ଡବ୍ଲୁଟିସି ଚାମ୍ପିଅନଙ୍କୁ ମିଳିବ ୧.୬ ମିଲିଅନ୍ ଡଲାର ପୁରସ୍କାର

ଦୁବାଇ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଜୁନ୍ ୭ ତାରିଖରୁ ଆରମ୍ଭ ହେଉଥିବା ବିଶ୍ବ ଟେଷ୍ଟ ଚାମ୍ପିଅନ୍ସିପ୍ (ଡବ୍ଲୁଟିସି) ର ଚାମ୍ପିଅନଙ୍କୁ ୧.୬ ମିଲିଅନ୍ ଡଲାର ପୁରସ୍କାର ମିଳିବ। ସେହିପରି ରନର୍ସଅପ ଦଳକୁ ୮ଲକ୍ଷ ଡଲାର ପୁରସ୍କାର ପ୍ରଦାନ କରାଯିବ। ଡବ୍ଲୁଟିସି ଉଦ୍ଘାଟନୀ ସଂସ୍କରଣର ପୁରସ୍କାର ରାଶି ତୁଳନାରେ ଏଥର କୌଣସି ପରିବର୍ତ୍ତନ କରାଯାଇନାହିଁ। ଦୁଇ ଫାଇନାଲିଷ୍ଟଙ୍କ ସହିତ ଅନ୍ୟ ଦଳମାନଙ୍କୁ ମୋଟ ୩.୮ ମିଲିଅନ୍ ଡଲାର ରାଶି ଦିଆଯିବ। ସେହି ଅନୁସାରେ ତୃତୀୟ ସ୍ଥାନରେ ରହିଥିବା […]

Samaya Live Picture
Published On

ଦୁବାଇ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଜୁନ୍ ୭ ତାରିଖରୁ ଆରମ୍ଭ ହେଉଥିବା ବିଶ୍ବ ଟେଷ୍ଟ ଚାମ୍ପିଅନ୍ସିପ୍ (ଡବ୍ଲୁଟିସି) ର ଚାମ୍ପିଅନଙ୍କୁ ୧.୬ ମିଲିଅନ୍ ଡଲାର ପୁରସ୍କାର ମିଳିବ। ସେହିପରି ରନର୍ସଅପ ଦଳକୁ ୮ଲକ୍ଷ ଡଲାର ପୁରସ୍କାର ପ୍ରଦାନ କରାଯିବ। ଡବ୍ଲୁଟିସି ଉଦ୍ଘାଟନୀ ସଂସ୍କରଣର ପୁରସ୍କାର ରାଶି ତୁଳନାରେ ଏଥର କୌଣସି ପରିବର୍ତ୍ତନ କରାଯାଇନାହିଁ। ଦୁଇ ଫାଇନାଲିଷ୍ଟଙ୍କ ସହିତ ଅନ୍ୟ ଦଳମାନଙ୍କୁ ମୋଟ ୩.୮ ମିଲିଅନ୍ ଡଲାର ରାଶି ଦିଆଯିବ। ସେହି ଅନୁସାରେ ତୃତୀୟ ସ୍ଥାନରେ ରହିଥିବା ଦକ୍ଷିଣ ଆଫ୍ରିକାକୁ ୪.୫ ଲକ୍ଷ ଡଲାର, ଚତୁର୍ଥ ସ୍ଥାନରେ ରହିଥିବା ଇଂଲଣ୍ଡକୁ ୩.୫ ଲକ୍ଷ ଡଲାର ଏବଂ ପଞ୍ଚମ ସ୍ଥାନରେ ରହିଥିବା ଶ୍ରୀଲଙ୍କାକୁ ୨ଲକ୍ଷ ଡଲାର ପୁରସ୍କାର ପ୍ରଦାନ କରାଯିବ। ଏମାନଙ୍କ ବାଦ୍ ନ୍ୟୁଜିଲାଣ୍ଡ (ଷଷ୍ଠ), ପାକିସ୍ତାନ (ସପ୍ତମ), ୱେଷ୍ଟଇଣ୍ଡିଜ୍ (ଅଷ୍ଟମ), ବାଂଲାଦେଶ (ନବମ) ଙ୍କୁ ୧ଲକ୍ଷ ଡଲାର ଲେଖାଏଁ ପୁରସ୍କାର ପାଇବେ। ସୂଚନାଯୋଗ୍ୟ, ଡବ୍ଲୁଟିସି ଫାଇନାଲ୍ ଆସନ୍ତା ଜୁନ୍ ୭ରୁ ୧୧ ତାରିଖ ପର୍ଯ୍ୟନ୍ତ ଖେଳାଯିବ।

Tags: