ଡବ୍ଲୁଏଫ୍ଆଇ ନିର୍ବାଚନ ପାଇଁ ଆଡ୍ ହକ୍ କମିଟି ଗଠନ କରିବାକୁ କ୍ରୀଡ଼ା ମନ୍ତ୍ରଣାଳୟର ନିର୍ଦ୍ଦେଶ
ନୂଆଦିଲ୍ଲୀ: ଆସନ୍ତା ମେ’ ୭ ତାରିଖରେ ହେବାକୁଥିବା ଭାରତୀୟ କୁସ୍ତି ମହାସଂଘ (ଡବ୍ଲୁଏଫ୍ଆଇ)ର ନିର୍ବାଚନକୁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ଅସିଦ୍ଧ ଘୋଷଣା କରିଛି। ଏସଂକ୍ରାନ୍ତରେ ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଅଲିମ୍ପିକ ସଂଘ (ଆଇଓଏ)କୁ ଏକ ଚିଠି କରାଯାଇଥିଲା ବେଳେ ଆସନ୍ତା ୪୫ ଦିନ ମଧ୍ୟରେ ଆଇଓଏ ଏକ ଆଡ୍ ହକ୍ କମିଟି ଗଠନ କରି ଡବ୍ଲୁଏଫ୍ଆଇ ନିର୍ବାଚନ ଶେଷ କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଉକ୍ତ ଚିଠିରେ ଯୌନ ନିର୍ଯାତନା ମମଲା ସଂପର୍କିତ ବିଷୟକୁ ମଧ୍ୟ ଉଲ୍ଲେଖ […]
ନୂଆଦିଲ୍ଲୀ: ଆସନ୍ତା ମେ’ ୭ ତାରିଖରେ ହେବାକୁଥିବା ଭାରତୀୟ କୁସ୍ତି ମହାସଂଘ (ଡବ୍ଲୁଏଫ୍ଆଇ)ର ନିର୍ବାଚନକୁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ଅସିଦ୍ଧ ଘୋଷଣା କରିଛି। ଏସଂକ୍ରାନ୍ତରେ ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଅଲିମ୍ପିକ ସଂଘ (ଆଇଓଏ)କୁ ଏକ ଚିଠି କରାଯାଇଥିଲା ବେଳେ ଆସନ୍ତା ୪୫ ଦିନ ମଧ୍ୟରେ ଆଇଓଏ ଏକ ଆଡ୍ ହକ୍ କମିଟି ଗଠନ କରି ଡବ୍ଲୁଏଫ୍ଆଇ ନିର୍ବାଚନ ଶେଷ କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଉକ୍ତ ଚିଠିରେ ଯୌନ ନିର୍ଯାତନା ମମଲା ସଂପର୍କିତ ବିଷୟକୁ ମଧ୍ୟ ଉଲ୍ଲେଖ କରାଯାଇଛି। ଡବ୍ଲୁଏଫ୍ଆଇରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଠିକ୍ ଭାବେ କାର୍ଯ୍ୟକ୍ଷମ ନଥିବା କୁହାଯାଇଥିଲା ବେଳେ ଅଭିଯୋଗ ଗୁଡ଼ିକର ଶୁଣାଣି କରିବା ପାଇଁ ସେଭଳି କିଛି ସଠିକ୍ ବ୍ୟବସ୍ଥା ନାହିଁ। ତେଣୁ ସ୍ବଚ୍ଛତା ଅବଲମ୍ବନ ହେଉନଥିବା ଦର୍ଶାଯାଇଥିଲା। ଏଥିସହ ଡବ୍ଲୁଏଫ୍ଆଇ ଓ କ୍ରୀଡ଼ାବିତ୍ଙ୍କ ମଧ୍ୟରେ ଯୋଗସୂତ୍ର ରକ୍ଷା କରିବା ଓ ଆଲୋଚନା କରିବା ପାଇଁ ସୁସ୍ଥ ବାତାବରଣ ରହିବା ଆବଶ୍ୟକ ବୋଲି କମିଟି ତାହା ରିପୋର୍ଟରେ ଉଲ୍ଲେଖ କରିଥିଲା। ତେବେ ଏହି ଚିଠି ଉପରେ ଆଇଓଏ ସଭାପତି ପିଟି ଊଷା ସାମାଜିକ ଗଣମାଧ୍ୟରେ ନିଜ କଥା ରଖିଛନ୍ତି। ମନ୍ତ୍ରଣାଳୟରୁ ଚିଠି ଆସିବା ପରେ ଏହାକୁ ଗମ୍ଭୀରତାର ସହ ଆଇଓଏ ବିଚାର କରୁଛି। ଆସନ୍ତା ୨୭ ତାରିଖରେ କାର୍ଯ୍ୟନିର୍ବାହୀ ପରିଷଦର ବୈଠକ ବସିବ। ସେଠାରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ବିଷୟରେ ଆଲୋଚନା କରାଯିବ ବୋଲି ଊଷା ତାଙ୍କ ପୋଷ୍ଟ୍ରେ ଜଣାଇଛନ୍ତି।




