ଡବ୍ଲୁଟିସି ଫାଇନାଲ୍ ପାଇଁ ଭାରତୀୟ ଦଳରେ ଯଶସ୍ବୀ ଜୟସ୍ବାଲ

ମୁମ୍ବାଇ: ଫର୍ମରେ ଥିବା ମୁମ୍ବାଇ ଓପନର୍ ଯଶସ୍ବୀ ଜୟସ୍ବାଲ ଜୁନ୍ ୭ରୁ ୧୨ ପର୍ଯ୍ୟନ୍ତ ଲଣ୍ଡନର ଓଭାଲଠାରେ ଖେଳାଯିବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ବ ଟେଷ୍ଟ ଚାମ୍ପିଅନ୍ସିପ୍ (ଡବ୍ଲୁଟିସି) ଫାଇନାଲ୍ ଲାଗି ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି। ସେ ଷ୍ଟାଣ୍ଡ ବାଇରେ ଥିବା ଋତୁରାଜ ଗାଏକ୍ବାଡଙ୍କ ବଦଳରେ ଏହି ସ୍ଥାନ ପାଇଛନ୍ତି। ଗାଏକ୍ବାଡଙ୍କ ବାହାଘର ଥିବାରୁ ସେ ମ୍ୟାଚ୍ ଖେଳିବା ଲାଗି ଇଲଣ୍ଡ ଗସ୍ତ କରିପାରିବେନି। ତେଣୁ ସେ ଏହି ପ୍ରତିଯୋଗିତାରୁ ଓହରି ଯାଇଛନ୍ତି। ରବିବାର ସକାଳେ […]

Samaya Live Picture
Published On

ମୁମ୍ବାଇ: ଫର୍ମରେ ଥିବା ମୁମ୍ବାଇ ଓପନର୍ ଯଶସ୍ବୀ ଜୟସ୍ବାଲ ଜୁନ୍ ୭ରୁ ୧୨ ପର୍ଯ୍ୟନ୍ତ ଲଣ୍ଡନର ଓଭାଲଠାରେ ଖେଳାଯିବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ବ ଟେଷ୍ଟ ଚାମ୍ପିଅନ୍ସିପ୍ (ଡବ୍ଲୁଟିସି) ଫାଇନାଲ୍ ଲାଗି ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି। ସେ ଷ୍ଟାଣ୍ଡ ବାଇରେ ଥିବା ଋତୁରାଜ ଗାଏକ୍ବାଡଙ୍କ ବଦଳରେ ଏହି ସ୍ଥାନ ପାଇଛନ୍ତି। ଗାଏକ୍ବାଡଙ୍କ ବାହାଘର ଥିବାରୁ ସେ ମ୍ୟାଚ୍ ଖେଳିବା ଲାଗି ଇଲଣ୍ଡ ଗସ୍ତ କରିପାରିବେନି। ତେଣୁ ସେ ଏହି ପ୍ରତିଯୋଗିତାରୁ ଓହରି ଯାଇଛନ୍ତି। ରବିବାର ସକାଳେ ବମ୍ବେ ଜିମ୍ଖାନାରେ ଜୟସ୍ବାଲ ନାଲି ବଲ୍ରେ ଅଭ୍ୟାସ ଆରମ୍ଭ କରିଥିଲା ବେଳେ ରାତିରେ ହିଁ ଲଣ୍ଡନ ଗସ୍ତ କରିଛନ୍ତି। ଚଳିତ ଆଇପିଏଲ୍ରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳୁଥିବା ଜୟସ୍ବାଲ ୧୪ ମ୍ୟାଚ୍ ଖେଳି ଗୋଟିଏ ଶତକ ଓ ୫ ଅର୍ଦ୍ଧଶତକ ସହ ୪୮.୦୭ ହାରରେ ୬୨୫ ରନ୍ କରିଥିଲେ। ରଣଜୀ ଟ୍ରଫିରେ ସେ ଗୋଟିଏ ଲେଖାଏଁ ଶତକ ଓ ଅର୍ଦ୍ଧଶତକ ସହ ୪୫.୦୦ ହାରରେ ୪୦୪ ରନ୍ କରିଥିଲେ।

Tags: