ଦକ୍ଷିଣ ଆଫ୍ରିକାକୁ ମିଳିଲା ଦିନିକିଆ ବିଶ୍ବକପ୍ ଯୋଗ୍ୟତା
ଦୁବାଇ: ଚଳିତ ବର୍ଷ ଅକ୍ଟୋବରରେ ଭାରତରେ ହେବାକୁଥିବା ଦିନିକିଆ ବିଶ୍ବକପ୍କୁ ଦକ୍ଷିଣ ଆଫ୍ରିକା ଯୋଗ୍ୟତା ଅର୍ଜନ କରିଛି। ଆୟର୍ଲାଣ୍ଡ ଓ ବାଂଲାଦେଶ ମଧ୍ୟରେ ଆରମ୍ଭ ହୋଇଥିବା ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହେବାରୁ ଦକ୍ଷିଣ ଆଫ୍ରିକା ଏହି ଟିକେଟ୍ ହାସଲ କରି ନେଇଥିଲା। ଆୟର୍ଲାଣ୍ଡ ୩ ମ୍ୟାଚ୍ ବିଶିଷ୍ଟ ଏହି ଶୃଙ୍ଖଳାକୁ ୩-୦ରେ ଜିତି ନେଇଥିଲେ ବିଶ୍ବକପ୍ ଯୋଗ୍ୟତା ଅର୍ଜନ କରିନେଇଥା’ନ୍ତା। ହେଲେ ବର୍ଷା ଯୋଗୁଁ ମ୍ୟାଚ୍ରୁ ଫଳାଫଳ ନବାହାରିବାରୁ ଦଳ ପଏଣ୍ଟ […]
ଦୁବାଇ: ଚଳିତ ବର୍ଷ ଅକ୍ଟୋବରରେ ଭାରତରେ ହେବାକୁଥିବା ଦିନିକିଆ ବିଶ୍ବକପ୍କୁ ଦକ୍ଷିଣ ଆଫ୍ରିକା ଯୋଗ୍ୟତା ଅର୍ଜନ କରିଛି। ଆୟର୍ଲାଣ୍ଡ ଓ ବାଂଲାଦେଶ ମଧ୍ୟରେ ଆରମ୍ଭ ହୋଇଥିବା ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହେବାରୁ ଦକ୍ଷିଣ ଆଫ୍ରିକା ଏହି ଟିକେଟ୍ ହାସଲ କରି ନେଇଥିଲା। ଆୟର୍ଲାଣ୍ଡ ୩ ମ୍ୟାଚ୍ ବିଶିଷ୍ଟ ଏହି ଶୃଙ୍ଖଳାକୁ ୩-୦ରେ ଜିତି ନେଇଥିଲେ ବିଶ୍ବକପ୍ ଯୋଗ୍ୟତା ଅର୍ଜନ କରିନେଇଥା’ନ୍ତା। ହେଲେ ବର୍ଷା ଯୋଗୁଁ ମ୍ୟାଚ୍ରୁ ଫଳାଫଳ ନବାହାରିବାରୁ ଦଳ ପଏଣ୍ଟ ଟେବୁଲର ୧୧କୁ ଖସି ଯାଇଛି। ଯଦି ବାଂଲାଦେଶ ବିପକ୍ଷ ପରବର୍ତ୍ତୀ ୨ ମ୍ୟାଚ୍ ଜିତିଲେ ମଧ୍ୟ ଦକ୍ଷିଣ ଆଫ୍ରିକା (ଅଷ୍ଟମ)କୁ ଟପି ପାରିବନି। ତେବେ ବିଶ୍ବକପ୍ ଲାଗି ଏହି ଦଳ ଏବେ ଜୁନ୍ ୧୮ରୁ ଜୁଲାଇ ୯ ପର୍ଯ୍ୟନ୍ତ ଜିମ୍ବାୱେରେ ହେବାକୁଥିବା ଯୋଗ୍ୟତା ପ୍ରତିଯୋଗିତାରେ ପୂର୍ବତନ ବିଜେତା ୱେଷ୍ଟଇଣ୍ଡିଜ ଓ ଶ୍ରୀଲଙ୍କା ସହ ସାମିଲ ହୋଇଛି। ଏହି ପ୍ରତିଯୋଗିତାରୁ ୨ଟି ଦଳ ଯୋଗ୍ୟତା ଅର୍ଜନ କରିବେ।




