ଟ୍ବେଣ୍ଟି-୨୦ ବିଶ୍ବକପରେ ଆଜି ଭାରତ-ବାଂଲାଦେଶ ଅଭ୍ୟାସ ମ୍ୟାଚ୍

ନ୍ୟୁୟର୍କ: ଟ୍ବେଣ୍ଟି-୨୦ ବିଶ୍ବକପ୍ ଅଭିଯାନ ଆରମ୍ଭ କରିବା ପୂର୍ବରୁ ଭାରତୀୟ କ୍ରିକେଟ୍ ଦଳ ଆଜି ବାଂଲାଦେଶ ବିପକ୍ଷରେ ଏକମାତ୍ର ଅଭ୍ୟାସ ମ୍ୟାଚ୍ ଖେଳିବ। ବିରାଟ କୋହଲି ବିଳମ୍ବରେ ଏଠାରେ ପହଞ୍ଚୁଥିବାରୁ ଅନ୍ୟ ୧୪ଜଣଙ୍କୁ ଏହି ମ୍ୟାଚ୍ ଜରିଆରେ ନିଜନିଜର ସାମର୍ଥ୍ୟକୁ ପରଖିବା ପାଇଁ ଉତ୍କୃଷ୍ଟ ସମୟ ହେବ। କୋହଲିଙ୍କ ଅନୁପସ୍ଥିତିରେ ଯଶସ୍ବୀ ଜୟସ୍ବାଲ୍ ପ୍ରାରମ୍ଭିକ ବ୍ୟାଟିଂ କ୍ରମ ପାଇଁ କେତେ ଉପଯୁକ୍ତ ତାହା ପ୍ରମାଣିତ କରିବା ପାଇଁ ମଧ୍ୟ ଭଲ ସୁଯୋଗ ରହିଛି। ସେହିପରି ଅର୍ଶଦୀପ ସିଂହ […]

Samaya Live Picture
Published On

ନ୍ୟୁୟର୍କ: ଟ୍ବେଣ୍ଟି-୨୦ ବିଶ୍ବକପ୍ ଅଭିଯାନ ଆରମ୍ଭ କରିବା ପୂର୍ବରୁ ଭାରତୀୟ କ୍ରିକେଟ୍ ଦଳ ଆଜି ବାଂଲାଦେଶ ବିପକ୍ଷରେ ଏକମାତ୍ର ଅଭ୍ୟାସ ମ୍ୟାଚ୍ ଖେଳିବ। ବିରାଟ କୋହଲି ବିଳମ୍ବରେ ଏଠାରେ ପହଞ୍ଚୁଥିବାରୁ ଅନ୍ୟ ୧୪ଜଣଙ୍କୁ ଏହି ମ୍ୟାଚ୍ ଜରିଆରେ ନିଜନିଜର ସାମର୍ଥ୍ୟକୁ ପରଖିବା ପାଇଁ ଉତ୍କୃଷ୍ଟ ସମୟ ହେବ। କୋହଲିଙ୍କ ଅନୁପସ୍ଥିତିରେ ଯଶସ୍ବୀ ଜୟସ୍ବାଲ୍ ପ୍ରାରମ୍ଭିକ ବ୍ୟାଟିଂ କ୍ରମ ପାଇଁ କେତେ ଉପଯୁକ୍ତ ତାହା ପ୍ରମାଣିତ କରିବା ପାଇଁ ମଧ୍ୟ ଭଲ ସୁଯୋଗ ରହିଛି। ସେହିପରି ଅର୍ଶଦୀପ ସିଂହ ଓ ମହମ୍ମଦ ସିରାଜ ମଧ୍ୟ ଅଭ୍ୟାସ ମ୍ୟାଚ୍ରେ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପଡ଼ିବ।
ଆଇପିଏଲ୍ ପରେ ପାଖାପାଖି ଦୁଇ ସପ୍ତାହ ପର୍ଯ୍ୟନ୍ତ ମ୍ୟାଚ୍ ଅଭ୍ୟାସଠୁ ଭାରତୀୟ ଖେଳାଳିମାନେ ଦୂରରେ ଥିଲେ। ତେଣୁ ଅଭ୍ୟାସ ମ୍ୟାଚ୍ ଜରିଆରେ ସେମାନେ ଲୟକୁ ଫେରିଛନ୍ତି କି ନାହିଁ ତାହା ଜାଣିହେବ। ତଥାପି ଅଧିନାୟକ ରୋହିତ ଶର୍ମା ଓ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ ଦୁଇଟି ଦିଗ ଉପରେ ଅଧିକ ଧ୍ୟାନ ଦେବେ। ପ୍ରଥମେ, ଯଦି ଜୟସ୍ବାଲ ଭଲ ଫର୍ମକୁ ଆସନ୍ତି, ତାହେଲେ ତାଙ୍କୁ କିପରି ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯିବ। କାରଣ ଜୟସ୍ବାଲ ଏକାଦଶ ଭିତରକୁ ଆସିଲେ ପାୱାରହିଟର୍ ଶିବମ ଦୁବେଙ୍କୁ ବାହାରେ ବସିବାକୁ ପଡ଼ିପାରେ। କିନ୍ତୁ ଆଇପିଏଲ୍ ପ୍ରଦର୍ଶନକୁ ଦୃଷ୍ଟିରେ ରଖିଲେ ଜୟସ୍ବାଲଙ୍କୁ ବାହାରେ ବସିବାକୁ ପଡ଼ିପାରେ। କାରଣ ବିରାଟ କୋହଲି ଓ ରୋହିତ ବ୍ୟାଟିଂ ଆରମ୍ଭ କରିବା ସମ୍ଭାବନା ଅଧିକ ରହୁଛି। ଦ୍ବିତୀୟତଃ, ଯଶପ୍ରୀତ୍ ବୁମ୍ରାଙ୍କ ଦ୍ରୁତ ବୋଲିଂ ପାର୍ଟନର କିଏ ହେବ? ଉଭୟ ଅର୍ଶଦୀପ ସିଂହ ଓ ମହମ୍ମଦ ସିରାଜ ଆଇପିଏଲ୍ରେ ଉତ୍ଥାନ-ପତନ ଦେଇ ଗତି କରିଛନ୍ତି। ନ୍ୟୁୟର୍କ ପରିବେଶରେ ବୋଲିଂ ବେଳେ ଏକାଧିକ ପରିବର୍ତ୍ତନଶୀଳ ବଲ୍ ପକାଇବାକୁ ହେବ। ଏହି ଦୃଷ୍ଟିରୁ ଦେଖିଲେ ଅର୍ଶଦୀପ ଆଗରେ ଆସିବେ। ଅନ୍ୟପକ୍ଷରେ ନ୍ୟୁୟର୍କର ନୂଆ ଉଠା ପିଚ୍ ସାମାନ୍ୟ ଧିମା ରହିବ। ଏଭଳିସ୍ଥିତିରେ ସକିବ୍ ଅଲ୍ ହାସନ ଓ ମେହେଦି ହାସନଙ୍କୁ ସମ୍ମୁଖୀନ ହେବା ବେଳେ ଭାରତୀୟ ବ୍ୟାଟର୍ଙ୍କୁ ସତର୍କ ରହିବାକୁ ହେବ।

Tags: