ଡିସେମ୍ବର ୯ରେ ମହିଳା ପ୍ରିମିୟର ଲିଗରେ ଖେଳାଳି ନିଲାମ
ମୁମ୍ବାଇ: ମହିଳା ପ୍ରିମିୟର ଲିଗ୍ (ଡବ୍ଲୁପିଏଲ୍)ର ଦ୍ବିତୀୟ ସଂସ୍କରଣ ପାଇଁ ଡିସେମ୍ବର ୯ ତାରିଖରେ ମୁମ୍ବାଇରେ ଖେଳାଳି ନିଲାମ କରାଯିବ। ଏଥି ପାଇଁ ସମସ୍ତ ୫ ଫ୍ରାଞ୍ଚାଇଜ୍ ସେମାନଙ୍କ ଖେଳାଳି ତାଲିକା ପ୍ରକାଶ କରିଛନ୍ତି। ଏ ସଂକ୍ରାନ୍ତରେ ବିସିସିଆଇ ତାହାର ସାମାଜିକ ଗଣମାଧ୍ୟମ ଆକାଉଣ୍ଟ ଜରିଆରେ ଘୋଷଣା କରିଛି। ଚଳିତ ବର୍ଷ ହୋଇଥିବା ପ୍ରଥମ ସଂସ୍କରଣରେ ପ୍ରଶଂସକଙ୍କ ମଧ୍ୟରେ ବହୁଳ ମାତ୍ରାରେ ଆଦୃତ ହେବା ପରେ ଆୟୋଜକ ଦ୍ବିତୀୟ ସଂସ୍କରଣକୁ ଅଧିକ ଆଡ଼ମ୍ବରରେ ଆୟୋଜନ କରିବାକୁ ଲକ୍ଷ୍ୟ […]
ମୁମ୍ବାଇ: ମହିଳା ପ୍ରିମିୟର ଲିଗ୍ (ଡବ୍ଲୁପିଏଲ୍)ର ଦ୍ବିତୀୟ ସଂସ୍କରଣ ପାଇଁ ଡିସେମ୍ବର ୯ ତାରିଖରେ ମୁମ୍ବାଇରେ ଖେଳାଳି ନିଲାମ କରାଯିବ। ଏଥି ପାଇଁ ସମସ୍ତ ୫ ଫ୍ରାଞ୍ଚାଇଜ୍ ସେମାନଙ୍କ ଖେଳାଳି ତାଲିକା ପ୍ରକାଶ କରିଛନ୍ତି। ଏ ସଂକ୍ରାନ୍ତରେ ବିସିସିଆଇ ତାହାର ସାମାଜିକ ଗଣମାଧ୍ୟମ ଆକାଉଣ୍ଟ ଜରିଆରେ ଘୋଷଣା କରିଛି। ଚଳିତ ବର୍ଷ ହୋଇଥିବା ପ୍ରଥମ ସଂସ୍କରଣରେ ପ୍ରଶଂସକଙ୍କ ମଧ୍ୟରେ ବହୁଳ ମାତ୍ରାରେ ଆଦୃତ ହେବା ପରେ ଆୟୋଜକ ଦ୍ବିତୀୟ ସଂସ୍କରଣକୁ ଅଧିକ ଆଡ଼ମ୍ବରରେ ଆୟୋଜନ କରିବାକୁ ଲକ୍ଷ୍ୟ ରଖିଛନ୍ତି। ମାର୍ଚ୍ଚ ୪ରୁ ୨୬ ତାରିଖ ମଧ୍ୟରେ ଅନୁଷ୍ଠିତ ଏହି ଲିଗ୍କୁ ବିଶ୍ବର ଶ୍ରେଷ୍ଠ ମହିଳା କ୍ରିକେଟର୍ଙ୍କୁ ଆକୃଷ୍ଠ କରିବାରେ ସଫଳ ହୋଇଥିଲା। ସ୍ମୃତି ମନ୍ଧାନା ସବୁଠୁ ଦାମୀ ଖେଳାଳି (୩.୪ କୋଟି ଟଙ୍କା) ଭାବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି) ଦଳକୁ ବିକ୍ରି ହୋଇଥିଲେ। ଉଦ୍ଘାଟନୀ ସଂସ୍କରଣରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରି ମୁମ୍ବାଇ ଇଣ୍ଡିଆନ୍ସ ଚାମ୍ପିଅନ୍ ହୋଇଥିଲା।




