ତୃତୀୟ ଟ୍ବେଣ୍ଟି-୨୦ରେ ପାକିସ୍ତାନକୁ ହରାଇ ଆଗୁଆ ଶୃଙ୍ଖଳା ଜିତିଲା ନ୍ୟୁଜିଲାଣ୍ଡ
ଦୁତନେଦିନ୍: ପାକିସ୍ତାନ ବିପକ୍ଷରେ ପ୍ରଥମ ଦୁଇ ମ୍ୟାଚ୍ ଜିତିସାରିଥିବା ନ୍ୟୁଜିଲାଣ୍ଡ ବୁଧବାର ତୃତୀୟ ମ୍ୟାଚ୍କୁ ୪୫ ରନ୍ରେ ଜିତିବା ସହ ୫ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ଆଗୁଆ କବ୍ଜା କରିନେଇଛି। ତୃତୀୟ ମ୍ୟାଚ୍ରେ କିନ୍ତୁ ଫିନ୍ ଆଲେନ୍ ମୁଖ୍ୟ ଆକର୍ଷଣ ହୋଇଥିଲେ। ନ୍ୟୁଜିଲାଣ୍ଡ ପାଇଁ ପାଳି ଆରମ୍ଭ କରିଥିବା ଆଲିନ୍ ଏହି ମ୍ୟାଚ୍ରେ ୬୨ ବଲ୍ରୁ ୧୩୭ ରନ୍ ସଂଗ୍ରହ କରିଥିଲେ। ତାଙ୍କର ଏହି ଶତକୀୟ ପାଳିରେ ୫ ଚୌକା ଓ ରେକର୍ଡ ୧୬ ଛକା […]
ଦୁତନେଦିନ୍: ପାକିସ୍ତାନ ବିପକ୍ଷରେ ପ୍ରଥମ ଦୁଇ ମ୍ୟାଚ୍ ଜିତିସାରିଥିବା ନ୍ୟୁଜିଲାଣ୍ଡ ବୁଧବାର ତୃତୀୟ ମ୍ୟାଚ୍କୁ ୪୫ ରନ୍ରେ ଜିତିବା ସହ ୫ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ଆଗୁଆ କବ୍ଜା କରିନେଇଛି। ତୃତୀୟ ମ୍ୟାଚ୍ରେ କିନ୍ତୁ ଫିନ୍ ଆଲେନ୍ ମୁଖ୍ୟ ଆକର୍ଷଣ ହୋଇଥିଲେ। ନ୍ୟୁଜିଲାଣ୍ଡ ପାଇଁ ପାଳି ଆରମ୍ଭ କରିଥିବା ଆଲିନ୍ ଏହି ମ୍ୟାଚ୍ରେ ୬୨ ବଲ୍ରୁ ୧୩୭ ରନ୍ ସଂଗ୍ରହ କରିଥିଲେ। ତାଙ୍କର ଏହି ଶତକୀୟ ପାଳିରେ ୫ ଚୌକା ଓ ରେକର୍ଡ ୧୬ ଛକା ସାମିଲ ଥିଲା। ଏହାଫଳରେ ସେ ବିଶ୍ବ କୀର୍ତ୍ତିମାନ କରିଥିବା ଆଫଗାନିସ୍ତାନର ହଜରାତୁଲ୍ଲା ଜଜାଇଙ୍କ ୧୬ ଛକାର ସମକକ୍ଷ ହୋଇଛନ୍ତି। ୨୦୧୯ରେ ଜଜାଇ ଆୟର୍ଲାଣ୍ଡ ବିପକ୍ଷରେ ବିସ୍ଫୋରକ ବ୍ୟାଟିଂ କରିବା ସହ ୬୨ ବଲ୍ରୁ ୧୬୨ ରନ୍ କରିଥିଲେ। ଆଲେନ୍ଙ୍କ ଏହି ପାଳି ସହୟତାରେ ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ୨୨୪/୭ ବିଶାଳ ସ୍କୋର କରିଥିଲା। କିନ୍ତୁ ପାକିସ୍ତାନ ମଧ୍ୟ କଡ଼ା ଜବାବ ଦେଇଥିଲେ ମଧ୍ୟ ବାଉଣ୍ଡରି ବାହାର କରିବାରେ ସେତେଟା ସଫଳ ହେଉ ନଥିଲା। ବାବର ଆଜମ (୫୮)ଙ୍କୁ ଛାଡ଼ିଦେଲେ ଅନ୍ୟମାନୋ ଦ୍ରୁତ ଖେଳିବାକୁ ଯାଇ ନିଜ ନିଜ ୱିକେଟ୍ ହରାଇଥିଲେ। ମଧ୍ୟକ୍ରମ ବିଫଳ ହେବାରୁ ଶେଷରେ ଏହି ଦଳ ୭ ୱିକେଟ୍ ବିନିମୟରେ ୧୭୯ ରନ୍ କରିବାରେ ସକ୍ଷମ ହୋଇଥିଲା। ଆଲିନ୍ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।




