ଡବ୍ଲୁଟିସି ଫାଇନାଲ୍ ଖେଳିବା ଲକ୍ଷ୍ୟ ନେଇ ଏନ୍ସିଏରେ ପହଞ୍ଚିଲେ ଶ୍ରେୟସ ଆୟର
ବେଙ୍ଗାଲୁରୁ: ଭାରତୟ ବ୍ୟାଟର ଶ୍ରେୟସ ଆୟର ବେଙ୍ଗାଲୁରୁସ୍ଥିତ ଜାତୀୟ କ୍ରିକେଟ୍ ଏକାଡେମୀ (ଏନ୍ସିଏ)ରେ ପହଞ୍ଚିଛନ୍ତି। ତାଙ୍କ ପିଠିରେ ଆଘାତ ଲାଗିଥିବାରୁ ସେ ଡାକ୍ତରଙ୍କୁ ଦେଖାଇବା ପାଇଁ ଏନ୍ସିଏ ଯାଇଛନ୍ତି। ସ୍ବାସ୍ଥ୍ୟାବସ୍ଥାକୁ ନଜରରେ ରଖି ତାଙ୍କର ଏବେ ଅସ୍ତ୍ରୋପଚାର କରାଯିବା ଆବଶ୍ୟକ ନଥିବା ଡାକ୍ତରୀ ଦଳ କହିଛନ୍ତି। ତେଣୁ ବିଶ୍ବ ଟେଷ୍ଟ ଚାମ୍ପିଅନ୍ସିପ୍ (ଡବ୍ଲୁଟିସି) ଫାଇନାଲ୍ରେ ସେ ଖେଳିବାକୁ ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ଫାଇନାଲ୍ର ଚୂଡ଼ାନ୍ତ ଦଳ ଚୟନ ଶିବିରରେ ସେ ଉପସ୍ଥିତ ରହିବାକୁ ଆଗ୍ରହ ଦେଖାଇଥିବାରୁ ଏହା […]
ବେଙ୍ଗାଲୁରୁ: ଭାରତୟ ବ୍ୟାଟର ଶ୍ରେୟସ ଆୟର ବେଙ୍ଗାଲୁରୁସ୍ଥିତ ଜାତୀୟ କ୍ରିକେଟ୍ ଏକାଡେମୀ (ଏନ୍ସିଏ)ରେ ପହଞ୍ଚିଛନ୍ତି। ତାଙ୍କ ପିଠିରେ ଆଘାତ ଲାଗିଥିବାରୁ ସେ ଡାକ୍ତରଙ୍କୁ ଦେଖାଇବା ପାଇଁ ଏନ୍ସିଏ ଯାଇଛନ୍ତି। ସ୍ବାସ୍ଥ୍ୟାବସ୍ଥାକୁ ନଜରରେ ରଖି ତାଙ୍କର ଏବେ ଅସ୍ତ୍ରୋପଚାର କରାଯିବା ଆବଶ୍ୟକ ନଥିବା ଡାକ୍ତରୀ ଦଳ କହିଛନ୍ତି। ତେଣୁ ବିଶ୍ବ ଟେଷ୍ଟ ଚାମ୍ପିଅନ୍ସିପ୍ (ଡବ୍ଲୁଟିସି) ଫାଇନାଲ୍ରେ ସେ ଖେଳିବାକୁ ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ଫାଇନାଲ୍ର ଚୂଡ଼ାନ୍ତ ଦଳ ଚୟନ ଶିବିରରେ ସେ ଉପସ୍ଥିତ ରହିବାକୁ ଆଗ୍ରହ ଦେଖାଇଥିବାରୁ ଏହା ପୂର୍ବରୁ ତାଙ୍କୁ ଶାରୀରିକ ଭାବେ ସୁସ୍ଥ କରିବାକୁ ଡାକ୍ତରୀ ଦଳ ଲାଗିପଡ଼ିଛନ୍ତି। ଏନ୍ସିଏ ଡାକ୍ତରୀ ଦଳ ଓ ଅଧିକାରୀମାନେ ମଧ୍ୟ ଶ୍ରେୟସଙ୍କ ଅସ୍ତ୍ରୋପଚର ନକରାଇାବାକୁ ରାଜି ହୋଇଛନ୍ତି।




