ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ଶୃଙ୍ଖଳାକୁ ମୂଳପୋଛ କଲେ ଭାରତୀୟ ମହିଳା

ବେଙ୍ଗାଲୁରୁ: ଦକ୍ଷିଣ ଆଫ୍ରିକା ବିପକ୍ଷ ମହିଳା ଦିନିକିଆ ଅନ୍ତର୍ଜାତୀୟ ଶୃ୍ଙ୍ଖଳାକୁ ଘରୋଇ ଭାରତ ୩-୦ରେ ମୂଳପୋଛ କରି ଜିତିଛି। ତୃତୀୟ ତଥା ଅନ୍ତିମ ମ୍ୟାଚ୍ରେ ଭାରତ ୬ ୱିକେଟ୍ରେ ଏହି ସଫଳତା ଅର୍ଜନ କରିଛି। ପ୍ରଥମେଛ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ୫୦ ଓଭରରେ ୮ ୱିକେଟ୍ ହରାଇ ୨୧୫ ରନ୍ କରିଥିଲା। ପ୍ରାରମ୍ଭିକ ଯୋଡ଼ି ଲୌରା ୱଲଭର୍ଟ (୫୭ ବଲ୍ରୁ ୬୧ ରନ୍) ଏବଂ ତଂଜିନ୍ ବ୍ରିଟ୍ସ (୬୬ ବଲ୍ରୁ ୩୮ ରନ୍) ୧୦୨ ରନ୍ […]

Samaya Live Picture
Published On

ବେଙ୍ଗାଲୁରୁ: ଦକ୍ଷିଣ ଆଫ୍ରିକା ବିପକ୍ଷ ମହିଳା ଦିନିକିଆ ଅନ୍ତର୍ଜାତୀୟ ଶୃ୍ଙ୍ଖଳାକୁ ଘରୋଇ ଭାରତ ୩-୦ରେ ମୂଳପୋଛ କରି ଜିତିଛି। ତୃତୀୟ ତଥା ଅନ୍ତିମ ମ୍ୟାଚ୍ରେ ଭାରତ ୬ ୱିକେଟ୍ରେ ଏହି ସଫଳତା ଅର୍ଜନ କରିଛି। ପ୍ରଥମେଛ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ୫୦ ଓଭରରେ ୮ ୱିକେଟ୍ ହରାଇ ୨୧୫ ରନ୍ କରିଥିଲା। ପ୍ରାରମ୍ଭିକ ଯୋଡ଼ି ଲୌରା ୱଲଭର୍ଟ (୫୭ ବଲ୍ରୁ ୬୧ ରନ୍) ଏବଂ ତଂଜିନ୍ ବ୍ରିଟ୍ସ (୬୬ ବଲ୍ରୁ ୩୮ ରନ୍) ୧୦୨ ରନ୍ ଉଠାଇଥିଲେ ମଧ୍ୟ ଭ୍ରମଣକାରୀ ଦଳ ବ୍ୟାଟିଂ ବିପର୍ଯ୍ୟୟ ଯୋଗୁଁ ଆଗକୁ ବଢ଼ିପାରିନଥିଲା। ନାଦିନ୍ ଡି କ୍ଲାର୍କ ଓ ମିକ୍ ଡି ରାଇଡର୍ ସମାନ ୨୬ ରନ୍ ଲେଖାଏଁ କରିଥିଲେ। ଭାରତ ପକ୍ଷରୁ ଅରୁନ୍ଧତୀ ରେଡ୍ଡୀ ଓ ଦୀପ୍ତି ଶର୍ମା ୨ ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ। ଶ୍ରେୟଙ୍କା ପାଟିଲ୍ ଓ ପୂଜା ବସ୍ତ୍ରକାର ଗୋଟିଏ ଲେଖାଏଁ ୱିକେଟ୍ ପାଇଥିଲେ। ଜବାବରେ ସ୍ମୃତି ମନ୍ଧାନା ୮୩ ବଲ୍ରୁ ୯୦ ରନ୍ କରି ଆଉଟ୍ ହେବା ସହ ହ୍ୟାଟ୍ରିକ୍ ଶତକରୁ ବଞ୍ଚିତ ହୋଇଥିଲେ। ଶେଫାଳି ବର୍ମା (୨୫), ପ୍ରିୟା ପୁନିଆ (୨୮) ଆଉଟ୍ ହୋଇଯିବା ପରେ ହର୍ମନପ୍ରୀତ୍ କୌର୍ (୪୨*) ଓ ଜେମିମା ରଡ୍ରିଗ୍ବେଜ୍ (୧୯*) ଭାରତକୁ ୯.୨ ଓଭର ପୂର୍ବରୁ ବିଜୟୀ କରାଇଥିଲେ। ଦୀପ୍ତି ଶର୍ମା (୧୦-୦-୨୭-୨) ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ଓ ସ୍ମୃତି ମନ୍ଧାନା ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି।

Tags: