସାନ୍ଦା ମଗଲା ଏହି ଦଳରେ ସ୍ଥାନ ପାଇଛନ୍ତି। ପୂର୍ବ ବିଶ୍ବକପ୍ରେ ଖେଳିଥିବା କେବଳ ୭ ଖେଳାଳିଙ୍କୁ ପ୍ରଶିକ୍ଷକ ରବ ୱାଲଟର ଏଥରର ଦଳରେ ସାମିଲ କରିଛନ୍ତି। ତେବେ ଅଭିଜ୍ଞ ଅଲ୍ରାଉଣ୍ଡର ୱାନେ ପର୍ନେଲ ଆଘାତ କାରଣରୁ ବାଦ୍ ପଡ଼ିଥିଲା ବେଳେ ଯୁବ ବ୍ୟାଟର୍ ଦେୱାଲ୍ଡ ବ୍ରେଭିସ ଓ […]
କେପଟାଉନ୍: ତେମ୍ବା ବଭୁମାଙ୍କ ନେତୃତ୍ବରେ ଆଇସିସି ଦିନିକିଆ ବିଶ୍ବକପ୍ ପାଇଁ ଦକ୍ଷିଣ ଆଫ୍ରିକା ଦଳ ଘୋଷିତ ହୋଇଛି। ଆହତ ସମସ୍ୟାରୁ ମୁକୁଳିଥିବା ସ୍ପିନର କେଶବ ମହାରାଜ ଓ ସିମର ସିସାନ୍ଦା ମଗଲା ଏହି ଦଳରେ ସ୍ଥାନ ପାଇଛନ୍ତି। ପୂର୍ବ ବିଶ୍ବକପ୍ରେ ଖେଳିଥିବା କେବଳ ୭ ଖେଳାଳିଙ୍କୁ ପ୍ରଶିକ୍ଷକ ରବ ୱାଲଟର ଏଥରର ଦଳରେ ସାମିଲ କରିଛନ୍ତି। ତେବେ ଅଭିଜ୍ଞ ଅଲ୍ରାଉଣ୍ଡର ୱାନେ ପର୍ନେଲ ଆଘାତ କାରଣରୁ ବାଦ୍ ପଡ଼ିଥିଲା ବେଳେ ଯୁବ ବ୍ୟାଟର୍ ଦେୱାଲ୍ଡ ବ୍ରେଭିସ ଓ ତ୍ରିଷ୍ଟାନ ଷ୍ଟବ୍ସଙ୍କୁ ସ୍ଥାନ ମିଳିନି। ବିଶ୍ବକପ୍ରେ ଦଳ ଦୁଇ ଜଣ ସ୍ପିନର ମହାରାଜ ଓ ତାବ୍ରିଜ ସାମ୍ସିଙ୍କୁ ନେଇ ଖେଳିବାକୁ ଥିଲା ବେଇଳେ ଏଦେନ ମର୍କରାମ ତୃତୀୟ ବିକଳ୍ପ ରହିବେ। ଅକ୍ଟୋବର ୭ରେ ଶ୍ରୀଲଙ୍କା ବିପକ୍ଷରୁ ଦକ୍ଷିଣ ଆଫ୍ରିକା ବିଶ୍ବକପ୍ ଅଭିଯାନ ଆରମ୍ଭ କରିବ।
ଦକ୍ଷିଣ ଆଫ୍ରିକା ଦଳ: ତେମ୍ବା ବଭୁମା (ଅଧିନାୟକ), ଗେରାଲ୍ଡ କୋଜି, କ୍ବିଣ୍ଟନ ଡି’କକ୍, ରୀଜା ହେଣ୍ଡ୍ରିକ୍ସ, ମାର୍କୋ ଜାନସେନ, ହେନରିକ କ୍ଲାସେଁ, ସିସାଦା ମଗଲା, କେଶବ ମହାରାଜ, ଏଦେନ ମର୍କରାମ, ଡେଭିଡ ମିଲର, ଲୁଙ୍ଗି ଏନ୍ଗିଡ଼ି, ଅନରିକ୍ ନର୍ଖିୟା, କାଗିସୋ ରବାଦା, ତାବ୍ରିଜ ସାମ୍ସି, ରାଶି ଭାନ୍ ଦର ଦସେନ।




