ଡୋପ୍ ଟେଷ୍ଟରେ ଧରାପଡ଼ି ସଞ୍ଜିତା ଚାନୁ ୪ ବର୍ଷ ବାସନ୍ଦ
ନୂଆଦିଲ୍ଲୀ: ଗତବର୍ଷ ଡୋପ୍ ଟେଷ୍ଟରେ ବିଫଳ ହୋଇଥିବା ଭାରତୀୟ ଭାରୋତ୍ତୋଳିକା ସଞ୍ଜିତା ଚାନୁଙ୍କୁ ନାଡା (ନ୍ୟାସ୍ନାଲ ଆଣ୍ଟି ଡୋପିଂ ଏଜେନ୍ସି) ୪ ବର୍ଷ ପାଇଁ ବାସନ୍ଦ କରିଛି। ଗତବର୍ଷ ସେପ୍ଟେମ୍ବର-ଅକ୍ଟୋବରରେ ଗୁଜୁରାଟରେ ଆୟୋଜିତ ଜାତୀୟ କ୍ରୀଡ଼ା ଅବସରରେ ନାଡା ଦୁଇ ଥର ସଞ୍ଜିତାଙ୍କ ଡୋପ୍ ଟେଷ୍ଟ୍ କରିଥିଲା। ସେଥିରେ ଅନାବୋଲିକ ଷ୍ଟେରୋଏଡ୍-ଡ୍ରୋଷ୍ଟାନୋଲୋନେ ମେଟାବୋଲାଇଟ୍ ଭଳି ଡ୍ରଗ୍ ସେବନ କରିଥିବା ଧରା ପଡ଼ିଥିଲା। ଫଳରେ ସଞ୍ଜିତାଙ୍କ ଉପରେ ୪ ବର୍ଷର ବାସନ୍ଦ ଦଣ୍ଡାଦେଶ ଲାଗୁ କରାଯାଇଛି। ଏହି ଦଣ୍ଡା […]
ନୂଆଦିଲ୍ଲୀ: ଗତବର୍ଷ ଡୋପ୍ ଟେଷ୍ଟରେ ବିଫଳ ହୋଇଥିବା ଭାରତୀୟ ଭାରୋତ୍ତୋଳିକା ସଞ୍ଜିତା ଚାନୁଙ୍କୁ ନାଡା (ନ୍ୟାସ୍ନାଲ ଆଣ୍ଟି ଡୋପିଂ ଏଜେନ୍ସି) ୪ ବର୍ଷ ପାଇଁ ବାସନ୍ଦ କରିଛି। ଗତବର୍ଷ ସେପ୍ଟେମ୍ବର-ଅକ୍ଟୋବରରେ ଗୁଜୁରାଟରେ ଆୟୋଜିତ ଜାତୀୟ କ୍ରୀଡ଼ା ଅବସରରେ ନାଡା ଦୁଇ ଥର ସଞ୍ଜିତାଙ୍କ ଡୋପ୍ ଟେଷ୍ଟ୍ କରିଥିଲା। ସେଥିରେ ଅନାବୋଲିକ ଷ୍ଟେରୋଏଡ୍-ଡ୍ରୋଷ୍ଟାନୋଲୋନେ ମେଟାବୋଲାଇଟ୍ ଭଳି ଡ୍ରଗ୍ ସେବନ କରିଥିବା ଧରା ପଡ଼ିଥିଲା। ଫଳରେ ସଞ୍ଜିତାଙ୍କ ଉପରେ ୪ ବର୍ଷର ବାସନ୍ଦ ଦଣ୍ଡାଦେଶ ଲାଗୁ କରାଯାଇଛି। ଏହି ଦଣ୍ଡା ବଳରେ ସଞ୍ଜିତା ଏବେ ଜାତୀୟ କ୍ରୀଡ଼ାରେ ଜିତିଥିବା ରୌପ୍ୟ ପଦକ ହରାଇବେ। ତଥାପି ସଞ୍ଜିତାଙ୍କ ନିକଟରେ ନାଡା ନିଷ୍ପତ୍ତି ବିରୋଧରେ ଅପିଲ କରିବାର ସୁଯୋଗ ରହିଛି। ସୂଚନାଯୋଗ୍ୟ, ଡୋପ୍ ବିବାଦରେ ଫସିବା ସଞ୍ଜିତାଙ୍କ ପାଇଁ ଏହା ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ୨୦୧୮ରେ ଆନ୍ତର୍ଜାତିକ ଭାରୋତ୍ତୋଳନ ସଂଘ ଦ୍ବାରା ସେ ନିଲମ୍ବିତ ହୋଇଥିଲେ। ସଞ୍ଜିତା ୨୦୧୪ ଗ୍ଲାସ୍ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମୀରାବାଇ ଚାନୁଙ୍କୁ ପଛରେ ପକାଇ ୪୮ କେଜି ସ୍ବର୍ଣ୍ଣ ଜିତିଥିଲା ବେଳେ ୨୦୧୮ ଗୋଲ୍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୫୩ କେଜି ବର୍ଗରେ ମଧ୍ୟ ସ୍ବର୍ଣ୍ଣିମ ସଫଳତା ହାତେଇଥିଲେ।




