ଥାଇଲାଣ୍ଡ ଓପନ୍ ସେମିଫାଇନାଲ୍ରେ ଲକ୍ଷ୍ୟ ସେନ୍, କିରଣ ଜର୍ଜ ବିଦା

ବ୍ୟାଙ୍କକ୍: ଭାରତୀୟ ବ୍ୟାଡମିଣ୍ଟନ ତାରକା ଲକ୍ଷ୍ୟ ସେନ୍ ଥାଇଲାଣ୍ଡ ଓପନ୍ର ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି। ୪୧ ମିନିଟ୍ ପର୍ଯ୍ୟନ୍ତ ଖେଳାଯାଇଥିବା କ୍ବାର୍ଟର ଫାଇନାଲ୍ରେ ମାଲେସିଆର ଲିଓଙ୍ଗ୍ ଜୁନ୍ ହାଓଙ୍କୁ ୨୧-୧୯, ୨୧-୧୧ ସିଧାସଳଖ ସେଟ୍ରେ ଲକ୍ଷ୍ୟ ପରାସ୍ତ କରିଥିଲେ। ଚୀନ୍ର ଲୁ ଗୁଆଙ୍ଗ ଜୁ ଓ ଥାଇଲାଣ୍ଡର କୁନଲାଭତ ଭିତିଦସର୍ଣ୍ଣଙ୍କ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ର ବିଜେତାଙ୍କ ସହିତ ଲକ୍ଷ୍ୟ ସେମିଫାଇନାଲ୍ ଖେଳିବେ। ଅନ୍ୟପକ୍ଷରେ ବିପର୍ଯ୍ୟୟ ସୃଷ୍ଟି କରିଥିବା ଅନ୍ୟତମ ଭାରତୀୟ ଖେଳାଳି କିରଣ ଜର୍ଜ କ୍ବାର୍ଟରଫାଇନାଲ୍ରେ […]

Samaya Live Picture
Published On

ବ୍ୟାଙ୍କକ୍: ଭାରତୀୟ ବ୍ୟାଡମିଣ୍ଟନ ତାରକା ଲକ୍ଷ୍ୟ ସେନ୍ ଥାଇଲାଣ୍ଡ ଓପନ୍ର ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି। ୪୧ ମିନିଟ୍ ପର୍ଯ୍ୟନ୍ତ ଖେଳାଯାଇଥିବା କ୍ବାର୍ଟର ଫାଇନାଲ୍ରେ ମାଲେସିଆର ଲିଓଙ୍ଗ୍ ଜୁନ୍ ହାଓଙ୍କୁ ୨୧-୧୯, ୨୧-୧୧ ସିଧାସଳଖ ସେଟ୍ରେ ଲକ୍ଷ୍ୟ ପରାସ୍ତ କରିଥିଲେ। ଚୀନ୍ର ଲୁ ଗୁଆଙ୍ଗ ଜୁ ଓ ଥାଇଲାଣ୍ଡର କୁନଲାଭତ ଭିତିଦସର୍ଣ୍ଣଙ୍କ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ର ବିଜେତାଙ୍କ ସହିତ ଲକ୍ଷ୍ୟ ସେମିଫାଇନାଲ୍ ଖେଳିବେ। ଅନ୍ୟପକ୍ଷରେ ବିପର୍ଯ୍ୟୟ ସୃଷ୍ଟି କରିଥିବା ଅନ୍ୟତମ ଭାରତୀୟ ଖେଳାଳି କିରଣ ଜର୍ଜ କ୍ବାର୍ଟରଫାଇନାଲ୍ରେ ଅଭିଯାନ ଶେଷ କରିଛନ୍ତି। ଶୁକ୍ରବାର ଖେଳାଯାଇଥିବା କ୍ବାର୍ଟରଫାଇନାଲ୍ରେ କିରଣ ୧୬-୨୧, ୧୭-୨୧ରେ ଫ୍ରାନ୍ସର ଟିଜେ ପୋପଭଙ୍କଠାରୁ ହାରିଯାଇଥିଲେ।

Tags: