ଟ୍ବେଣ୍ଟି-୨୦ ବିଶ୍ବକପ୍ ଅଭ୍ୟାସ ମ୍ୟାଚରେ ଖେଳିବେନି ବିରାଟ କୋହଲି

ମୁମ୍ବାଇ: ଟ୍ବେଣ୍ଟି-୨୦ ବିଶ୍ବକପ୍ ଖେଳିବାକୁ ପ୍ରଥମ ପର୍ଯ୍ୟାୟ ଭାରତୀୟ କ୍ରିକେଟ୍ ଦଳ ଆମେରିକା ଗସ୍ତ କରିସାରିଛି। କିନ୍ତୁ ବିରାଟ କୋହଲି ଏହି ଦଳ ସହିତ ଯାଇନାହାନ୍ତି। ସବୁଠୁ ପଛରେ କୋହଲି ୩୦ ତାରିଖରେ ଆମେରିକା ଯିବେ ବୋଲି ବିସିସିଆଇକୁ ଅନୁରୋଧ କରିଥିବା ଜଣାପଡ଼ିଛି। କୋହଲିଙ୍କ ଅନୁରୋଧ କ୍ରମେ ତାଙ୍କ ଭିସା ସାକ୍ଷାତକାରକୁ ବିସିସିଆଇ ବିଳମ୍ବ କରାଇଛି। କିନ୍ତୁ ଅନ୍ୟ କିଛି ଗଣମାଧ୍ୟମ ରିପୋର୍ଟ ଅନୁସାରେ କିଛି କାଗଜପତ୍ର କାମ ରହିଯାଇଥିବାରୁ କୋହଲି ଆମେରିକା ଯାଇପାରି ନାହାନ୍ତି। ତେବେ […]

Samaya Live Picture
Published On

ମୁମ୍ବାଇ: ଟ୍ବେଣ୍ଟି-୨୦ ବିଶ୍ବକପ୍ ଖେଳିବାକୁ ପ୍ରଥମ ପର୍ଯ୍ୟାୟ ଭାରତୀୟ କ୍ରିକେଟ୍ ଦଳ ଆମେରିକା ଗସ୍ତ କରିସାରିଛି। କିନ୍ତୁ ବିରାଟ କୋହଲି ଏହି ଦଳ ସହିତ ଯାଇନାହାନ୍ତି। ସବୁଠୁ ପଛରେ କୋହଲି ୩୦ ତାରିଖରେ ଆମେରିକା ଯିବେ ବୋଲି ବିସିସିଆଇକୁ ଅନୁରୋଧ କରିଥିବା ଜଣାପଡ଼ିଛି। କୋହଲିଙ୍କ ଅନୁରୋଧ କ୍ରମେ ତାଙ୍କ ଭିସା ସାକ୍ଷାତକାରକୁ ବିସିସିଆଇ ବିଳମ୍ବ କରାଇଛି। କିନ୍ତୁ ଅନ୍ୟ କିଛି ଗଣମାଧ୍ୟମ ରିପୋର୍ଟ ଅନୁସାରେ କିଛି କାଗଜପତ୍ର କାମ ରହିଯାଇଥିବାରୁ କୋହଲି ଆମେରିକା ଯାଇପାରି ନାହାନ୍ତି। ତେବେ ମାସ ଶେଷ ବେଳକୁ ଆମେରିକା ଗଲେ ବାଂଲାଦେଶ ବିପକ୍ଷ ଅଭ୍ୟାସ ମ୍ୟାଚ୍ରେ ସେ ଖେଳିପାରିବେନି। ଅଧିନାୟକ ରୋହିତ ଶର୍ମା, ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ଙ୍କ ନେତୃତ୍ବରେ ପ୍ରଥମ ପର୍ଯ୍ୟାୟ ଦଳ ଶନିବାର ରାତିରେ ଆମେରିକା ଗସ୍ତ କରିଛି। ଏମାନଙ୍କ ସହ ବ୍ୟାଟିଂ ପ୍ରଶିକ୍ଷକ ବିକ୍ରମ ରାଥୋଡ଼, ଯଶପ୍ରୀତ୍ ବୁମ୍ରା, ସୂର୍ଯ୍ୟକୁମାର ୟାଦବ, ରବୀନ୍ଦ୍ର ଜାଡ଼େଜା, ଶିବମ ଦୁବେ, ମହମ୍ମଦ ସିରାଜ, ଅର୍ଶଦୀପ ସିଂହ, ସଂରକ୍ଷିତ ଖେଳାଳି ଶୁବମନ ଗିଲ୍, ଖଲିଲ୍ ଅହମଦ ମଧ୍ୟ ଯାତ୍ରା କରିଛନ୍ତି।

Tags: