ଟ୍ବେଣ୍ଟି-୨୦ ବିଶ୍ବକପରେ ଖେଳିବେନି ଷ୍ଟୋକ୍ସ
ଲଣ୍ଡନ୍: ଟେଷ୍ଟ୍ ଶୃଙ୍ଖଳା ଲାଗି ନିଜକୁ ଫିଟ୍ ରଖିବା ପାଇଁ ଇଂଲଣ୍ଡ ଅଲ୍ରାଉଣ୍ଡର ବେନ୍ ଷ୍ଟୋକ୍ସ ଟ୍ବେଣ୍ଟି-୨୦ ବିଶ୍ବକପ୍ ଖେଳିବେନି। ତେଣୁ ଦଳର ଚୟନପ୍ରକ୍ରିୟାରେ ସାମିଲ ହେବାରୁ ସେ ଓହରି ଯାଇଛନ୍ତି। ଆଗକୁ ୱେଷ୍ଟଇଣ୍ଡିଜ୍ ଓ ଶ୍ରୀଲଙ୍କା ବିପକ୍ଷରେ ଇଂଲଣ୍ଡ ଟେଷ୍ଟ୍ ଶୃଙ୍ଖଳା ଖେଳିବ। ଏହି ଦୁଇ ଶୃଙ୍ଖଳାରେ ବୋଲିଂ କରିବା ପାଇଁ ନିଜକୁ ଶତପ୍ରତିଶତ ଫିଟ୍ ରଖିବାକୁ ଷ୍ଟୋକ୍ସ ଏଭଳି ନିଷ୍ପତ୍ତି ନେଇଛନ୍ତି ବୋଲି ଇଂଲଣ୍ଡ କ୍ରିକେଟ୍ ବୋର୍ଡ (ଇସିବି) ପକ୍ଷରୁ କୁହାଯାଇଛି। ୨୦୨୨ରେ ଅଷ୍ଟ୍ରେଲିଆରେ […]
ଲଣ୍ଡନ୍: ଟେଷ୍ଟ୍ ଶୃଙ୍ଖଳା ଲାଗି ନିଜକୁ ଫିଟ୍ ରଖିବା ପାଇଁ ଇଂଲଣ୍ଡ ଅଲ୍ରାଉଣ୍ଡର ବେନ୍ ଷ୍ଟୋକ୍ସ ଟ୍ବେଣ୍ଟି-୨୦ ବିଶ୍ବକପ୍ ଖେଳିବେନି। ତେଣୁ ଦଳର ଚୟନପ୍ରକ୍ରିୟାରେ ସାମିଲ ହେବାରୁ ସେ ଓହରି ଯାଇଛନ୍ତି। ଆଗକୁ ୱେଷ୍ଟଇଣ୍ଡିଜ୍ ଓ ଶ୍ରୀଲଙ୍କା ବିପକ୍ଷରେ ଇଂଲଣ୍ଡ ଟେଷ୍ଟ୍ ଶୃଙ୍ଖଳା ଖେଳିବ। ଏହି ଦୁଇ ଶୃଙ୍ଖଳାରେ ବୋଲିଂ କରିବା ପାଇଁ ନିଜକୁ ଶତପ୍ରତିଶତ ଫିଟ୍ ରଖିବାକୁ ଷ୍ଟୋକ୍ସ ଏଭଳି ନିଷ୍ପତ୍ତି ନେଇଛନ୍ତି ବୋଲି ଇଂଲଣ୍ଡ କ୍ରିକେଟ୍ ବୋର୍ଡ (ଇସିବି) ପକ୍ଷରୁ କୁହାଯାଇଛି। ୨୦୨୨ରେ ଅଷ୍ଟ୍ରେଲିଆରେ ହୋଇଥିବା ଗତ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଇଂଲଣ୍ଡ ବିଜେତା ହୋଇଥିଲା। ଆନ୍ତର୍ଜାତିକ ଟ୍ବେଣ୍ଟି-୨୦ରେ ଷ୍ଟୋକ୍ସ ଶେଷଥର ଇଂଲଣ୍ଡ ପାଇଁ ଏହି ବିଶ୍ବକପ୍ ଫାଇନାଲ୍ରେ ଖେଳିଥିଲେ।




