ଟ୍ବେଣ୍ଟି-୨୦ ବିଶ୍ବକପ୍ ସୁପର ଓଭରରେ ଓମାନକୁ ହରାଇଲା ନାମିବ୍ୟା
ବ୍ରିଜଟାଉନ୍: ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଚଳିତ ସଂସ୍କରଣର ପ୍ରଥମ ସୁପର ଓଭର୍ ମୁକାବିଲାରେ ଓମାନ୍କୁ ହରାଇଛି ନାଜମିବ୍ୟା। ବାର୍ବାଡୋସ୍ରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ନାମିବ୍ୟା ଦ୍ରୁତ ବୋଲର ରୁବେନ୍ ଟ୍ରମ୍ପେଲ୍ମାନ୍ ମଧ୍ୟ ମ୍ୟାଚ୍ର ପ୍ରଥମ ୨ ବଲ୍ରୁ ଦୁଇଟି ୱିକେଟ୍ ନେଇ ଇତିହାସ ରଚିଛନ୍ତି। ସୁପର ଓଭରରେ ୱାଇଜ୍ ଓ ଅଧିନାୟକ ଗେରହାର୍ଡ ଏରସ୍ମସ୍ ୨୧ ରନ୍ ସଂଗ୍ରହ କରିଥିଲା ବେଳେ ଓମାନ୍ ୧ ୱିକେଟ୍ ବିନିମୟରେ ୧୦ ରନ୍ କରିପାରିଥିଲା। ୱାଇଜ୍ଙ୍କ ଚତୁର ବୋଲିଂ ପାଇଁ ଓମାନ୍ […]
ବ୍ରିଜଟାଉନ୍: ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଚଳିତ ସଂସ୍କରଣର ପ୍ରଥମ ସୁପର ଓଭର୍ ମୁକାବିଲାରେ ଓମାନ୍କୁ ହରାଇଛି ନାଜମିବ୍ୟା। ବାର୍ବାଡୋସ୍ରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ନାମିବ୍ୟା ଦ୍ରୁତ ବୋଲର ରୁବେନ୍ ଟ୍ରମ୍ପେଲ୍ମାନ୍ ମଧ୍ୟ ମ୍ୟାଚ୍ର ପ୍ରଥମ ୨ ବଲ୍ରୁ ଦୁଇଟି ୱିକେଟ୍ ନେଇ ଇତିହାସ ରଚିଛନ୍ତି। ସୁପର ଓଭରରେ ୱାଇଜ୍ ଓ ଅଧିନାୟକ ଗେରହାର୍ଡ ଏରସ୍ମସ୍ ୨୧ ରନ୍ ସଂଗ୍ରହ କରିଥିଲା ବେଳେ ଓମାନ୍ ୧ ୱିକେଟ୍ ବିନିମୟରେ ୧୦ ରନ୍ କରିପାରିଥିଲା। ୱାଇଜ୍ଙ୍କ ଚତୁର ବୋଲିଂ ପାଇଁ ଓମାନ୍ ଲକ୍ଷ୍ୟର ନିକଟତର ବି ହୋଇପାରି ନଥିଲା। ମ୍ୟାଚ୍ରେ ନାମିବ୍ୟା ଟସ୍ ଜିତି ବୋଲିଂ କରିଥିଲା। ପ୍ରଥମ ଦୁଇ ବଲ୍ରେ ରୁବେନ୍ ପ୍ରତିପକ୍ଷର କାଶ୍ୟପ ପ୍ରଜାପତି ଓ ଅଧିନାୟକ ଆକିବ୍ ଇଲିୟାସ୍ଙ୍କୁ ଖାତା ଖୋଲିବା ଆଗରୁ ପ୍ୟାଭିଲିୟନ୍ ପଠାଇଥିଲେ। ମଧ୍ୟକ୍ରମରେ ଖଲିଦ କୈଲ୍ ୩୪ ରନ୍ ସଂଗ୍ରହ କରିଥିଲେ ମଧ୍ୟ ଅନ୍ୟମାନେ ରନ୍ ବାହାର କରିବାକୁ ସଂଘର୍ଷ କରିଥିଲେ। ଫଳରେ ଓମାନ୍ ୨ ବଲ୍ ପୂର୍ବରୁ ୧୦୯ ରନ୍ରେ ଅଲ୍ଆଉଟ୍ ହେବା ସହ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ନିଜର ସର୍ବନିମ୍ନ ସ୍କୋର କରିଥିଲା। ରୁବେନ୍ ସର୍ବାଧିକ ୪, ୱାଇଜ୍ ୩, ଗେରହାର୍ଡ ଏରସ୍ମସ୍ ୨ ୱିକେଟ୍ ନେଇଥିଲେ। ବିଜୟ ଲକ୍ଷ୍ୟକୁ ପିଛା କରୁଥିଲା ବେଳେ ନାମିବ୍ୟା ମଧ୍ୟ ପ୍ରଥମ ଓଭରରେ ମାଇକେଲ୍ ଭାନ୍ ଲିଙ୍ଗେନ୍ଙ୍କୁ ହରାଇଥିଲା। କିନ୍ତୁ ନିକୋଲାସ ଡେଭିନ୍ (୨୪), ୟାନ୍ ଫ୍ରାଏଲିଙ୍କ (୪୫) ଦ୍ବିତୀୟ ୱିକେଟ୍ରେ ୪୨ ରନ୍ ଯୋଡ଼ିଥିଲେ। ଶେଷ ଓଭରରେ ଦଳକୁ ଜିତିବା ପାଇଁ ୫ ରନ୍ ଆବଶ୍ୟକ ହେଉଥିଲେ ବି ମ୍ୟାଚ୍ ସମାନ ସ୍ଥିତିରେ ଶେଷ ହୋଇଥିଲା।




