ଥାଇଲାଣ୍ଡ ଓପନରେ ପୁଣି ବିପର୍ଯ୍ୟୟ କରି କ୍ବାର୍ଟରରେ ପ୍ରବେଶ କଲେ କିରଣ ଜର୍ଜ
ବ୍ୟାଙ୍କକ୍: ଭାରତୀୟ ଯୁବ ତାରକା କିରଣ ଜର୍ଜ ଥାଇଲାଣ୍ଡ ଓପନ୍ ସୁପର ୫୦୦ ବ୍ୟାଡ୍ମିଣ୍ଟନ୍ ପ୍ରତିଯୋଗିତାରେ ପୁଣି ଏକ ବିପର୍ଯ୍ୟୟ ଘଟାଇଛନ୍ତି। ପ୍ରଥମ ରାଉଣ୍ଡ ମୁକାବିଲାରେ ଏହି ୫୯ ମାନ୍ୟତାପ୍ରାପ୍ତ ଭାରତୀୟ ଖେଳାଳି ବିଶ୍ବର ୯ ନମ୍ବର ଚୀନ୍ର ସି ୟୁକିଙ୍କୁ ହରାଇଥିଲାବେଳେ ଗୁରୁବାର ବିଶ୍ବର ୨୬ ନମ୍ବର ୱେଙ୍ଗ ହଙ୍ଗ ୟାଙ୍ଗଙ୍କୁ ମାତ୍ ଦେଇଛନ୍ତି। ପୁରୁଷ ଏକକ ଦ୍ବିତୀୟ ରାଉଣ୍ଡ ମୁକାବିଲାରେ କିରଣ ୩୯ ମିନିଟ୍ର ସଂଘର୍ଷ ପରେ ଚୀନ୍ର ୟାଙ୍ଗ୍ଙ୍କୁ ୨୧-୧୧, ୨୧-୧୯ରେ ପରାସ୍ତ […]
ବ୍ୟାଙ୍କକ୍: ଭାରତୀୟ ଯୁବ ତାରକା କିରଣ ଜର୍ଜ ଥାଇଲାଣ୍ଡ ଓପନ୍ ସୁପର ୫୦୦ ବ୍ୟାଡ୍ମିଣ୍ଟନ୍ ପ୍ରତିଯୋଗିତାରେ ପୁଣି ଏକ ବିପର୍ଯ୍ୟୟ ଘଟାଇଛନ୍ତି। ପ୍ରଥମ ରାଉଣ୍ଡ ମୁକାବିଲାରେ ଏହି ୫୯ ମାନ୍ୟତାପ୍ରାପ୍ତ ଭାରତୀୟ ଖେଳାଳି ବିଶ୍ବର ୯ ନମ୍ବର ଚୀନ୍ର ସି ୟୁକିଙ୍କୁ ହରାଇଥିଲାବେଳେ ଗୁରୁବାର ବିଶ୍ବର ୨୬ ନମ୍ବର ୱେଙ୍ଗ ହଙ୍ଗ ୟାଙ୍ଗଙ୍କୁ ମାତ୍ ଦେଇଛନ୍ତି। ପୁରୁଷ ଏକକ ଦ୍ବିତୀୟ ରାଉଣ୍ଡ ମୁକାବିଲାରେ କିରଣ ୩୯ ମିନିଟ୍ର ସଂଘର୍ଷ ପରେ ଚୀନ୍ର ୟାଙ୍ଗ୍ଙ୍କୁ ୨୧-୧୧, ୨୧-୧୯ରେ ପରାସ୍ତ କରି ବିଦାୟ ରାସ୍ତା ଦେଖାଇଥିଲେ। ଏହି ବିଜୟ ସହ କିରଣ ପ୍ରଥମ ଥର ଲାଗି ବିଡବ୍ଲୁଏଫ୍ ବିଶ୍ବ ଟୁର୍ ସୁପର୍ ୫୦୦ର କ୍ବାର୍ଟରଫାଇନାଲ୍ ସ୍ଥାନ ପକ୍କା କରିଛନ୍ତି। କ୍ବାର୍ଟରଫାଇନାଲ୍ରେ ସେ ଫ୍ରାନ୍ସର ତୋମା ପୋପୋଭଙ୍କୁ ଭେଟିବେ। ତାଙ୍କ ସହ ଲକ୍ଷ୍ୟ ସେନ୍ ମଧ୍ୟ କ୍ବାର୍ଟରଫାଇନାଲ୍ରେ ପ୍ରବେଶ କରିଛନ୍ତି। ଲକ୍ଷ୍ୟ ୨୧-୧୭, ୨୧-୧୫ରେ ଚୀନ୍ର ସିଫେଙ୍ଗ ଲି’ଙ୍କୁ ପରାସ୍ତ କରିଥିଲେ। ତେବେ ଦୁଇ ଭାରତୀୟ ମହିଳା ସାଇନା ନେହୱାଲ ଓ ଅସ୍ମିତା ଚାଲିହା ଏବଂ ପୁରୁଷ ଯୁଗଳ ଯୋଡ଼ି ସ୍ବାତ୍ବିକସାଇରାଜ ରାଙ୍କିରେଡ୍ଡୀ-ଚିରାଗ ସେଟ୍ଟୀଙ୍କ ଅଭିଯାନ ଦ୍ବିତୀୟ ରାଉଣ୍ଡରେ ଶେଷ ହୋଇଯାଇଛି। ଲଣ୍ଡନ ଅଲିମ୍ପିକ୍ କାଂସ୍ୟ ବିଜୟିନୀ ସାଇନା ୧୧-୨୧, ୧୪-୨୧ରେ ଚୀନ୍ର ବିଙ୍ଗଜିଆଓ ହି’ଙ୍କଠୁ ଏବଂ ଚାଲିହା ୧୮-୨୧, ୧୩-୨୧ରେ ସ୍ପେନ୍ର କାରୋଲିନା ମାରିନଙ୍କଠୁ ପରାସ୍ତ ହୋଇଥିଲେ। ସ୍ବାତ୍ବିକ-ଚିରାଗ ୨୬-୨୪, ୧୧-୨୧, ୧୭-୨୧ରେ ଇଣ୍ଡାନେସିଆର ବାଗାସ ମୌଲାନା ଓ ମହମ୍ମଦ ଫିକ୍ରିଙ୍କଠୁ ହାରି ଯାଇଥିଲେ।




