ଡବ୍ଲୁଟିସି ଫାଇନାଲରେ ଅଷ୍ଟ୍ରେଲିଆ ପ୍ରଥମ ଥର ଚାମ୍ପିଅନ୍, ଭାରତ ଦ୍ବିତୀୟ ଥର ରନର୍ସଅପ୍

ଲଣ୍ଡନ୍: ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍ରେ ଅଷ୍ଟ୍ରେଲିଆ ପ୍ରଥମ ଥର ଚାମ୍ପିଅନ୍ ହୋଇଥିଲା ବେଳେ ଭାରତ ଲାଗାତାର ଦ୍ବିତୀୟ ଥର ଟ୍ରଫି ଧରିବାରୁ ବଞ୍ଚିତ ହୋଇଛି। ଶେଷ ଦିନ ଭାରତ ପାଇଁ ଗୁରୁତ୍ବପୂର୍ଣ୍ଣ ଥିଲା ବେଳେ ତାସ୍ ଘର ଭଳି ବ୍ୟାଟିଂ କ୍ରମ ଭାଙ୍ଗିଯାଇଥିଲା। ପଞ୍ଚମ ଦିନରେ ସ୍କଟ୍ ବୋଲାଣ୍ଡ୍ଙ୍କ ବୋଲିଂରେ ବିରାଟ କୋହଲି ଆଉଟ୍ ହୋଇଥିଲେ। ସେହି ଓଭରରେ ଗୋଟିଏ ବଲ୍ ବ୍ୟବଧାନ ପରେ ରବୀନ୍ଦ୍ର ଜାଦେଜାଙ୍କୁ କ୍ୟାରିଙ୍କ ହାତରେ କ୍ୟାଚ୍ କରାଇ ଭାରତର ପରାଜୟ ନିକଟତର […]

Samaya Live Picture
Published On

ଲଣ୍ଡନ୍: ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍ରେ ଅଷ୍ଟ୍ରେଲିଆ ପ୍ରଥମ ଥର ଚାମ୍ପିଅନ୍ ହୋଇଥିଲା ବେଳେ ଭାରତ ଲାଗାତାର ଦ୍ବିତୀୟ ଥର ଟ୍ରଫି ଧରିବାରୁ ବଞ୍ଚିତ ହୋଇଛି। ଶେଷ ଦିନ ଭାରତ ପାଇଁ ଗୁରୁତ୍ବପୂର୍ଣ୍ଣ ଥିଲା ବେଳେ ତାସ୍ ଘର ଭଳି ବ୍ୟାଟିଂ କ୍ରମ ଭାଙ୍ଗିଯାଇଥିଲା। ପଞ୍ଚମ ଦିନରେ ସ୍କଟ୍ ବୋଲାଣ୍ଡ୍ଙ୍କ ବୋଲିଂରେ ବିରାଟ କୋହଲି ଆଉଟ୍ ହୋଇଥିଲେ। ସେହି ଓଭରରେ ଗୋଟିଏ ବଲ୍ ବ୍ୟବଧାନ ପରେ ରବୀନ୍ଦ୍ର ଜାଦେଜାଙ୍କୁ କ୍ୟାରିଙ୍କ ହାତରେ କ୍ୟାଚ୍ କରାଇ ଭାରତର ପରାଜୟ ନିକଟତର ହୋଇଥିଲା। ଅଜିଙ୍କ୍ୟ ରାହାଣେ ଏବଂ ଶ୍ରୀକର ଭରତ ୧୦ ଓଭର ଲଢ଼ିଥିଲେ ମଧ୍ୟ ଫଳାଫଳ ଦିଗରେ ଏହା ବିଶେଷ ପ୍ରଭାବ ପକାଇନଥିଲା। ମିଚେଲ ଷ୍ଟାର୍କଙ୍କ ବଲ୍ରେ ରାହାଣେ କଟ୍ ବିହାଇଣ୍ଡ୍ ହୋଇଯିବା ପରେ ଭାରତର ଶେଷ ଆଶା ମଉଳିଯାଇଥିଲା। ଏହା ପରେ ଭାରତର ପରାଜୟ ଏବଂ ଅଷ୍ଟ୍ରେଲିଆର ବିଜୟ କେବଳ ଏକ ଔପଚାରିକତା ହୋଇଯାଇଥିଲା। ଭାରତର ନିମ୍ନକ୍ରମଙ୍କୁ ପୋଛି ନେଇଥିଲେ ଅଭିଜ୍ଞ ସ୍ପିନର୍ ନାଥନ୍ ଲାୟନ୍। ସମ୍ପ୍ରସାରିତ ମଧ୍ୟାହ୍ନ ଭୋଜନ ପୂର୍ବରୁ ହିଁ ଭାରତର ପାଳି ୨୩୪ ରନ୍ରେ ଶେଷ ହୋଇଯାଇଥିଲା।

Tags: