ଟ୍ବେଣ୍ଟି-୨୦ ମାନ୍ୟତାରେ ଅକ୍ଷରଙ୍କୁ ଜୀବନର ଶ୍ରେଷ୍ଠ ପଞ୍ଚମ ସ୍ଥାନ
ଦୁବାଇ: ଭାରତୀୟ ସ୍ପିନର ଅକ୍ଷର ପଟେଲ ବୁଧବାର ପ୍ରକାଶିତ ଆଇସିସି ଟ୍ବେଣ୍ଟି-୨୦ ମାନ୍ୟାତାରେ ୧୨ଟି ସ୍ଥାନ ଲମ୍ଫ ଦେଇ ଜୀବନର ଶ୍ରେଷ୍ଠ ମାନ୍ୟତା ପଞ୍ଚମ ସ୍ଥାନରେ ପହଞ୍ଚିଛନ୍ତି। ଆଫ୍ଗାନିସ୍ତାନ ବିପକ୍ଷରେ ତାଙ୍କର ୨/୨୩ ଓ ୨/୧୬ ବୋଲିଂ ସଫଳତା ଯୋଗୁଁ ଭାରତ ଦୁଇଟି ଯାକ ମ୍ୟାଚ୍କୁ ୬ ୱିକେଟ୍ରେ ଜିତିଥିଲା। ଏହାବାଦ୍ ଅଲ୍ରାଉଣ୍ଡର ତାଲିକାରେ ସେ ଷୋଡ଼ଶ ସ୍ଥାନରେ ରହିଛନ୍ତି। ଇନ୍ଦୋରରେ ୬୮ ରନ୍ର ପାଳି ଖେଳିଥିବା ଯଶସ୍ବୀ ଜୟସ୍ବାଲ ୭ଟି ସ୍ଥାନ ଉଠି ଜୀବନର ଶ୍ରେଷ୍ଠ […]
ଦୁବାଇ: ଭାରତୀୟ ସ୍ପିନର ଅକ୍ଷର ପଟେଲ ବୁଧବାର ପ୍ରକାଶିତ ଆଇସିସି ଟ୍ବେଣ୍ଟି-୨୦ ମାନ୍ୟାତାରେ ୧୨ଟି ସ୍ଥାନ ଲମ୍ଫ ଦେଇ ଜୀବନର ଶ୍ରେଷ୍ଠ ମାନ୍ୟତା ପଞ୍ଚମ ସ୍ଥାନରେ ପହଞ୍ଚିଛନ୍ତି। ଆଫ୍ଗାନିସ୍ତାନ ବିପକ୍ଷରେ ତାଙ୍କର ୨/୨୩ ଓ ୨/୧୬ ବୋଲିଂ ସଫଳତା ଯୋଗୁଁ ଭାରତ ଦୁଇଟି ଯାକ ମ୍ୟାଚ୍କୁ ୬ ୱିକେଟ୍ରେ ଜିତିଥିଲା। ଏହାବାଦ୍ ଅଲ୍ରାଉଣ୍ଡର ତାଲିକାରେ ସେ ଷୋଡ଼ଶ ସ୍ଥାନରେ ରହିଛନ୍ତି। ଇନ୍ଦୋରରେ ୬୮ ରନ୍ର ପାଳି ଖେଳିଥିବା ଯଶସ୍ବୀ ଜୟସ୍ବାଲ ୭ଟି ସ୍ଥାନ ଉଠି ଜୀବନର ଶ୍ରେଷ୍ଠ ପଞ୍ଚମରେ ପହଞ୍ଚିଛନ୍ତି। ବାମହାତୀ ବ୍ୟାଟର୍ ଶିବମ ଦୁବେ ୨୬୫ରୁ ୫୮ରେ ପହଞ୍ଚିଥିଲା ବେଳେ ଶୁବମନ ଗିଲ୍ ୬୦ ଓ ତିଳକ ବର୍ମା ୬୧ତମ ସ୍ଥାନରେ ରହିଛନ୍ତି। ବୋଲିଂରେ ଅର୍ଶଦୀପ ସିଂହ ୪ ସ୍ଥାନ ଉଠି ୨୧ରେ ଅଛନ୍ତି।




