ଦକ୍ଷିଣ ଆଫ୍ରିକାରେ ଫ୍ରାନ୍ସକୁ ୪-୦ ଗୋଲରେ ହରାଇ ଭାରତ ବିଜୟ ଅଭିଯାନ
କେପ୍ଟାଉନ୍: ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ଭାରତୀୟ ପୁରୁଷ ହକି ଦଳ ବିଜୟରୁ ଅଭିଯାନ ଆରମ୍ଭ କରିଛି। ଫ୍ରାନ୍ସ ବିପକ୍ଷ ପ୍ରଥମ ମ୍ୟାଚ୍କୁ ଭାରତ ୪-୦ ଗୋଲ୍ରେ ଜିତି ନେଇଛି। ୧୩ତମ ମିନିଟ୍ରେ ହର୍ମନପ୍ରୀତ ସିଂହଙ୍କ ଗୋଲ୍ରେ ଭାରତ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା। ୨୬ତମ ମିନିଟ୍ରେ ହର୍ମନପ୍ରୀତ ଆଉ ଏକ ଗୋଲ୍ ଦେଇ ଯୁଗଳ ସଫଳତା ପାଇଥିଲେ। ୪୨ ଓ ୪୯ ମିନିଟ୍ରେ ଯଥାକ୍ରମେ ଲଳିତ ଉପାଧ୍ୟାୟ ଓ ହାର୍ଦିକ ସିଂହ ଗୋଟିଏ ଲେଖାଏଁ ଗୋଲ୍ ଦେଇ […]
କେପ୍ଟାଉନ୍: ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ଭାରତୀୟ ପୁରୁଷ ହକି ଦଳ ବିଜୟରୁ ଅଭିଯାନ ଆରମ୍ଭ କରିଛି। ଫ୍ରାନ୍ସ ବିପକ୍ଷ ପ୍ରଥମ ମ୍ୟାଚ୍କୁ ଭାରତ ୪-୦ ଗୋଲ୍ରେ ଜିତି ନେଇଛି। ୧୩ତମ ମିନିଟ୍ରେ ହର୍ମନପ୍ରୀତ ସିଂହଙ୍କ ଗୋଲ୍ରେ ଭାରତ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା। ୨୬ତମ ମିନିଟ୍ରେ ହର୍ମନପ୍ରୀତ ଆଉ ଏକ ଗୋଲ୍ ଦେଇ ଯୁଗଳ ସଫଳତା ପାଇଥିଲେ। ୪୨ ଓ ୪୯ ମିନିଟ୍ରେ ଯଥାକ୍ରମେ ଲଳିତ ଉପାଧ୍ୟାୟ ଓ ହାର୍ଦିକ ସିଂହ ଗୋଟିଏ ଲେଖାଏଁ ଗୋଲ୍ ଦେଇ ଭାରତକୁ ୪-୦ରେ ବିଜୟ ଭେଟି ଦେଇଥିଲେ। ଭାରତ ଏହି ଗସ୍ତରେ ଫ୍ରାନ୍ସ ବିପକ୍ଷରେ ଦୁଇଟି, ଆୟୋଜକ ଦକ୍ଷିଣ ଆଫ୍ରିକା ଓ ବିଶ୍ବର ଏକ ନମ୍ବର ନେଦରଲାଣ୍ଡ୍ସ ବିପକ୍ଷରେ ଗୋଟିଏ ଲେଖାଏଁ ମ୍ୟାଚ୍ ଖେଳିବ। ପରବର୍ତ୍ତୀ ମ୍ୟାଚ୍ ବୁଧବାର ଫ୍ରାନ୍ସ ଏବଂ ଏହାପରେ ଦକ୍ଷିଣ ଆଫ୍ରିକା (ଶୁକ୍ରବାର) ଓ ନେଦରଲାଣ୍ଡ୍ସ (ରବିବାର) ସହ ଖେଳି ଗସ୍ତ ଶେଷ କରିବ।




