ତୃତୀୟ ଟେଷ୍ଟରେ ଅଷ୍ଟ୍ରେଲିଆ ୨୬୩ରେ ଅଲ୍ଆଉଟ୍, ଇଂଲଣ୍ଡ ୬୮/୩
ଲିଡ୍ସ: ମିଚେଲ୍ ମାର୍ସଙ୍କ ବିସ୍ଫୋରକ ଶତକ ସତ୍ତ୍ବେ ଅଷ୍ଟ୍ରେଲିଆ ପ୍ରଥମ ପାଳିରେ ୨୬୩ ରନ୍ରେ ଅଟକିଯାଇଛି। ହେଡିଂଲେରେ ଆରମ୍ଭ ହୋଇଥିବା ତୃତୀୟ ଆସେସ୍ ଟେଷ୍ଟରେ ଟସ୍ ଜିତି ପୁଣି ଥରେ ବେନ୍ ଷ୍ଟୋକ୍ସ ଫିଲ୍ଡଂ କରିଥିଲେ। ଇଂଲଣ୍ଡ ଦଳକୁ ଫେରିଥିବା ମାର୍କ ଉଡ୍ (୫/୩୪) ଏବଂ କ୍ରିସ୍ ୱକ୍ସ (୩/୭୩) ମିଳିତ ଭାବେ ୮ ୱିକେଟ୍ ଅକ୍ତିଆର କରିଛନ୍ତି। ଅଷ୍ଟ୍ରେଲିଆ ୮୫/୪ରେ ସଂଘର୍ଷ କରିବାବେଳେ ଟ୍ରାଭିସ୍ ହେଡ୍ (୩୯) ଏବଂ ମିଚେଲ୍ ମାର୍ସ (୧୧୮) ପଞ୍ଚମ ୱିକେଟ୍ […]
ଲିଡ୍ସ: ମିଚେଲ୍ ମାର୍ସଙ୍କ ବିସ୍ଫୋରକ ଶତକ ସତ୍ତ୍ବେ ଅଷ୍ଟ୍ରେଲିଆ ପ୍ରଥମ ପାଳିରେ ୨୬୩ ରନ୍ରେ ଅଟକିଯାଇଛି। ହେଡିଂଲେରେ ଆରମ୍ଭ ହୋଇଥିବା ତୃତୀୟ ଆସେସ୍ ଟେଷ୍ଟରେ ଟସ୍ ଜିତି ପୁଣି ଥରେ ବେନ୍ ଷ୍ଟୋକ୍ସ ଫିଲ୍ଡଂ କରିଥିଲେ। ଇଂଲଣ୍ଡ ଦଳକୁ ଫେରିଥିବା ମାର୍କ ଉଡ୍ (୫/୩୪) ଏବଂ କ୍ରିସ୍ ୱକ୍ସ (୩/୭୩) ମିଳିତ ଭାବେ ୮ ୱିକେଟ୍ ଅକ୍ତିଆର କରିଛନ୍ତି। ଅଷ୍ଟ୍ରେଲିଆ ୮୫/୪ରେ ସଂଘର୍ଷ କରିବାବେଳେ ଟ୍ରାଭିସ୍ ହେଡ୍ (୩୯) ଏବଂ ମିଚେଲ୍ ମାର୍ସ (୧୧୮) ପଞ୍ଚମ ୱିକେଟ୍ ପାଇଁ ୧୬୫ ରନ୍ ଯୋଡ଼ିଥିଲେ। କ୍ରିସ୍ ୱକ୍ସଙ୍କ ବୋଲିଂରେ ମାର୍ସ ଆଉଟ୍ ହେବା ପରେ ଅଷ୍ଟ୍ରେଲିଆ ମାତ୍ର ୨୩ ରନ୍ରେ ଶେଷ ୬ ୱିକେଟ୍ ହରାଇ ଦେଇଥିଲା। ଷ୍ଟୁଆର୍ଟ ବ୍ରଡ୍ ୨ ୱିକେଟ୍ ନେଇଥିଲେ। ଜବାବରେ ଷ୍ଟମ୍ପ୍ସ ଅପସାରଣ ବେଳକୁ ଇଂଲଣ୍ଡ ୩ ୱିକେଟ୍ ହରାଇ ୬୮ ରନ୍ କରିଛି। ଡକେଟ୍, ବ୍ରୁକଙ୍କୁ କମିନ୍ସ ଏବଂ କ୍ରଲି (୩୩)ଙ୍କୁ ମିଚେଲ୍ ମାର୍ସ ଆଉଟ୍ କରିଛନ୍ତି। ରୁଟ୍ (୧୯*) ଏବଂ ବେୟାରଷ୍ଟୋ (୧*) ଅପରାଜିତ ଅଛନ୍ତି।




