ଟ୍ବେଣ୍ଟି-୨୦ ବିଶ୍ବକପ୍ ଅଭ୍ୟାସ ମ୍ୟାଚରେ ବାଂଲାଦେଶକୁ ହରାଇଲା ଭାରତ
ନ୍ୟୁୟର୍କ: ଟ୍ବେଣ୍ଟି-୨୦ ବିଶ୍ବକପ୍ ପୂର୍ବରୁ ବାଂଲାଦେଶ ବିପକ୍ଷ ଏକମାତ୍ର ଅଭ୍ୟାସ ମ୍ୟାଚ୍ରେ ଭାରତ ବିଜୟୀ ହୋଇଛି। ଭାରତ ୫ ୱିକେଟ୍ ବିନିମୟରେ ୧୮୨ ରନ୍ କରିଥିଲା। ଜବାବରେ ବାଂଲାଦେଶ ୯ ୱିକେଟ୍ ହରାଇ ୧୨୨ ରନ୍ କରିପାରିଥିଲା। ଋଷଭ ପନ୍ତ ସର୍ବାଧିକ ୫୩ ରନ୍ କରି ରିଟାୟର୍ଡ ଆଉଟ୍ ହୋଇଥିଲା ବେଳେ ହାର୍ଦିକ ପାଣ୍ଡ୍ୟା ୪୦*, ସୂର୍ଯ୍ୟକୁମାର ଯାଦବ ୩୧, ରୋହିତ ଶର୍ମା ୨୩ ରନ୍ କରିଥିଲେ। ମେହିଦି ହାସନ, ସୋରିଫୁଲ ଇସଲାମ, ମହମ୍ମଦୁଲ୍ଲା, ତନଭିର ଇସ୍ଲାମ […]
ନ୍ୟୁୟର୍କ: ଟ୍ବେଣ୍ଟି-୨୦ ବିଶ୍ବକପ୍ ପୂର୍ବରୁ ବାଂଲାଦେଶ ବିପକ୍ଷ ଏକମାତ୍ର ଅଭ୍ୟାସ ମ୍ୟାଚ୍ରେ ଭାରତ ବିଜୟୀ ହୋଇଛି। ଭାରତ ୫ ୱିକେଟ୍ ବିନିମୟରେ ୧୮୨ ରନ୍ କରିଥିଲା। ଜବାବରେ ବାଂଲାଦେଶ ୯ ୱିକେଟ୍ ହରାଇ ୧୨୨ ରନ୍ କରିପାରିଥିଲା। ଋଷଭ ପନ୍ତ ସର୍ବାଧିକ ୫୩ ରନ୍ କରି ରିଟାୟର୍ଡ ଆଉଟ୍ ହୋଇଥିଲା ବେଳେ ହାର୍ଦିକ ପାଣ୍ଡ୍ୟା ୪୦*, ସୂର୍ଯ୍ୟକୁମାର ଯାଦବ ୩୧, ରୋହିତ ଶର୍ମା ୨୩ ରନ୍ କରିଥିଲେ। ମେହିଦି ହାସନ, ସୋରିଫୁଲ ଇସଲାମ, ମହମ୍ମଦୁଲ୍ଲା, ତନଭିର ଇସ୍ଲାମ ପ୍ରତ୍ୟେକ ୧ୱିକେଟ୍ ଲେଖାଏଁ ନେଇଥିଲେ। ବିଜୟ ଲକ୍ଷ୍ୟକୁ ବାଂଲାଦେଶ ପିଛା କରୁଥିଲା ବେଳେ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ୪୧ରନ୍ ଭିତରେ ଦଳର ଅଧା ଖେଳାଳି ପାଭିଲିଅନ୍ ଫେରିଥିଲେ। ମହମ୍ମଦୁଲ୍ଲା ୪୦, ସକିବ ଅଲ ହାସନ ୨୮ ରନ୍ର ପାଳି ଖେଳି ମଧ୍ୟକ୍ରମରେ ଲଢେଇ କରିଥିଲେ। କିନ୍ତୁ ଦଳକୁ ପରାଜୟରୁ ରକ୍ଷା କରିପାରି ନଥିଲେ। ଅଧିନାୟକ ରୋହିତ ଶର୍ମା ୮ଜଣ ଭାରତୀୟ ବୋଲରଙ୍କୁ ସୁଯୋଗ ଦେଇଥିଲା ବେଳେ ସେମାନଙ୍କ ମଧ୍ୟରୁ ୬ଜଣ ୱିକେଟ୍ ନେବାରେ ସଫଳ ହୋଇଥିଲେ। ଶିବମ ଦୁବେ ଓ ଅର୍ଶଦୀପ ସିଂହ ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ। ଯଶପ୍ରୀତ ବୁମ୍ରା, ମହମ୍ମଦ ସିରାଜ, ହାର୍ଦିକ ପାଣ୍ଡ୍ୟା ଓ ଅକ୍ଷର ପଟେଲ ଗୋଟିଏ ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ।




