ତୁଷାର ଖଣ୍ଡେକର ଭାରତୀୟ ଜୁନିଅର ମହିଳା ହକି ଦଳର ପ୍ରଶିକ୍ଷକ ନିଯୁକ୍ତ
ନୂଆଦିଲ୍ଲୀ: ପୂର୍ବତନ ଅଧିନାୟକ ତୁଷାର ଖଣ୍ଡେକରଙ୍କୁ ଭାରତୀୟ କନିଷ୍ଠ ମହିଳା ହକି ଦଳର ପ୍ରଶିକ୍ଷକ ଭାବେ ନିଯୁକ୍ତ କରାଯାଇଛି। ଚିଲିର ସାଣ୍ଟିଆଗୋରେ ଚଳିତ ବର୍ଷ ନଭେମ୍ବର ୨୯ରୁ ଡିସେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ବିଶ୍ବକପ୍ ଲାଗି ଭାରତୀୟ ଦଳ ପ୍ରସ୍ତୁତ ହେଉଥିଲା ବେଳେ ତୁଷାରଙ୍କୁ ଏହି ନିଯୁକ୍ତି ମିଳିଛି। ଅନ୍ତର୍ଜାତୀୟ ଖେଳ ଜୀବନରୁ ଅବସର ନେବା ପରେ ଗତ ଦଶନ୍ଧି ଧରି ପ୍ରଶିକ୍ଷକ ଭାବେ ସେ କାର୍ଯ୍ୟ କରୁଛନ୍ତି। ୨୦୧୪ରୁ ୨୦୧୬ ମଧ୍ୟରେ […]
ନୂଆଦିଲ୍ଲୀ: ପୂର୍ବତନ ଅଧିନାୟକ ତୁଷାର ଖଣ୍ଡେକରଙ୍କୁ ଭାରତୀୟ କନିଷ୍ଠ ମହିଳା ହକି ଦଳର ପ୍ରଶିକ୍ଷକ ଭାବେ ନିଯୁକ୍ତ କରାଯାଇଛି। ଚିଲିର ସାଣ୍ଟିଆଗୋରେ ଚଳିତ ବର୍ଷ ନଭେମ୍ବର ୨୯ରୁ ଡିସେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ବିଶ୍ବକପ୍ ଲାଗି ଭାରତୀୟ ଦଳ ପ୍ରସ୍ତୁତ ହେଉଥିଲା ବେଳେ ତୁଷାରଙ୍କୁ ଏହି ନିଯୁକ୍ତି ମିଳିଛି। ଅନ୍ତର୍ଜାତୀୟ ଖେଳ ଜୀବନରୁ ଅବସର ନେବା ପରେ ଗତ ଦଶନ୍ଧି ଧରି ପ୍ରଶିକ୍ଷକ ଭାବେ ସେ କାର୍ଯ୍ୟ କରୁଛନ୍ତି। ୨୦୧୪ରୁ ୨୦୧୬ ମଧ୍ୟରେ ଭାରତୀୟ ପୁରୁଷ ଦଳ ତାଙ୍କ ପ୍ରଶିକ୍ଷଣ ସମୟରେ ୨୦୧୬ ଚାମ୍ପିଅନ୍ସ ଟ୍ରଫି ରୌପ୍ୟ, ଏସୀୟ ଚାମ୍ପିଅନ୍ସ ଟ୍ରଫି ସ୍ବର୍ଣ୍ଣ, ବିଶ୍ବ ହକି ଲିଗ୍ ୨୦୧୫ରେ କାଂସ୍ୟ ଜିତିଥିଲା। ସେ ୨୦୧୬ ରିଓ ଅଲିମ୍ପିକ୍ସରେ ଭାରତୀୟ ଦଳରେ ପ୍ରଶିକ୍ଷକ ଷ୍ଟାଫ ମଧ୍ୟ ଥିଲେ। ଭାରତୀୟ ମହିଳା ଦଳର ଏସୀୟ ଚାମ୍ପିଅନ୍ସ ଟ୍ରଫି ୨୦୨୧ ପ୍ରସ୍ତୁତ ବେଳେ ମୁଖ୍ୟ ପ୍ରଶିକ୍ଷକ ଜାନେକ ସ୍କୋପମାନଙ୍କ ସହଯୋଗୀ ଥିଲେ ତୁଷାର। ଏସିଆ କପ୍ କାଂସ୍ୟ ବିଜୟ ସହ ବିଶ୍ବକପ୍ ଯୋଗ୍ୟତା ଅର୍ଜନ କରିଥିବା ଦଳରେ ମଧ୍ୟ ସେ ସଦସ୍ୟ ରହିଥିଲା।




