ଟେଷ୍ଟ ସିରିଜ ପୂର୍ବରୁ ଇଂଲଣ୍ଡର ବଡ଼ ପରିବର୍ତ୍ତନ, ଦଳରେ ସାମିଲ ହେଲେ ଯୁବ ବୋଲର ଏଡି ଜ୍ୟାକ

ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ ଟିକିଆ ଟେଷ୍ଟ ସିରିଜ ୨୦ ଜୁନ୍ ୨୦୨୫ ରୁ ଲିଡ୍ସରେ ଆରମ୍ଭ ହେବାକୁ ଯାଉଛି। ସିରିଜ ଆରମ୍ଭ ହେବା ପୂର୍ବରୁ ଇଂଲଣ୍ଡ ଦଳକୁ ଏକ ବଡ଼ ଝଟକା ଲାଗିଛି। ଦଳର ଦ୍ରୁତ ବୋଲର ଜୋଶ ଟଙ୍ଗ ଆହତ ହୋଇଛନ୍ତି, ଏଥିପାଇଁ ସେ ପ୍ରଥମ ଟେଷ୍ଟ ମ୍ୟାଚ୍ ରୁ ବାହାର ହେବାର ସମ୍ଭାବନା ରହିଛି। ଏପରି ପରିସ୍ଥିତିରେ ଇଂଲଣ୍ଡ ଜୋଶ ଟଙ୍ଗଙ୍କ ସ୍ଥାନରେ ୧୯ ବର୍ଷୀୟ ଯୁବ ବୋଲର ଏଡି […]

ଟେଷ୍ଟ ସିରିଜ ପୂର୍ବରୁ ଇଂଲଣ୍ଡର ବଡ଼ ପରିବର୍ତ୍ତନ, ଦଳରେ ସାମିଲ ହେଲେ ଯୁବ ବୋଲର ଏଡି ଜ୍ୟାକ
Samaya Live Picture
Published On

ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ ଟିକିଆ ଟେଷ୍ଟ ସିରିଜ ୨୦ ଜୁନ୍ ୨୦୨୫ ରୁ ଲିଡ୍ସରେ ଆରମ୍ଭ ହେବାକୁ ଯାଉଛି। ସିରିଜ ଆରମ୍ଭ ହେବା ପୂର୍ବରୁ ଇଂଲଣ୍ଡ ଦଳକୁ ଏକ ବଡ଼ ଝଟକା ଲାଗିଛି। ଦଳର ଦ୍ରୁତ ବୋଲର ଜୋଶ ଟଙ୍ଗ ଆହତ ହୋଇଛନ୍ତି, ଏଥିପାଇଁ ସେ ପ୍ରଥମ ଟେଷ୍ଟ ମ୍ୟାଚ୍ ରୁ ବାହାର ହେବାର ସମ୍ଭାବନା ରହିଛି। ଏପରି ପରିସ୍ଥିତିରେ ଇଂଲଣ୍ଡ ଜୋଶ ଟଙ୍ଗଙ୍କ ସ୍ଥାନରେ ୧୯ ବର୍ଷୀୟ ଯୁବ ବୋଲର ଏଡି ଜ୍ୟାକଙ୍କୁ ଦଳରେ ସାମିଲ କରିଛି।

ଇଂଲଣ୍ଡର ଦ୍ରୁତ ବୋଲିଂ ଯୋଗୁଁ ଦଳର ଅଧିକାଂଶ ବୋଲର ଆଘାତ ପ୍ରାପ୍ତ ହୋଇ ପୂର୍ବରୁବାଦ ପଡ଼ିଥିଲେ। ଦ୍ରୁତ ବୋଲର ମାର୍କ ଉଡ୍ ପୂର୍ବରୁ ଦଳରୁ ବାହାରେ ଅଛନ୍ତି, ଜୋଫ୍ରା ଆର୍ଚର ମଧ୍ୟ ପ୍ରାରମ୍ଭିକ ମ୍ୟାଚ୍ ପାଇଁ ଉପଲବ୍ଧ ନାହାଁନ୍ତି। ଏହା ବ୍ୟତୀତ ଜିମ୍ବାୱେ ବିପକ୍ଷରେ ସଦ୍ୟତମ ଟେଷ୍ଟ ଖେଳିଥିବା ଗସ୍ ଏଟକିନସନ୍ ହାମଷ୍ଟ୍ରିଙ୍ଗ୍ ଆଘାତରେ ପୀଡିତ। ଏବେ ଦଳକୁ ଜୋଶ୍ ଟଙ୍ଗ୍ ରୂପରେ ଆଉ ଏକ ଝଟକା ଲାଗିଛି, ଯିଏ ଆଘାତ ଯୋଗୁଁ ଭାରତ ବିପକ୍ଷରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳି ନପାରନ୍ତି। ଇଣ୍ଡିଆ ଏ ବିପକ୍ଷରେ ଇଂଲଣ୍ଡ ଲାୟନ୍ସ ପାଇଁ ଖେଳୁଥିବା ସମୟରେ ଟଙ୍ଗ୍ ଦ୍ୱିତୀୟ ଇନିଂସରେ ବୋଲିଂ କରିବାରେ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ସେ ପ୍ରଥମ ଇନିଂସରେ ୨୦.୩ ଓଭରରେ ଦୁଇଟି ୱିକେଟ୍ ନେଇଥିଲେ, କିନ୍ତୁ ଦ୍ୱିତୀୟ ଇନିଂସରେ ମାତ୍ର ଚାରି ଓଭର ବୋଲିଂ କରିବା ପରେ ତାଙ୍କୁ ପଡ଼ିଆ ଛାଡିବାକୁ ପଡିଥିଲା। ଯଦିଓ ତାଙ୍କ ଆଘାତ କେତେ ଗମ୍ଭୀର ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

Tags: