ଟ୍ବେଣ୍ଟି-୨୦ରେ ୱିକେଟ୍‌କିପର ଭାବେ ୭ହଜାର ରନ୍ ପୂରଣ କଲେ ଧୋନି

ବିଶାଖାପାଟଣା: ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ୱିକେଟ୍ରକ୍ଷକ ମହେନ୍ଦ୍ର ସିଂହ ଧୋନି ନୂଆ ମାଇଲ୍ଖୁଣ୍ଟ ଅତିକ୍ରମ କରିଛନ୍ତି। ସେ ପ୍ରଥମ ଭାରତୀୟ ୱିକେଟ୍‌ରକ୍ଷକ ଭାବେ ଟ୍ବେଣ୍ଟି-୨୦ କ୍ରିକେଟ୍ରେ ୭ ହଜାର ରନ୍ ପୂରଣ କରିଛନ୍ତି। ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍ରେ ଧୋନି ୧୬ ବଲ୍ରୁ ୪ ଚୌକା ଓ ୩ ଛକା ସହାୟତାରେ ୩୭* ରନ୍ ସଂଗ୍ରହ କରିଥିଲେ। ଏହାଫଳରେ ୱିକେଟ୍‌ରକ୍ଷକ ଭାବେ ଧୋନିଙ୍କ ଟ୍ବେଣ୍ଟି-୨୦ ରନ୍ ୭୦୩୬ରେ ପହଞ୍ଚିଛି। ତେବେ ମୋଟ୍ ଉପରେ ଧୋନି ୩୮୦ […]

Samaya Live Picture
Published On

ବିଶାଖାପାଟଣା: ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ୱିକେଟ୍ରକ୍ଷକ ମହେନ୍ଦ୍ର ସିଂହ ଧୋନି ନୂଆ ମାଇଲ୍ଖୁଣ୍ଟ ଅତିକ୍ରମ କରିଛନ୍ତି। ସେ ପ୍ରଥମ ଭାରତୀୟ ୱିକେଟ୍‌ରକ୍ଷକ ଭାବେ ଟ୍ବେଣ୍ଟି-୨୦ କ୍ରିକେଟ୍ରେ ୭ ହଜାର ରନ୍ ପୂରଣ କରିଛନ୍ତି। ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍ରେ ଧୋନି ୧୬ ବଲ୍ରୁ ୪ ଚୌକା ଓ ୩ ଛକା ସହାୟତାରେ ୩୭* ରନ୍ ସଂଗ୍ରହ କରିଥିଲେ। ଏହାଫଳରେ ୱିକେଟ୍‌ରକ୍ଷକ ଭାବେ ଧୋନିଙ୍କ ଟ୍ବେଣ୍ଟି-୨୦ ରନ୍ ୭୦୩୬ରେ ପହଞ୍ଚିଛି। ତେବେ ମୋଟ୍ ଉପରେ ଧୋନି ୩୮୦ ଟ୍ବେଣ୍ଟି-୨୦ରୁ ୭୩୦୮ ରନ୍ ସଂଗ୍ରହ କରିଛନ୍ତି। ୱିକେଟ୍‌ରକ୍ଷକ ଭାବେ ସର୍ବାଧିକ ରନ୍ କରିବାରେ ଦକ୍ଷିଣ ଆଫ୍ରିକାର କ୍ବିଣ୍ଟନ ଡି’କକ୍ ଆଗରେ ଅଛନ୍ତି। ସେ ୮୫୭୮ ରନ୍ ସଂଗ୍ରହ କରିଛନ୍ତି। ଅନ୍ୟପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରାରମ୍ଭିକ ବ୍ୟାଟର୍ ତଥା ଅଷ୍ଟ୍ରେଲୀୟ ଖେଳାଳି ଡେଭିଡ୍ ୱାର୍ଣ୍ଣର ଟ୍ବେଣ୍ଟି-୨୦ କ୍ରିକେଟ୍ରେ ସର୍ବାଧିକ ୫୦+ ସ୍କୋର କରିବାରେ ୱେଷ୍ଟଇଣ୍ଡିଜ୍ର କ୍ରିସ୍ ଗେଲ୍ଙ୍କ ସମକକ୍ଷ ହୋଇଛନ୍ତି। ଏବେ ଟ୍ବେଣ୍ଟି-୨୦ କ୍ରିକେଟ୍ରେ ଉଭୟ ଗେଲ୍ ଓ ୱାର୍ଣ୍ଣର ୧୧୦ଟି ୫୦+ ସ୍କୋର କରିଛନ୍ତି। ତୃତୀୟ ସ୍ଥାନରେ ବିରାଟ କୋହଲି ଏକମାତ୍ର ଭାରତୀୟ ଭାବେ ୧୦୦ରୁ ଅଧିକ ୫୦+ ରନ୍ ସଂଗ୍ରହ କରିଛନ୍ତି। ସିଏସ୍କେ ବିପକ୍ଷ ମ୍ୟାଚ୍ରେ ୱାର୍ଣ୍ଣର ୩୫ ବଲ୍ରୁ ୫୨ ରନ୍ କରିଥିଲା ବେଳେ ଏହି ଫର୍ମାଟ୍ର କ୍ରିକେଟ୍ରେ ସର୍ବୋଚ୍ଚ ରନ୍ ସଂଗ୍ରହକାରୀଙ୍କ ମଧ୍ୟରେ ବିରାଟ କୋହଲିଙ୍କୁ ପଛରେ ପକାଇ ପଞ୍ଚମ ସ୍ଥାନରେ ପହଞ୍ଚିଛନ୍ତି। ୱାର୍ଣ୍ଣର ଏବେ ୩୭୩ ମ୍ୟାଚ୍ରୁ ୧୨୧୯୫ ରନ୍ ସଂଗ୍ରହ କରିଛନ୍ତି। ଯାହା ମଧ୍ୟରେ ୮ ଶତକ ଓ ୧୦୨ ଅର୍ଦ୍ଧଶତକ ରହିଛି। କୋହଲି ୩୭୯ ମ୍ୟାଚ୍ରୁ ୮ଶତକ ଓ ୯୩ ଅର୍ଦ୍ଧଶତକ ସହ ୧୨,୧୭୫ ରନ୍ ସଂଗ୍ରହ କରିଛନ୍ତି। ଏହି ତାଲିକାରେ ଗେଲ୍ (୪୬୩ ମ୍ୟାଚ୍ରୁ ୧୪,୫୬୨ ରନ୍) ଶୀର୍ଷରେ ଅଛନ୍ତି।

Tags: