ଟୋକିଓରେ ହେବ ବିଶ୍ବ ଦୌଡ଼କୁଦ ଚାମ୍ପିଅନସିପ୍‌ର ୨୦ତମ ସଂସ୍କରଣ

ବୁଦାପେଷ୍ଟ: ବିଶ୍ବ ଦୌଡ଼କୁଦ ଚାମ୍ପିଅନସିପ୍‌ର ପରବର୍ତ୍ତୀ ସଂସ୍କରଣ ଜାପାନର ଟୋକିଓ ସହରରେ ଅନୁଷ୍ଠିତ ହେବ। ୨୦୨୫ ସେପ୍ଟେମ୍ବର ୧୩ ରୁ ୨୧ ତାରିଖ ମଧ୍ୟରେ ଚାମ୍ପିଅନ୍ସିପ୍ର ୨୦ତମ ସଂସ୍କରଣକୁ ଆୟୋଜିତ କରାଯିବାକୁ ସ୍ଥିର ହୋଇଛି। ୨୦୨୦ ଅଲିମ୍ପିକ୍ସ ଓ ପାରା ଅଲିମ୍ପିକ୍ସ କ୍ରୀଡ଼ା ଆୟୋଜନ କରିଥିବା ନ୍ୟାସନାଲ୍ ଷ୍ଟାଡିୟମ୍ରେ ବିଶ୍ବ ଦୌଡ଼କୁଦ ଚାମ୍ପିଅନ୍ସିପ୍ ଅନୁଷ୍ଠିତ ହେବ। ଏପରିକି ଜାପାନ୍ ତୃତୀୟ ଥର ପାଇଁ ଏହି ଚାମ୍ପିଅନ୍ସିପ୍କୁ ଆୟୋଜନ କରିବ। ୧୯୯୧ରେ ଟୋକିଓର ପୁରୁଣା ନ୍ୟାସନାଲ୍ ଷ୍ଟାଡିୟମ୍ରେ ଏବଂ […]

Samaya Live Picture
Published On

ବୁଦାପେଷ୍ଟ: ବିଶ୍ବ ଦୌଡ଼କୁଦ ଚାମ୍ପିଅନସିପ୍‌ର ପରବର୍ତ୍ତୀ ସଂସ୍କରଣ ଜାପାନର ଟୋକିଓ ସହରରେ ଅନୁଷ୍ଠିତ ହେବ। ୨୦୨୫ ସେପ୍ଟେମ୍ବର ୧୩ ରୁ ୨୧ ତାରିଖ ମଧ୍ୟରେ ଚାମ୍ପିଅନ୍ସିପ୍ର ୨୦ତମ ସଂସ୍କରଣକୁ ଆୟୋଜିତ କରାଯିବାକୁ ସ୍ଥିର ହୋଇଛି। ୨୦୨୦ ଅଲିମ୍ପିକ୍ସ ଓ ପାରା ଅଲିମ୍ପିକ୍ସ କ୍ରୀଡ଼ା ଆୟୋଜନ କରିଥିବା ନ୍ୟାସନାଲ୍ ଷ୍ଟାଡିୟମ୍ରେ ବିଶ୍ବ ଦୌଡ଼କୁଦ ଚାମ୍ପିଅନ୍ସିପ୍ ଅନୁଷ୍ଠିତ ହେବ। ଏପରିକି ଜାପାନ୍ ତୃତୀୟ ଥର ପାଇଁ ଏହି ଚାମ୍ପିଅନ୍ସିପ୍କୁ ଆୟୋଜନ କରିବ। ୧୯୯୧ରେ ଟୋକିଓର ପୁରୁଣା ନ୍ୟାସନାଲ୍ ଷ୍ଟାଡିୟମ୍ରେ ଏବଂ ୨୦୦୭ରେ ଓସାକା ସହରରେ ଏହି ଚାମ୍ପିଅନ୍ସିପ୍ର ଦୁଇଟି ସଂସ୍କରଣ ଆୟୋଜିତ ହୋଇଛି। ସେପ୍ଟେମ୍ବର ମାସରେ ଟୋକିଓର ପାଣିପାଗ ଅତ୍ୟଧିକ ଗରମ ରହିଥାଏ। ଯାହାଫଳରେ ଆଥଲେଟ୍ମାନେ ଶୀଘ୍ର କ୍ଲାନ୍ତ ହୋଇଯାଅନ୍ତି ଏବଂ ଅନେକଙ୍କ ପ୍ରଦର୍ଶନରେ ସ୍ଥିରତା ରହିପାରିନଥିବା ଦେଖାଯାଇଛି। ଗତ ୨୦୨୦ ଅଲିମ୍ପିକ୍ସ ସମୟରେ ଲମ୍ବା ଦୂରତା ଇଭେଣ୍ଟଗୁଡ଼ିକର ଆଥଲେଟ୍ମାନେ ଗରମ ପାଣିପାଗ ଭିତରେ ଚାମ୍ପିଅନ୍ସିପ୍ ଆୟୋଜନକୁ ନେଇ ଅଭିଯୋଗ କରିଥିଲେ। ସେଠାକାର ପାଣିପାଗ ଆହୁରି ଉଷ୍ମ ହୋଇଯିବା ଆଶଙ୍କା କରାଯାଉଛି। ଗତ ଗ୍ରୀଷ୍ମ ଋତୁ ସମୟରେ ଟୋକିଓ ପରିସ୍ଥିତି ଭୟାବହ ହୋଇଥିଲା। ଏହି ସହର ସବୁଠୁ ଉତ୍ତପ୍ତ ସହର ମଧ୍ୟରେ ପରିଗଣିତ ହେଉଥିଲା। ତେଣୁ ଆସନ୍ତା ବିଶ୍ବ ଦୌଡ଼କୁଦ ସଂସ୍କରଣ ଆଥଲେଟ୍ଙ୍କ ପାଇଁ ଆହ୍ବାନ ଭରା ହୋଇପାରେ।

Tags: