ଡେଭିସ କପରେ ପାକିସ୍ତାନକୁ ହରାଇଲା ଭାରତ
ଇସ୍ଲାମାବାଦ: ୬୦ ବର୍ଷ ପରେ ପାକିସ୍ତାନ ଗସ୍ତ କରିଥିବା ଭାରତୀୟ ଡେଭିସ୍ କପ୍ ଦଳ ଘରୋଇ ଦଳକୁ ୪-୦ରେ ପରାସ୍ତ କରି ଗସ୍ତ ଶେଷ କରିଛି। ଏଥିସହ ଭାରତ ଡେଭିସ୍ କପ୍ର ବିଶ୍ବ ଗ୍ରୁପ୍-୧ରେ ପହଞ୍ଚିଛି। ଶନିବାର ଦୁଇଟି ସିଙ୍ଗଲ୍ସ ମ୍ୟାଚ୍ ଜିତିଥିବା ଭାରତ ରବିବାର ଗୋଟିଏ ଡବଲ୍ସ ଓ ଆଉ ଗୋଟିଏ ସିଙ୍ଗଲ୍ସ ମ୍ୟାଚ୍ ଜିତି ମୂଳପୋଛ କରିଥିଲା। ଡବଲ୍ସରେ ୟୁକି ଭାମ୍ବ୍ରି ଓ ସାକେତ ମିନେନିଙ୍କ ଯୋଡ଼ି ୬-୨, ୭-୬ ସେଟ୍ରେ ମୁଜାମିଲ ମୁର୍ତାଜା […]
ଇସ୍ଲାମାବାଦ: ୬୦ ବର୍ଷ ପରେ ପାକିସ୍ତାନ ଗସ୍ତ କରିଥିବା ଭାରତୀୟ ଡେଭିସ୍ କପ୍ ଦଳ ଘରୋଇ ଦଳକୁ ୪-୦ରେ ପରାସ୍ତ କରି ଗସ୍ତ ଶେଷ କରିଛି। ଏଥିସହ ଭାରତ ଡେଭିସ୍ କପ୍ର ବିଶ୍ବ ଗ୍ରୁପ୍-୧ରେ ପହଞ୍ଚିଛି। ଶନିବାର ଦୁଇଟି ସିଙ୍ଗଲ୍ସ ମ୍ୟାଚ୍ ଜିତିଥିବା ଭାରତ ରବିବାର ଗୋଟିଏ ଡବଲ୍ସ ଓ ଆଉ ଗୋଟିଏ ସିଙ୍ଗଲ୍ସ ମ୍ୟାଚ୍ ଜିତି ମୂଳପୋଛ କରିଥିଲା। ଡବଲ୍ସରେ ୟୁକି ଭାମ୍ବ୍ରି ଓ ସାକେତ ମିନେନିଙ୍କ ଯୋଡ଼ି ୬-୨, ୭-୬ ସେଟ୍ରେ ମୁଜାମିଲ ମୁର୍ତାଜା ଓ ଅକିଲ ଖାନ୍ଙ୍କୁ ପରାସ୍ତ କରିଥିଲେ। ସେହିପରି ସିଙ୍ଗଲ୍ସରେ ଡେଭିସ କପ୍ ପଦାର୍ପଣ କରିଥିବା ନିକି କାଲିୟାନ୍ଦା ପୂନାଚା ୬-୩, ୬-୪ ସେଟ୍ରେ ମହମ୍ମଦ ସୋଏବଙ୍କୁ ହରାଇଥିଲେ। ପାକିସ୍ତାନ ବିପକ୍ଷରେ ଏହା ଭାରତ ଲଗାତାର ଅଷ୍ଟମ ଡେଭିସ କପ୍ ବିଜୟ।




