ଟ୍ବେଣ୍ଟି-୨୦ରୁ ଅବସର ନେଲେ କୋହଲି ଓ ରୋହିତ

ବ୍ରିଜଟାଉନ୍‌: ଭାରତୀୟ କ୍ରିକେଟ୍‌ର ରନ୍‌ ମେସିନ୍‌ ବିରାଟ କୋହଲି ଆଇସିସି ଟ୍ବେଣ୍ଟି-୨୦ ଟ୍ରଫି ସହ ଏହି ଫର୍ମାଟ୍‌କୁ ବିଦାୟ ଜଣାଇଛନ୍ତି। ଫାଇନାଲ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଗ୍ରହଣ କରିବା ସମୟରେ କୋହଲି ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି, ଏହା ମୋର ଶେଷ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଏବଂ ଏହାକୁ ହାସଲ କରିବା ପାଇଁ ଆମେ ଚାହୁଥିଲୁ। ଦିନେ ତୁମକୁ ଲାଗିବ ଯେ, ତୁମେ ରନ୍‌ କରିପାରୁନ। ଏହାପରେ ଏସବୁ ଘଟଣା ଘଟିଥାଏ। ଭଗବାନ ବହୁତ ମହାନ ଓ […]

Samaya Live Picture
Published On

ବ୍ରିଜଟାଉନ୍‌: ଭାରତୀୟ କ୍ରିକେଟ୍‌ର ରନ୍‌ ମେସିନ୍‌ ବିରାଟ କୋହଲି ଆଇସିସି ଟ୍ବେଣ୍ଟି-୨୦ ଟ୍ରଫି ସହ ଏହି ଫର୍ମାଟ୍‌କୁ ବିଦାୟ ଜଣାଇଛନ୍ତି। ଫାଇନାଲ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଗ୍ରହଣ କରିବା ସମୟରେ କୋହଲି ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି, ଏହା ମୋର ଶେଷ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଏବଂ ଏହାକୁ ହାସଲ କରିବା ପାଇଁ ଆମେ ଚାହୁଥିଲୁ। ଦିନେ ତୁମକୁ ଲାଗିବ ଯେ, ତୁମେ ରନ୍‌ କରିପାରୁନ। ଏହାପରେ ଏସବୁ ଘଟଣା ଘଟିଥାଏ। ଭଗବାନ ବହୁତ ମହାନ ଓ ଦଳ ପାଇଁ ଆଜି ମୁଁ ମୋ କାମ କରିପାରିଛି। ଆଜି ଭାରତ ପାଇଁ ଏହା ମୋର ଶେଷ ଟ୍ବେଣ୍ଟି-୨୦ ଥିଲା, ତେଣୁ ଏହାକୁ ଉପଭୋଗ କରିବାକୁ ଲକ୍ଷ୍ୟ ରଖିଥିଲି। ବିଶ୍ବକପ୍‌ ଉଠାଇବାକୁ ଚାହୁଥିଲି। ଏଥିପାଇଁ ଜବରଦସ୍ତ କିଛି କରିବା ଅପେକ୍ଷା ପରିସ୍ଥିତିକୁ ସମ୍ମାନ ଜଣାଇବାକୁ ଚାହିଥିଲି। ଏହା ମୋର ଖୋଲା ରହସ୍ୟ। ଏବେ ପରବର୍ତ୍ତୀ ପିଢ଼ି ଏହି ଧାରା ଆଗେଇ ନେବାକୁ ସମୟ ଆସିଛି। ଆମ ଦଳରେ କିଛି ଚମତ୍କାର ଖେଳାଳି ଏହାକୁ ଆଗେଇ ନେବେ ଓ ଦେଶର ପତାକାକୁ ଗର୍ବରେ ଉଡ଼ାଇବେ। ଶନିବାର କୋହଲି ଏହି ଫର୍ମାଟ୍‌ରେ ସର୍ବାଧିକ ଅର୍ଦ୍ଧଶତକ (୩୯) ଅର୍ଜନ କରିବାରେ ବାବର ଆଜମ୍‌ଙ୍କ ସମକକ୍ଷ ହୋଇଛନ୍ତି। କୋହଲି ୧୨୫ ଆନ୍ତର୍ଜାତିକ ଟ୍ବେଣ୍ଟି-୨୦ରୁ ୪୮.୬୯ ହାରରେ ୪୧୮୮ ରନ୍‌ ସଂଗ୍ରହ କରିଛନ୍ତି। ଏହା ମଧ୍ୟରେ ୧ ଶତକ ଓ ୩୮ ଅର୍ଦ୍ଧଶତକ ଅନ୍ତର୍ଭୁକ୍ତ।

Tags: