ଡେଭିସ୍ କପରେ ଖେଳିବାକୁ ଫେବ୍ରୁଆରିରେ ପାକିସ୍ତାନ ଯିବେନି ଟେନିସ୍ ତାରକା ନଗଲ୍, ଶଶୀ

ନୂଆଦିଲ୍ଲୀ: ଭାରତର ଶୀର୍ଷ ଟେନିସ୍ ଖେଳାଳି ସୁମିତ ନଗଲ୍ ଓ ଶଶୀ କୁମାର ମୁକୁନ୍ଦ ଫେବ୍ରୁଆରିରେ ଡେଭିସ୍ କପ୍ ଖେଳିବାକୁ ପାକିସ୍ତାନ ଯିବେ ନାହିଁ ବୋଲି କହିଛନ୍ତି। ଉଭୟ ଖେଳାଳି ଏ ସଂକ୍ରାନ୍ତରେ ସର୍ବଭାରତୀୟ ଟେନିସ୍ ସଂଘ (ଆଇଟା)କୁ ଜଣାଇଦେଇଥିଲା ବେଳେ ପରବର୍ତ୍ତୀ କାର୍ଯ୍ୟନିର୍ବାହୀ ସମିତି ବୈଠକରେ ଏହା ଉପରେ ଆଲୋଚନା କରାଯିବ ବୋଲି ସୂଚନା ଦିଆଯାଇଛି। ହେଲେ ଏହି ଦୁଇଜଣ କାହିଁକି ପାକିସ୍ତାନ ଯିବାକୁ ଚାହୁନାହାନ୍ତି ତାହା ସ୍ପଷ୍ଟ କରିନାହାନ୍ତି। ତଥାପି ଗ୍ରାସ୍ କୋର୍ଟରେ ମ୍ୟାଚ୍ […]

Samaya Live Picture
Published On

ନୂଆଦିଲ୍ଲୀ: ଭାରତର ଶୀର୍ଷ ଟେନିସ୍ ଖେଳାଳି ସୁମିତ ନଗଲ୍ ଓ ଶଶୀ କୁମାର ମୁକୁନ୍ଦ ଫେବ୍ରୁଆରିରେ ଡେଭିସ୍ କପ୍ ଖେଳିବାକୁ ପାକିସ୍ତାନ ଯିବେ ନାହିଁ ବୋଲି କହିଛନ୍ତି। ଉଭୟ ଖେଳାଳି ଏ ସଂକ୍ରାନ୍ତରେ ସର୍ବଭାରତୀୟ ଟେନିସ୍ ସଂଘ (ଆଇଟା)କୁ ଜଣାଇଦେଇଥିଲା ବେଳେ ପରବର୍ତ୍ତୀ କାର୍ଯ୍ୟନିର୍ବାହୀ ସମିତି ବୈଠକରେ ଏହା ଉପରେ ଆଲୋଚନା କରାଯିବ ବୋଲି ସୂଚନା ଦିଆଯାଇଛି। ହେଲେ ଏହି ଦୁଇଜଣ କାହିଁକି ପାକିସ୍ତାନ ଯିବାକୁ ଚାହୁନାହାନ୍ତି ତାହା ସ୍ପଷ୍ଟ କରିନାହାନ୍ତି। ତଥାପି ଗ୍ରାସ୍ କୋର୍ଟରେ ମ୍ୟାଚ୍ ଖେଳାଯିବାକୁ ଥିବାରୁ ତାହା ନଗଲଙ୍କ ଖେଳିବା ଶୈଳୀକୁ ଖାପ୍ ଖୁଆଇବନି। ଏଥିପାଇଁ ହୁଏତ ସେ ପାକିସ୍ତାନ ଯିବାକୁ ମନା କରିଥାଇ ପାରନ୍ତି। ସେହିପରି ମୁକୁନ୍ଦ ବ୍ୟକ୍ତିଗତ କାରଣ ପାଇଁ ଉକ୍ତ ପଡ଼ୋଶୀ ଦେଶକୁ ଯିବା ପାଇଁ ଆଗ୍ରହ ଦେଖାଉନଥିବା ଜଣାପଡ଼ିଛି। ଏଭଳି ପରିସ୍ଥିତିରେ ଭାରତୀୟ ଦଳ ରାମକୁମାର ରାମନାଥନଙ୍କ ନେତୃତ୍ବରେ ପାକିସ୍ତାନ ଯାଇପାରେ। ସେହିପରି ଚଳିତ ବର୍ଷ ମରକ୍କୋ ବିପକ୍ଷରେ ପଦାର୍ପଣ କରିଥିବା ଦିଗବିଜୟ ପ୍ରତାପ ସିଂହ ଭାରତୀୟ ଦଳ ପାଇଁ ଅନ୍ୟତମ ବିକଳ୍ପ ରହିଛନ୍ତି।

Tags: